ମୟୂରଭଞ୍ଜ ଜିଲ୍ଲାର ସାରସକଣା ନିର୍ବାଚନ ମଣ୍ଡଳୀର ବିଧାୟକ ଡ଼ଃ ବୁଢ଼ାନ ମୁର୍ମୁ ବାଇକରୁ ପଡି ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ବାଇକ ଯୋଗେ ଯାଉଥିବା ସମୟରେ ବାରିପଦା ସ୍ଥିତ ମୁର୍ଗାବାଡ଼ି ଠାରେ ଖସି ପଡ଼ିଥିଲେ। ଯାହା ଫଳରେ ତାଙ୍କର ହାତ ଓ ଗୋଡ଼ରେ ଆଘାତ ଲାଗିବା ସହ ସେ ଆହତ ହୋଇଛନ୍ତି। ତେବେ ସ୍ଥାନୀୟ ଲୋକମାନେ ତାଙ୍କୁ ବାରିପଦା ପିଆରଏମ ହସ୍ପିଟାଲରେ ଚିକିତ୍ସା କରାଇଥିଲେ।