ବାଲେଶ୍ଵର ଜିଲ୍ଲା ଜଳେଶ୍ୱରରେ ପ୍ରଭୁ ଜଗନ୍ନାଥଙ୍କ ପ୍ରତିମାକୁ ପିକ୍ଅପ୍ ଡାଲାରେ ନେବା ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଟେଣ୍ଟହାଉସ ମାଲିକ ଓ କର୍ମଚାରୀ ଜଗନ୍ନାଥ ମନ୍ଦିର ଯାଇ କାନ ଧରି ଭୁଲ୍ ମାଗିଛନ୍ତି।
ନିର୍ଜଳା ଉପବାସ ରହି ଭୁଲ୍ ମାଗି ପ୍ରାୟଶ୍ଚିତ କରୁଥିବା କହିଛନ୍ତି ମାଲିକ।କାଲି ଭ୍ୟାନ୍ ଡାଲାରେ ପ୍ରଭୁଙ୍କ ପ୍ରତିମା ନେଲା ବେଳେ ଜଣେ ବ୍ୟକ୍ତି ଏହାର ଭିଡିଓ ଉତ୍ତୋଳନ କରିଥିଲେ। ଭିଡିଓଟିକୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ପ୍ରତିକ୍ରିୟା ତୀବ୍ର ହୋଇଥିଲା।