ଦନ୍ତା ଭାଙ୍ଗିଲା ୪ ଘର

କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜକୁ ସୋମବାର ବିଳମ୍ବିତ ରାତ୍ରି ଘଟଗାଁ ରେଞ୍ଜରୁ ଗୋଠ ଛଡା ଦନ୍ତା ହାତୀ ପ୍ରବେଶକରି ଉତ୍ପାତ ଆରମ୍ଭ କରିବା ସହ ୪ଜଣଙ୍କ ଘର ଭାଙ୍ଗିଛି।

ଏହି ହାତୀଟି ପାଟଣା ରେଞ୍ଜ ମଲ୍ଲୀପଶି ବିଟ ରାମଚନ୍ଦ୍ରପୁର ଗାଁ ସୁମୀ ମୁଣ୍ଡାଙ୍କ ଖପର ଘର, ସହ ଆଉ ଏକ ଘର ଭାଙ୍ଗି ଦପାଟଣା ବିଟ ବୃନ୍ଦାବନପୁର ଟଙ୍କଧର ମହାନ୍ତଙ୍କ ଟାଇଲ ଘର ଓ ଏହି ବିଟ ଗୋବରା ବେଡା ଗ୍ରାମର ଦିବାକର ମହାନ୍ତଙ୍କ ଟାଇଲ ଘର ଭାଙ୍ଗି ଦେଇଥିବା ପାଟଣାବନପାଳ ପିଅନ ନାଏକ କହିଛନ୍ତି। ହାତୀ ଏବେ ଯମୁନା ପଶି ଜଙ୍ଗଲରେ ଥିବା ରେଞ୍ଜର ଘାସିନାଥ ପାତ୍ର କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version