କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ବିଲା ରାମଚନ୍ଦ୍ରପୁର ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ଗତ ଶନିବାର ପରୀକ୍ଷା ସରିବା ପରେ କପିକୁ ପ୍ରଶୟ ନଦେବାରୁ ଡେପୁଟି ସୁପରିଟେଣ୍ଡେଣ୍ଟ ଚିତ୍ତରଞ୍ଜନ ସାହୁଙ୍କୁ ବିଦ୍ୟାଳୟ ସମ୍ମୁଖରେ ମାଡ଼ ମାରିବା ଘଟଣାରେ ତମ ପୁଲିସ ସୋମବାର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଗିରଫ ବ୍ୟକ୍ତି ହେଉଛନ୍ତି ସାହାରପଡା ବ୍ଲକ ବାଇକଳା ପଞ୍ଚାୟତ ଲୁଙ୍ଗା ଗ୍ରାମର ଅଜିତ କୁମାର ବାରିକ(୩୫)।