ଆସନ୍ତା ଡିସେମ୍ବର ୧୮ ରୁ ୨୨ ପର୍ଯ୍ୟନ୍ତ ହେବ ଗୋନାସିକା – କେନ୍ଦୁଝର ମହୋତ୍ସବ। ଏଭଳି ନିଷ୍ପତି ଆଜି ଜିଲାପାଳ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ପ୍ରସ୍ତୁତି ବୈଠକରେ ନିଷ୍ପତି ହୋଇଛି। ସେହିପରି ୧୮ ରୁ ୨୫ ପର୍ଯ୍ୟନ୍ତ ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା ଅନୁଷ୍ଠିତ ହେବ ବୋଲି ସ୍ଥିର ହୋଇଛି। ବିଭିନ୍ନ ବିଭାଗର ଅଧିକାରୀ, ବୁଦ୍ଧିଜୀବୀ ତଥା ସଂଗଠନ ର ପ୍ରିତିନିଧି ଉପସ୍ଥିତ ଥିଲେ। ଜିଲ୍ଲାର କଳା ସଂସ୍କୃତି ଓ ଐତିହ୍ୟ ପରମ୍ପରାକୁ ଉଜ୍ଜୀବିତ କରିବା ସହ ପ୍ରଚାର ପ୍ରସାର କରିବାରେ ସହାୟକ ହେବ ଏବଂ ରାଜ୍ୟ ଓ ଦେଶର ବିଭିନ୍ନ ଅଞ୍ଚଳର ସଂସ୍କୃତିର ସମାଗମ ହୋଇ ପାରିବ ବୋଲି ମତ ପ୍ରକାଶ ପାଇଛି।