ଜ୍ଞାନ ପ୍ରକାଶର ଷଷ୍ଠ ବାର୍ଷିକ ଜାତୀୟ ସମ୍ମିଳନୀ -୨୦୨୨ ଅବସରରେ ଦେଶର ବିଭିନ୍ନ ରାଜ୍ୟ ଓ ଓଡିଶାର କେତେକ ଜିଲ୍ଲା ସମେତ ମୋଟ ୪୨ ଟି କେନ୍ଦ୍ରରେ ଜାତୀୟ ସଂହତି ଉପରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଛି।
ଏହି ଅବସରରେ ବାରିପଦାର ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି।ଏହି ପ୍ରତିଯୋଗିତାରେ ମୋଟ ୨୫ଜଣ କୁନି ଚିତ୍ରକର ଅଂଶ ଗ୍ରହଣ କରିଥିବା ବେଳେ ଆଶିଷ ବିଶ୍ୱାଳ ପ୍ରଥମ, କୃଷ୍ଣଚନ୍ଦ୍ର ହେମ୍ବ୍ରମ ଦ୍ଵିତୀୟ ଓ ସାଜନ ବେହେରା ତୃତୀୟ ସ୍ଥାନ ଅଧିକାର କରିଥିଲେ।