ଅଭିଯୁକ୍ତମାନେ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଜଙ୍ଗଲରେ ସିମ୍ ବକ୍ସ ନେଟୱର୍କ ଅପରେଟ କରୁଥିଲେ ବୋଲି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଆଇଜି ଅମିତେନ୍ଦ୍ର ସିହ୍ନା।
ଅଭିଯୁକ୍ତମାନଙ୍କ ଠାରୁ ୨ଟି ସିମ୍ ବକ୍ସ, ୭ଟି ଲାପଟପ୍ ଓ ବହୁ ପ୍ରି ଆଭେଟେଡ୍ ସିମ୍ ମିଳିଛି। ଏମାନେ କେଓ୍ବାଇସି ସସ୍ପେଣ୍ଡ ଓ ସିମ୍ କାର୍ଡ ବ୍ଲକ ମେସେଜ ପଠାଇ ଠକୁଥିଲେ। ମାଷ୍ଟରମାଇଣ୍ଡ ଖଣ୍ଡେଲୱାଲ ଓ ସହଯୋଗୀଙ୍କ ଜେରା ଚାଲିଥିବା ବେଳେ ଠକେଇରେ ଆଉ କାହାର ଭୂମିକା ରହିଛି ନା ନାହିଁ ତଦନ୍ତ ଚାଲିଛି। ଏତେ ପରିମାଣର ସିମକାର୍ଡ କେଉଁଠୁ ଆଣିଥିଲେ ସ୍ପଷ୍ଟ ହୋଇନି ବୋଲି ଆଇଜି ସୂଚନା ଦେଇଛନ୍ତି।