କିଆଦା ଗାଁରେ ଅଗ୍ନିକାଣ୍ଡ ଘଟି ୧୦ ବଖରାରୁ ଅଧିକ ଘର ପୋଡି

ଜଗତସିଂହପୁର ଜିଲ୍ଲା ଏରସମା ଅନ୍ତର୍ଗତ କିଆଦା ଗାଁରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୧୦ ବଖରାରୁ ଅଧିକ ଘର ପୋଡ଼ି ପାଉଁଶ ହୋଇଯାଇଛି ।

ପ୍ରଥମେ କିଆଦା ଗାଁର ଅମିତ ବରାଇଙ୍କ ଘରେ ନିଆଁ ଲାଗିଥିଲା ଓ ପରେ ପଡ଼ୋଶୀ ଘର ମାନଙ୍କରେ ବ୍ୟାପୀ ଯାଇଥିଲା ଏବଂ ପରେ ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନଥିଲେ ମଧ୍ୟ ସଟସର୍କିଟ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version