କେନ୍ଦୁଝର ଜିଲ୍ଲା ପାଟଣା ମୁଖ୍ୟାଳୟ ବଜାର ଓ ତୁରୁମୁଙ୍ଗା ବଜାରରେ ବଣିକ ସଙ୍ଘ ପକ୍ଷରୁ ସୋମବାର ରାତ୍ରି ଶ୍ୟାମା କାଳୀ ପୂଜା ଅନୁଷ୍ଠିତ ହୋଇଛି।
ପାଟଣା ପୂଜାରେ କର୍ତ୍ତା ଭାବେ ଅଜୟ କୁମାର ଭଞ୍ଜ ପୂଜା ନୀତି ସମ୍ପନ୍ନ କରିଥିବା ବେଳେ ପୂଜକ ଭାବେ ରବୀନ୍ଦ୍ର ପାଣି ,ଗଦା ଧର ପଣ୍ଡା ଓ ସମ୍ବିତ କୁମାର ପାଣି ଦେଵନୀତି ସମ୍ପନ୍ନ କରିଥିଲେ। ଅନୁରୁପ ଭାବେ ତୁରୁମୁଙ୍ଗା ହାଇସ୍କୁଲ ପଡିଆରେ ବଣିକ ସଂଘ ପକ୍ଷରୁ କାଳୀ ପୂଜା ଅନୁଷ୍ଠିତ ହେଉଛି।