ଦୁଇ ବାଇକ ମୁହାଁମୁହିଁ ଧକ୍କା : ଜଣେ ମୃତ, ୨ ଗୁରୁତର

ଆଜି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଜଣେ ମୃତ୍ୟୁ ବରଣ କରିଥିବାବେଳେ ଅନ୍ୟ ଦୁଇଜଣ ଆହତ ହୋଇଥିବା ଜଣାଯାଇଛି ।

ଆହତଙ୍କୁ ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟରୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ।

ରାଜ୍ୟରେ ୯ ସହରରେ ତାପମାତ୍ରା ୪୨ ଡିଗ୍ରୀ ଉପରେ

ରାଜ୍ୟରେ ଆଜି ସୋନପୁରରେ ସର୍ବୋଚ୍ଚ ତାପମାତ୍ରା 44.4 ଡିଗ୍ରୀ ସୋନପୁରରେ ଥିବା ବେଳେ 9 ସହରରେ ତାତି 42 ଡିଗ୍ରୀକୁ ଅତିକ୍ରମ କରିଛି l
21 ସହରରେ ତାପମାତ୍ରା 40 ଡିଗ୍ରୀ ଉପରେ ଅଛି l

ସୋନପୁରରେ ୪୪.୪ ଡିଗ୍ରୀ ତାପମାତ୍ରା ରେକର୍ଡ, ରାଜ୍ୟରେ ସର୍ବୋଚ୍ଚ

ରାଜ୍ୟରେ ଆଜି ସର୍ବୋଚ୍ଚ ତାପମାତ୍ରା 44.4 ଡିଗ୍ରୀ ସୋନପୁରରେ ଥିବା ପାଣିପାଗ ବିଭାଗ କହିଛି l ଏହା ଚଳିତ ବର୍ଷର ସର୍ବୋଚ୍ଚ ଦିନ ତାପମାତ୍ରା ବୋଲି ପାଣି ପାଗ କେନ୍ଦ୍ର ସୁଚନା ଦେଇଛି।

ବହି ପଢା କାର୍ଯ୍ୟକ୍ରମରେ ଡିଇଓଙ୍କ ଯୋଗ ଦାନ

ଆଜି ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରୀପଡା ବ୍ଲକରେ ଆୟୋଜିତ ବହି ପଢା ଅଭିଯାନରେ ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ ପ୍ରଧାନ ଯୋଗ ଦେବା ସହ ବର୍ତ୍ତମାନ ଡିଜିଟାଲ ଯୁଗରେ ବହି ପଢାର ଗୁରୁତ୍ଵ ଉପରେ କହିଥିଲେ।

ଖବର ପ୍ରସାରଣ ପରେ ସଜଡା ହେଲା ନଳକୂପ

ଗତ ୧୫ ତାରିଖରେ ସୁବଳୟା ଗଡ଼ଭିତର କେଉଟପଡା ନଳକୂପର ଅଚଳ ଅବସ୍ଥା ଉପରେ ଓଡିଶା ଲୋକାଲରେ ଖବର ପ୍ରସାରଣ ହେଲା ପରେ ଆଜି ସଜଡ଼ା ଯାଇଛି ନଳକୂପ ।

ତେଣୁ ଓଡିଶା ଲୋକାଲକୁ ସାଧୁବାଦ ଜଣେଇଛନ୍ତି ପଡା ବାସିନ୍ଦା l

Exit mobile version