Odisha Local
First-of-its-kind hyperlocal news delivery system that provides credible local news in Odisha

87000

Users

16

Engagement user/min

310000

Reach/daily

ଭୁବନେଶ୍ୱର ଫେରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସ୍ୱତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ାରୁ ଆସି ପହଞ୍ଚିଲେ ନବୀନ। ଦିନ ବେଳେ କାଳବୈଶାଖୀ ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଭୁବନେଶ୍ୱରରେ ଓହ୍ଲାଇ ନପାରି ଝାରସୁଗୁଡ଼ା ପଳାଇଥିଲା। ...

ମୁଖ୍ୟମନ୍ତ୍ରୀ ସୁରକ୍ଷିତ ଅଛନ୍ତି, ଭୁବନେଶ୍ବର ଫେରୁଛନ୍ତି: ପାଣ୍ଡିଆନ

ମୁଖ୍ୟମନ୍ତ୍ରୀଙ୍କ ସାଥିରେ ଥିବା ଭିକେ ପାଣ୍ଡିଆନ ଏହି ସୂଚନା ଦେଇଛନ୍ତି। ଖରାପ ପାଗ ଯୋଗୁଁ ହେଲିକପ୍ଟର ଭୁବନେଶ୍ୱରରେ ଓହ୍ଲାଇ ପାରିଲାନି। ଭୁବନେଶ୍ୱରରୁ ହେଲିକପ୍ଟର ଆସି ଝାରସୁଗୁଡ଼ାରେ ଲ୍ୟାଣ୍ଡ କଲା। ମୁଖ୍ୟମନ୍ତ୍ରୀ ଭଲ ଅଛନ୍ତି, ଆମେ ଏବେ ଭୁବନେଶ୍ୱର ଫେରୁଛୁ କହିଛନ୍ତି ପାଣ୍ଡିଆନ। ...

କାଳବୈଶାଖୀ ପବନ ଯୋଗୁଁ ଭୁବନେଶ୍ୱରରେ ଓହ୍ଲାଇ ପାରିଲାନି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର

ଖଡ଼ିଆଳରୁ ସଭାସାରି ଫେରିଲା ବେଳେ ଓହ୍ଲାଇ ପାରିଲାନି ହେଲିକପ୍ଟର। ଭୁବନେଶ୍ୱରରେ ଓହ୍ଲାଇ ନପାରି ଝାରସୁଗୁଡ଼ା ଯାଇଥିଲା ହେଲିକପ୍ଟର। ଝାରସୁଗୁଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ସୁରକ୍ଷିତ ଭାବେ ଓହ୍ଲାଇଥିଲା। ...

କାଳବୈଶାଖୀ ବେଳେ ଏୟାରପୋର୍ଟରେ ପବନ ବେଗ ଥିଲା ୮୦ କିମି

ପବନ ବେଗ ନେଇ ପାଣିପାଗ ବିଭାଗ ପକ୍ଷରୁ ‘ଏକ୍ସ’ରେ ସୂଚନା ଦିଆଯାଇଛି। ଦିନ ୩ଟା ୩୧ରୁ ୩ଟା ୩୪ ମଧ୍ୟରେ ଭୁବନେଶ୍ୱର ଏୟାରପୋର୍ଟ ଅଞ୍ଚଳରେ ପବନ ବେଗ ଥିଲା ୮୦ କିମି। ...

ମୃତ୍ୟୁ ଦଣ୍ଡାଦେଶକୁ ବଦଳାଇ ଆଜୀବନ ଦେଲେ ହାଇକୋର୍ଟ

ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ୨୦୧୮ ସାଲେପୁର ଥାନା ଅଞ୍ଚଳରେ ଘଟିଥିଲା ଜଘନ୍ୟ କାଣ୍ଡ। ଦୋଷୀ ଅହମ୍ମଦ ମୁସ୍ତାଦକୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ ତଳ କୋର୍ଟ। ...

କୁଖ୍ୟାତ ଅପରାଧୀକୁ ତଡ଼ିପାର କଲା ପୁଲିସ

କୁଖ୍ୟାତ ଅପରାଧୀ କାହ୍ନୁଚରଣ ଚମ୍ପତିକୁ ୧୮୦ ଦିନ ପାଇଁ ଭୁବନେଶ୍ବରରୁ ତଡ଼ିପାର୍ କଲା ପୁଲିସ। ୭ରୁ ଅଧିକ ଅପରାଧିକ ମାମଲା ରହିଛି। ...