ଶ୍ରୀ ଗୁରୁକୂଳ ଶିଷ୍ୟା ପବ୍ଲିକ ସ୍କୁଲ 

କେନ୍ଦୁଝର ଜିଲ୍ଲାର ଅରୋ ବିହାର ଜେଲ ରୋଡ ନିକଟରେ ଶ୍ରୀ ଗୁରୁ ଟ୍ରଷ୍ଟ ତରଫରୁ ୦୯ ଜାନୁୟାରୀ ୨୦୧୨ରେ  ଶ୍ରୀ ଗୁରୁକୂଳ ଶିଷ୍ୟା ପବ୍ଲିକ ସ୍କୁଲ  ଆରମ୍ଭ  ହେଇଥିଲା । 

ପ୍ରତିଷ୍ଠାତା

ଶିକ୍ଷା କ୍ଷେତ୍ରରେ ଗତ ୨୫ ବର୍ଷ ଧରି କାମ କରି ଆସୁଥିବା ରୁପଶ୍ରୀ ଗନ୍ତାୟତ ହେଉଛନ୍ତି ଏହି ଶିକ୍ଷାନୁଷ୍ଠାନ ଅଧ୍ୟକ୍ଷା ଓ ପ୍ରତିଷ୍ଠାତା। ୨୦୧୦ ରେ ସମାଜ ସେବା କରିବା ଉଦ୍ଦେଶ୍ୟରେ ସେ ଆଉ ତିନି ଜଣଙ୍କ ସହ ମିଶି ଏକ ଟ୍ରଷ୍ଟ ଗଠନ କରି ଏହି ସ୍କୁଲ ଆରମ୍ଭ କରିଥିଲେ।

ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ଦାନ

ଇଂରାଜୀ ତଥା ଉନ୍ନତ ଧରଣର ଶିକ୍ଷା ସହିତ ଓଡିଶାର ସଂସ୍କୃତି ବିଷୟରେ ଶିକ୍ଷା ଦେବା ଉଦ୍ଦେଶ୍ୟରେ ଆରମ୍ଭ ଏହି ସ୍କୁଲରେ ପ୍ରି ନର୍ସରୀ ଠାରୁ କ୍ଳାସ ୬ ପର୍ଯ୍ୟନ୍ତ ଶିକ୍ଷାଦାନ କରାଯାଉଥିବା ବେଳେ ଏଠାରେ କିଛି ପିଲାମାନଙ୍କୁ ମଧ୍ୟ ମାଗଣାରେ ଶିକ୍ଷା ଦିଆଯାଏ । ସ୍କୁଲ ଯେତେବେଳ ଆରମ୍ଭ ହେଇଥିଲା ପିଲାଙ୍କ ସଂଖ୍ୟା ୩୩ ଥିଲା କିନ୍ତୁ ଏବେ ୨୦୦ରୁ ଉର୍ଦ୍ଧ୍ବ  ପିଲା ପାଠ ପଢୁଛନ୍ତି।

ସମସ୍ତେ ମହିଳା

ଏହି ସ୍କୁଲର ବିଶେଷତ୍ଵ ହେଲା ଆଜି କୁ ୧୧ ବର୍ଷ ହେଲାଣି ଏଠାରେ  ମହିଳା ଶିକ୍ଷୟିତ୍ରୀ ଏବଂ ସମସ୍ତ କର୍ମଚାରୀ ମହିଳା।

ବିଭିନ୍ନ କାର୍ଯ୍ୟକ୍ରମ 

ଏଠାରେ ପାଠପଢା ସହିତ ପ୍ରତିବର୍ଷ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଯଥା ବ୍ଲଡ ଡୋନେଶନ କ୍ଯମ୍ପ,  ଓଡିଶୀ ନାଚ , ବନୋମହୋଶ୍ଚବ ମଧ୍ୟ ପାଳନ କରିଥାଉ ।  ଏହି ସ୍କୁଲରେ ପ୍ରତି ବର୍ଷ ଜଏ  ଅଫ ଗିଭିଂ (Joy Of Giving) କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ ଓ ଏହି ଅବସରରେ ସ୍କୁଲ ପକ୍ଷରୁ  ଗରିବ ଲୋକମାନଙ୍କୁ ସହାୟତା ପ୍ରଦାନ କରାଯିବା  ସହ ପିଲାମାନଙ୍କୁ ମଧ୍ୟ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସ୍କୁଲ କର୍ମକର୍ତ୍ତା ପରାମର୍ଶ ଦେଇଥାନ୍ତି। 

ରକ୍ତଦାନରେ ରେକର୍ଡ

ଏହି ସ୍କୁଲ ଦ୍ଵାରା ଅନୁଷ୍ଠିତ ହୋଇଥିବା ବ୍ଲଡ ଡୋନେଶନ କ୍ଯମ୍ପ  ଆନ୍ତର୍ଜାତୀୟ ଗିନିଜ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛି । 

ସିବିଏସଇ ପାଠ୍ୟକ୍ରମ ଯୋଜନା

ଆଗକୁ ଏହି ସ୍କୁଲରେ ସିବିଏସଇ ପାଠ୍ୟକ୍ରମ ଯୋଜନା ଲାଗୁ କରିବା ପାଇଁ ଯୋଜନା ରଖା ଯାଇଛି।