ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଅଞ୍ଚଳରେ ବୌଦ୍ଧିକ ଶିକ୍ଷାର ବିକାଶ ପାଇଁ ୨୦୧୫ରେ ସ୍ଥାନୀୟ ଅଭିଭାବକଙ୍କ ସହଯୋଗରେ ପ୍ରତିଷ୍ଠା ହୋଇଥିବା ଓଡିଶା ଷ୍ଟେଟ୍ ବ୍ରିଗେଡ୍ ସ୍କୁଲରେ ପ୍ରି ନର୍ସରୀ ରୁ ସପ୍ତମ ପର୍ଯ୍ୟନ୍ତ ଶିକ୍ଷାଦାନ ଦିଆ ଯାଉଛି।
ଜ୍ୟୋତିଷ ବିଦ୍ୟା ଓ ଜଗନ୍ନାଥଙ୍କ ପୂଜକ ଭାବେ ଜଣା ଶୁଣା ସନ୍ତୋଷ କୁମାର ପୂଜାରୀ ଏହି ସ୍କୁଲର ପ୍ରତିଷ୍ଠାତା । ସ୍କୁଲ ଖୋଲିବା ପାଇଁ ସମସ୍ତ ପ୍ରକାର ସହାୟତା ପ୍ରଦାନ ସ୍ଥାନୀୟ ଲୋକେ କରିଥିବା ବେଳେ ପ୍ରଥମ ଆର୍ଥିକ ସାହାଯ୍ୟ ପ୍ରଦାନ କରିଥିଲେ ଦେବଗଡ଼ର ପ୍ରକାଶ କୁମାର ଆଚାର୍ଯ୍ୟ ।
ସ୍କୁଲରେ ଶିକ୍ଷକ ସଂଖ୍ୟା ୧୧ ଓ ପ୍ରଧାନ ଶିକ୍ଷକ ଭାବେ ମିନତିବାଳା ଆଚାର୍ଯ୍ୟ କାମ କରୁଛନ୍ତି। ପ୍ରଥମେ ୨୮ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ସ୍କୁଲରେ ଛାତ୍ରଛାତ୍ରୀ ସଂଖ୍ୟା ୨୧୦ରେ ପହଞ୍ଚିଛି।
ସ୍କୁଲରେ କମ୍ପୁଟର ଶିକ୍ଷା, ସୈନିକ ଶିକ୍ଷା ମଧ୍ୟ ପ୍ରଦାନ କରାଯାଉଛି। ଚଳିତ ବର୍ଷ ଛାତ୍ର ଛାତ୍ରୀଙ୍କ ଠାରୁ କୌଣସି ଫି ନିଆ ଯାଇନାହିଁ।