ଗାୟତ୍ରୀ ଆବାସିକ ଶିକ୍ଷା ନିକେତନ

ଓଡ଼ିଶାର ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ଶିକ୍ଷା କ୍ଷେତ୍ରରେ ଏକ ଉନ୍ନତ ଓ ଅଗ୍ରଣୀ ଅନୁଷ୍ଠାନ ଭାବେ ଗଢି ତୋଳିବାର ସଂକଳ୍ପ ନେଇ ୨୦୧୨ରେ ପ୍ରତିଷ୍ଠା ହୋଇଥିବା  ଗାୟତ୍ରୀ ଆବାସିକ ଶିକ୍ଷା ନିକେତନ ଠାରେ ପ୍ରାକ୍ ପ୍ରାଥମିକ ଠାରୁ ଆରମ୍ଭ କରି +୨ ବିଜ୍ଞାନ ପର୍ଯ୍ୟନ୍ତ ଶିକ୍ଷା ଦିଆଯାଏ ଓ ଏଠାରେ ଛାତ୍ରାବାସ ସୁବିଧା ଉପଲବ୍ଧ ଅଛି।

ପ୍ରତିଷ୍ଠାତା

ଜଣା ଶୁଣା ସମାଜସେବୀ ସ୍ବର୍ଗତ ରାଧେଶ୍ୟାମ ଅଗ୍ରୱାଲା, ଲକ୍ଷ୍ମଣ ଖମାରୀ, ଭୂଷଣ କୁମାର ପାତ୍ର,  ଇନ୍ଦ୍ରଜିତ ପରୁଆ ପ୍ରମୁଖଙ୍କ ପ୍ରୋତ୍ସାହନରେ ବୀର ମହାରାଜପୁରରେ ଏହାର ପ୍ରତିଷ୍ଠା କରିଥିଲେ ପଙ୍କଜ କୁମାର ଖମାରୀ।  କ୍ରୀଡା, ସାହିତ୍ୟ ଓ ସମାଜ ସେବାରେ ସେ ରୁଚି ରଖନ୍ତି । ତାଙ୍କର ୨ଟି ପୁସ୍ତକ ଉନ୍ମୋଚିତ ହୋଇଛି।

ଛାତ୍ର ଛାତ୍ରୀଙ୍କ ସଂଖ୍ୟା

ଏବେ ୩୦୨ ଜଣ ଛାତ୍ରଛାତ୍ରୀ  ଏହି ଶିକ୍ଷା ନିକେତନରେ ଅଧ୍ୟୟନ କରୁ ଥିବାବେଳେ ୧୦୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏଠାରେ ଅଧ୍ୟୟନ କରିଛନ୍ତି।

ସ୍ଥାନୀୟ ଶିକ୍ଷାପ୍ରେମୀଙ୍କ ୩୬,୦୦୦ ଟଙ୍କାର ସହଯୋଗରେ ଏହି ଶିକ୍ଷାନୁଷ୍ଠାନ ଆରମ୍ଭ ହେଇଥିବା ସେ କହିଛନ୍ତି। ପ୍ରଥମେ ଉଫୁଲା ସ୍ଥିତ ସ୍ବର୍ଗତ ରାଧେଶ୍ୟାମ ଅଗ୍ରୱାଲାଙ୍କ କୋଠାରେ ଆରମ୍ଭ ହୋଇଥିଲା । ପରେ (ରଥପୁର) ଭଙ୍ଗାମୁଣ୍ଡା ଠାରେ ନିଜସ୍ଵ କୋଠାକୁ ସ୍କୁଲ ସ୍ଥାନାନ୍ତରୀତ ହୋଇଥିଲା।

ଶିକ୍ଷା ପ୍ରେମୀଙ୍କ ସାହାଯ୍ୟ

କୃତିତ୍ବ

ଏଠାକାର ଛାତ୍ରଛାତ୍ରୀ ବିଭିନ୍ନ ମେଧା ବୃତ୍ତି ପରୀକ୍ଷା, ନବୋଦୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକାରେ କୃତିତ୍ୱ ହାସଲ କରିଛନ୍ତି। ଏଠାକାର ଛାତ୍ରଛାତ୍ରୀ ଦୁଇଥର ଆନ୍ତର୍ଜାତିକ ବାଳୁକା କଳାରେ ଶ୍ରେଷ୍ଠତା ହାସଲ କରି ରାଜ୍ୟପାଳଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି । 

ସ୍କୁଲରେ ସବୁଦିନ ଯୋଗ, ପ୍ରାର୍ଥନା ସହ ଏକ ଆଧ୍ୟାତ୍ମିକ ପରିବେଶରେ ଶିକ୍ଷାଦାନ ହୋଇଥାଏ। ଏଠାରେ ପାଠ ପଢା ସାଙ୍ଗକୁ ନାଚ, ଗୀତ, ବାଳୁକା କଳା, ପେଣ୍ଟିଂ ଆଦି ଶିକ୍ଷାଦାନ କରାଯାଇଥାଏ ଏଠାରେ ପିଲାଙ୍କୁ ମାର୍ଶଲ ଆର୍ଟ (ତାଇକୋଣ୍ଡୋ), ସନ୍ତରଣ ଓ ତୀରନ୍ଦାଜ ଶିକ୍ଷା ମଧ୍ୟ ଦିଆଯାଏ।

ଦିନଚର୍ଯ୍ୟା