ଚିଲିକାରୁ ମିଳିଲା ନିଖୋଜ ଡଙ୍ଗା ଚାଳକଙ୍କ ମୃତଦେହ

ଗତକାଲି ଡଙ୍ଗାରୁ ପଡ଼ି ନିଖୋଜ ହୋଇଥିଲେ ଡଙ୍ଗାଚାଳକ। ୫ ପର୍ଯ୍ୟଟକଙ୍କୁ ନେଇ ମଗରମୁଖ ଯାଉଥିବା ବେଳେ ପଡ଼ିଯାଇଥିଲେ।

ଡଙ୍ଗା ସହ ୫ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକେ।

ଡଙ୍ଗାରୁ ପଡ଼ି ଚାଳକ ନିଖୋଜ

ଚିଲିକାରେ ପର୍ଯ୍ୟଟକ ଡଙ୍ଗାରୁ ପଡ଼ି ଚାଳକ ନିଖୋଜ ହୋଇଯିବା ପରେ ଡଙ୍ଗା ଅଟକି ଯାଇଥିଲା।

ଡଙ୍ଗାଟି ସାତପଡ଼ାରୁ ମଗରମୁଖ ଯାଉଥିବା ବେଳେ ଅଘଟଣ ଘଟିଛି।
ଡଙ୍ଗାରେ ୫ ପର୍ଯ୍ୟଟକ ଥିଲେ। ପ୍ରାୟ ଏକ ଘଣ୍ଟା ପରେ ଡଙ୍ଗାକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ। ଏବେ ଯାଏଁ ଚାଳକ ନିଖୋଜ ଥିବାବେଳେ ସର୍ଚ୍ଚ ଅପରେସନ ଜାରି ରହିଛି।

ବ୍ରହ୍ମଗିରିର ପୂର୍ବତନ ବିଧାୟକ ଅଜୟ କୁମାର ଜେନାଙ୍କ ପରଲୋକ

୮୦ ବର୍ଷରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ଅଜୟ କୁମାର ଜେନାଙ୍କ ଦେହାନ୍ତ ଘଟିଛି।

ସେ ଜନତା ଦଳ ଟିକେଟରେ ଦୁଇଥର ବିଧାୟକ ନିର୍ବାଚିତ ହୋଇଥିଲେ।ସରକାରୀ ଦଳର ମୁଖ୍ୟ ସଚେତକ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ।

ପିପିଲି ଟୋଲ୍‌ ପ୍ଲାଜାରେ ଗୁଳିମାଡ଼; ଫେରାର୍ ଥିବା ୩ ଅଟକ (ଅପଡେଟ)

ପୁରୀ ଜିଲ୍ଲା ନିମାପଡ଼ା ଅରିଷଣ୍ଢ ଡଗରାସାହି ଗହିରରୁ ଧରାପଡ଼ିଲେ ୩ ଦୁର୍ବୃତ୍ତ।

ଗାଡ଼ି ଛାଡ଼ି ଫେରାର ଉଦ୍ୟମ ବେଳେ ୩ ଜଣଙ୍କୁ ଧରିଲା ପୁଲିସ। ଫେରାର୍ ଥିବା ଆଉ ୨ ଜଣଙ୍କୁ ଖୋଜୁଛି ପୁଲିସ।ଦୁର୍ବୃତ୍ତମାନେ କଟକରୁ ଆସିଥିଲେ, ଖୁବଶୀଘ୍ର ଧରାଯିବ କହିଲେ ଏସପି।

ପିପିଲି ଟୋଲ୍‌ ପ୍ଲାଜାରେ ଦୁର୍ବୃତ୍ତଙ୍କ ଗୁଳିମାଡ଼

ଟୋଲ୍ କର୍ମଚାରୀଙ୍କୁ ଆକ୍ରମଣ ପରେ ୨ ରାଉଣ୍ଡ ଫାଙ୍କା ଗୁଳିମାଡ଼ କରି ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି।

ଦୁର୍ବୃତ୍ତଙ୍କ ଆକ୍ରମଣରେ ଟୋଲ୍‌ କର୍ମଚାରୀ ଆହତ ହୋଇଛନ୍ତି। ଘଟଣାସ୍ଥଳରୁ ଗୋଟିଏ ଗୁଳି ଜବତ ହୋଇଛି। ପୁଲିସ ଘଟଣାର ତଦନ୍ତ କରୁଛି। କାର୍‌ରେ ଭୁବନେଶ୍ୱରରୁ ପୁରୀ ଯାଉଥିଲେ ୭ ଦୁର୍ବୃତ୍ତ।

ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ପରଲୋକ

ପୁରୀ ଜିଲ୍ଲା ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ପରଲୋକ ଘଟିଥିବା ତାଙ୍କ ପୁଅ ସୂଚନା ଦେଇଛନ୍ତି।

ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ବର୍ଷ ବୟସ ହୋଇଥିଲା।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଭେଟିଲେ କଂଗ୍ରେସର ନେତୃବୃନ୍ଦ

ଶ୍ରୀମନ୍ଦିର କାର୍ଯ୍ୟାଳୟ ଭିତରକୁ ଯାଇ ଦାବିପତ୍ର ପ୍ରଦାନ କଲେ ପିସିସି ସଭାପତି ଶରତ ପଟ୍ଟନାୟକ।

କାର୍ତ୍ତିକ ପୂର୍ବରୁ ଚାରି ଦ୍ୱାର ଖୋଲିବାକୁ ଲିଖିତ ଭାବେ ଜଣାଇଛି କଂଗ୍ରେସ।କଂଗ୍ରେସ ପକ୍ଷରୁ ଦାବିପତ୍ର ମିଳିଛି କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

ପୁରୀ ଶରଧାବାଲିରେ କଂଗ୍ରେସ ପକ୍ଷରୁ ବିଶାଳ ରାଲି

ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ରାଲି ଅନୁଷ୍ଠିତ ହୋଇଛି।

ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିବା, ରତ୍ନଭଣ୍ଡାର ଖୋଲିବା, ପୁରୀ ଜିଲ୍ଲା ଚାଷୀଙ୍କୁ ବେଦାନ୍ତ ଅଧିକୃତ ଜମି ଫେରସ୍ତ ପାଇଁ ଦାବି କରିଛି କଂଗ୍ରେସ।

ବିଶ୍ୱ ଅଣ୍ଡା ଦିବସରେ ବାଲୁକା କଳା

ବିଶ୍ୱ ଅଣ୍ଡା ଦିବସ ଅବସରରେ ପୁରୀ ବେଳାଭୂମିରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା କରିଛନ୍ତି।

ଅଣ୍ଡାରେ ଥିବା ପୋଷକ ତତ୍ତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ବାଲୁକା କଳା ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି ବାଲୁକା ଶିଳ୍ପୀ।

Nuakhai wishes