ଭୁବନେଶ୍ୱରରେ ଆଉ 5 ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଗତ 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ 5 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 6 ଜଣ ସୁସ୍ଥ ହୋଇଛନ୍ତି l ଏବେ ରାଜଧାନୀରେ ମୋଟ 127 ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି l

୧୬ ସହରରେ ଆଜି ତାପମାତ୍ରା ୪୦ ଡିଗ୍ରୀ ଉପରେ

ଆଜି ବାରିପଦାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା 43.4 ଡିଗ୍ରୀ ଥିବା ବେଳେ ସୋନପୁରରେ 43.2, ବଲାଙ୍ଗୀରରେ 43, ଭଦ୍ରକରେ 40, ପାରଳାଖେମୁଣ୍ଡିରେ 41, ବୌଦ୍ଧରେ 42.5, ମାଲକାନଗିରିରେ 40, ଟିଟିଲାଗଡ଼ରେ 41.8, ଭବାନୀପାଟଣାରେ 40.8, ତାଳଚେରରେ 41.6, ହୀରାକୁଦରେ 40, ସୁନ୍ଦରଗଡ଼ରେ 42, ସମ୍ବଲପୁରରେ 41.8, କେନ୍ଦୁଝରରେ 40.3, ଝାରସୁଗୁଡାରେ 42.7, ଅନୁଗୁଳରେ 42.9 ଡିଗ୍ରୀ ରହିଛି l

ଜାଣନ୍ତୁ ଅଂଶୁଘାତର ଲକ୍ଷଣ

ରାଜ୍ୟରେ ତାପମାତ୍ରା ବଢିବଢି ଚାଲିଥିବା ବେଳେ ସରକାର ବିଭିନ୍ନ ସମୟରେ ଜରୁରୀ କାମ ନପଡିଲେ ଖରାକୁ ନବାହାରିବାକୁ ପରାମର୍ଶ ଦେଉଛନ୍ତି ଏବଂ ଅଂଶୁଘାତର ଲକ୍ଷଣ ଦେଖାଦେଲେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ଚିକିତ୍ସା କରିବାକୁ ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି କହିଛନ୍ତି।

ଶରୀରର ତାପମାତ୍ର ବଢ଼ିଯିବା, ଝାଳ ବାହାରିବା ବନ୍ଦ ହୋଇଯିବା, ବାଉଳି ଚାଉଳି ହେବା, ମୂର୍ଚ୍ଛା ଯିବା ଓ ଘନଘନ ନିଶ୍ୱାସ ବାହାରିବା ଆଦି ଲକ୍ଷଣ ଦେଖାଦେଲେ ତୁରନ୍ତ ତାଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାନ୍ତୁ।

ଅପରାଜିତାଙ୍କ କାର୍ଯ୍ୟକର୍ତ୍ତା ସମ୍ମିଳନୀ

ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ଆଜି ଖୋର୍ଦ୍ଧା ଠାରେ ଦଳୀୟ କାର୍ଯ୍ୟକର୍ତ୍ତାମାନଙ୍କ ସହ ବିଭିନ୍ନ ବିଷୟ ନେଇ ଆଲୋଚନା କରିଛନ୍ତି l

ଏହି ଅବସରରେ ବିଧାୟକ ପ୍ରାର୍ଥୀ ଶ୍ରୀ କାଳୁ ଖଣ୍ଡାୟତ ରାୟ ଜିଲ୍ଲା ସଭାପତି ରଶ୍ମି ରଞ୍ଜନ ମହାପାତ୍ର, ବହୁ ନେତୃତ୍ୱ ଏବଂ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ l

ତେଲ ଟ୍ୟାଙ୍କରରେ ଲାଗିଗଲା ନିଆଁ, ଆୟତ୍ତ ହେଲା

କେରଳରୁ କଲିକତା ଯାଉଥିବା ଏକ ନଡ଼ିଆ ତେଲ ଟ୍ୟାଙ୍କରରେ ଆଜି ପୂର୍ବାହ୍ନରେ ଜାତୀୟ ରାଜପଥର ପିତାପଲ୍ଲୀ ନିକଟରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା l

ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇଥିବା ବେଳେ କେହି ଆହତ ହୋଇନାହାନ୍ତି l

ରାଜ୍ୟର ଚାରୋଟି ଜିଲ୍ଲାରେ ମୃଦୁ ଭୂକମ୍ପ

ଗଞ୍ଜାମ, ନୟାଗଡ଼, ଫୁଲବାଣୀ ଏବଂ ବୌଦ୍ଧ ଜିଲ୍ଲାରେ ଆଜି ପୂର୍ବାହ୍ନ 11 ଟା 19 ମିନିଟରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଥିବା ଏବଂ ରିକ୍ଟର ସ୍କେଲରେ ଏହାର ମାତ୍ରା 3.5 ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି l

ଭୂକମ୍ପର କେନ୍ଦ୍ର ସ୍ଥଳ ଗଞ୍ଜାମ ଓ ନୟାଗଡ଼ ଜିଲ୍ଲାର ମଧ୍ୟବର୍ତ୍ତୀ ଅଞ୍ଚଳ ବୋଲି ଜଣାପଡିଛି l

କୋକେନ ବ୍ୟବସାୟୀଙ୍କ ସ୍ୱୀକାର, ବିଦେଶୀ ନାଗରିକଙ୍କୁ ବିକିଥାନ୍ତେ

ଦୁଇଦିନ ତଳେ ଭୁବନେଶ୍ୱରର ଜାଭିଅର୍ସ ଛକରେ ଗିରଫ ହୋଇଥିବା ଦୁଇଜଣ କୋକେନ ବ୍ୟବସାୟୀ ରବି ଓ ସନ୍ନିଙ୍କୁ ଜେରା କରିବା ପରେ ଏସଟିଏଫକୁ ବହୁ ତଥ୍ୟ ମିଳିଛି l

2023 ବିଶ୍ୱକପ ହକିରେ ବହୁ ବିଦେଶୀ ଦର୍ଶକ ଆସିବାର ଥିବାରୁ ଟା ପୂର୍ବରୁ କୋକେନ ବ୍ୟବସାୟର ପ୍ରସ୍ତୁତି ଚାଲିଥିଲା ବୋଲି ସେମାନେ କହିଛନ୍ତି l ରବିର ରାଜସ୍ଥାନରେ ଟ୍ରାଭେଲସ ଓ ହୋଟେଲ ବ୍ୟବସାୟ ଥିବା ବେଳେ ସେ ଦିଲ୍ଲୀରେ ମଧ୍ୟ କୋକେନ କାରବାର କରେ ଏବଂ ତା ଠାରୁ ଦକ୍ଷିଣ ଆଫ୍ରିକାର ନୋଟ ଜବତ ହୋଇଥିବା ଏସଟିଏଫ କହିଛି l

୫୨ କେଜି ଗଞ୍ଜେଇ ଜବତ, ୨ ଗିରଫ

ଖୋର୍ଦ୍ଧା- ଜଟଣୀ ବାଇପାସ ମୁକୁନ୍ଦପ୍ରସାଦରେ କ୍ରାଇମବ୍ରାଞ୍ଚ ଏସଟିଏଫ ଚଢାଉ କରି ୫୨ କେଜି ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି ।

ଗିରଫ ବ୍ୟକ୍ତି ମଧ୍ୟରୁ ଜଣେ ଗଜପତିର ସୁଧୀର ଲିମା ଓ ଅନ୍ୟ ଜଣେ ପୁରୀର ଏସ କେ ଆକାଶ ।

Nuakhai wishes