ବାରକଣାଠାରେ ୬ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ

ଆଜି ଯାଜପୁର ଜିଲା ଧର୍ମଶାଳା ବ୍ଲକ ବାରକଣା ଗ୍ରାମ ହନୁମାନ ମନ୍ଦିର ପରିସରେ ୬ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ ଆରମ୍ଭ ହୋଇଛି ।

ଯାଜପୁର ଜିଲ୍ଲାର କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ବୁଷ୍ଟର ଡୋଜ ଟିକା ପ୍ରଦାନ

ଯାଜପୁର ଜିଲ୍ଲାର ଧର୍ମଶାଳା ପ୍ରେସ କ୍ଲବ, ଯାଜପୁର ମୁନସିପାଲଟି କାର୍ଯ୍ୟାଳୟ, କଳିଙ୍ଗନଗର ଉନ୍ନୟନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟରେ ସରକାରଙ୍କ ଦ୍ୱାରା ପଞ୍ଜିକୃତ ସାମ୍ବାଦିକମାନେ ଟୀକା ନେଇଛନ୍ତି।

ସରକାରଙ୍କ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ପଞ୍ଜିକୃତ ଜିଲ୍ଲାର ୪ଶହରୁ ଉର୍ଦ୍ଧ୍ଵ ଜଣ ସାମ୍ବାଦିକ ଏହା ଦ୍ୱାରା ଉପକୃତ ହେବେ।

ଧର୍ମଶାଳା ପଞ୍ଚାୟତ ସମିତି ବୈଠକ

ଆଜି ଯାଜପୁର ଜିଲ୍ଲା ଧର୍ମଶାଳା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି l

ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ, ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତ ରାୟ,ବ୍ଲକ ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତ ରାୟ, ବ୍ଲକ ଉପାଧ୍ୟକ୍ଷା, ଜିଲ୍ଲା ପରିଷଦ ସଦସ୍ୟ, ସଦସ୍ୟା ଓ ବ୍ଲକ ଉନ୍ନୟନ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଧର୍ମଶାଳା ବ୍ଲକ ଅନ୍ତର୍ଗତ ସମସ୍ତ ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟଙ୍କ ସହ ପଞ୍ଚାୟତ ସ୍ତରର ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ ।

୫ ବେଆଇନ ବାଲି ବୋଝଇ ଟ୍ରାକ୍ଟର ଜବତ

ଆଜି ସ୍ପେଶାଲ ସ୍କ୍ୱାର୍ଡ ପକ୍ଷରୁ ଯାଜପୁର ଜିଲ୍ଲା କୁଣ୍ଡପାଟଣା ନିକଟସ୍ଥ ବ୍ରାହ୍ମଣୀ ନଦୀ ଘାଟରୁ ବେଆଇନ ଭାବେ ବାଲି ଉତ୍ତୋଳନ କରୁଥିବା ୫ଟି ଟ୍ରାକ୍ଟର ଜବତ ହୋଇଛି।

ଛତୁ ଚାଷକରି ସ୍ୱାବଲମ୍ବୀ ହେଇପାରିଛନ୍ତି ସସ୍ମିତା

ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ମଧୁପୁରଗଡ଼ ପଞ୍ଚାୟତର ସସ୍ମିତା ଧୀର ୨୦୧୯ରେ ତାଲିମ ପରେ ଛତୁଚାଷ କରି ସ୍ୱାବଲମ୍ବୀ ହେବା ସହ ମହିଳାଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।

ସ୍ୱାମୀଙ୍କ ଭଲ ରୋଜଗାର ନଥିବାରୁ ସେ ଘରକାମ ସହିତ ଅଳ୍ପ ଖର୍ଚ୍ଚରେ ଛତୁଚାଷ କରି ମାସିକ ୧୫ହଜାର ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି ।

ଝିଅ ନିଖୋଜ ଘଟଣାରେ ମା’ଙ୍କ ଇଛାମୃତ୍ୟୁ ଆବେଦନ

ଯାଜପୁର ଜିଲ୍ଲା ବିଂଝାରପୁର ଥାନା ମଧୁସୁଦନପୁର ଗ୍ରାମର ଦୁଇ ବର୍ଷର ଝିଅ ପିହୁ 2020 ଅଗଷ୍ଟ 9 ତାରିଖରୁ ଗାଁ ଦାଣ୍ଡରୁ ନିଖୋଜ ହୋଇଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପୁଲିସ ତାକୁ ଠାବ କରିବାରେ ବିଫଳ ହୋଇଛି l

ନିରାଶ ହୋଇ ପିହୁର ମା ମୋନାଲିସା ନାୟକ ଘଟଣାର ସିବିଆଇ ତଦନ୍ତ ଦାବି କରିବା ସହ ତାଙ୍କୁ ଇଛାମୃତ୍ୟୁ ଅନୁମତି ଦେବାକୁ ଜିଲ୍ଲାପାଳଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ନିବେଦନ ପଠାଇଛନ୍ତି l

କର୍ଣ୍ଣାଟକରେ ପୁରସ୍କୃତ ହେଲେ ଓଡ଼ିଆ ଶିକ୍ଷାବିତ

ଯାଜପୁର ଜିଲ୍ଲା ବାସିନ୍ଦା ସ୍ବର୍ଗତ ହରିବଲ୍ଲବ ପତିଙ୍କ ସାନପୁଅ ନୀଳାଚଳ ମିସନ ଟ୍ରଷ୍ଟର ଟ୍ରଷ୍ଟି ଶିକ୍ଷାବିତ ସୁଧାକର ପତିଙ୍କୁ କର୍ଣ୍ଣାଟକ ସରକାର ପକ୍ଷରୁ ସୁବର୍ଣ୍ଣଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି ।

ସମାଜ ସେବା ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କର୍ଣ୍ଣାଟକ ରାଜ୍ୟ ପଛୁଆବର୍ଗ ଫେଡେରେସନ ଓ ସୁବର୍ଣ୍ଣା ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ବାଙ୍ଗାଲୋର ରବୀନ୍ଦ୍ର କଳାକ୍ଷେତ୍ରଠାରେ ଆୟୋଜିତ ଉତ୍ସବରେ ପୁରସ୍କୃତ କରାଯାଇଛି ।

Nuakhai wishes