ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ଜଗତସିଂହପୁର ଜିଲ୍ଲା ବାଉରିଆପାଳନ୍ଦା ବସ୍ତିରୁ ଝୁଲନ୍ତା ଅବସ୍ଥାରେ ଘର ଭିତରୁ ମୃତଦେହ ଉଦ୍ଧାର ହୋଇଛି।

ଘଟଣା ପରଠାରୁ ସ୍ୱାମୀ ଫେରାର ଥିବାରୁ ସନ୍ଦେହ ଘନୀଭୂତ ହୋଇଛି।

ବୋଲେରୋକୁ ୩୦ ମିଟର ଘୋଷାରି ନେଲା ଟ୍ରେନ୍‌

ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ଏମସିଏଚପି କ୍ୟାଣ୍ଟିନ ନିକଟରେ ଦୁର୍ଘଟଣା ଘଟିଛି।

ଅଳ୍ପକେ ବର୍ତ୍ତି ଯାଇଛନ୍ତି ବୋଲେରୋରେ ଥିବା ସମସ୍ତ କର୍ମଚାରୀ।

କଟୁରି ଚୋଟରେ ଆଈ ମୃତ, ୨ ମହିଳା ଆହତ

ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଗଦେଇଗିରି ଗାଁରେ ଏହି ଘଟଣା ଘଟିଛି। ଆକ୍ରମଣକାରୀ ନାବାଳିକା ଦୁଷ୍କର୍ମ ମାମଲାର ବିଚାରାଧୀନ ବନ୍ଦୀ ଥିଲା। ୨୦୨୦ ଦୁଷ୍କର୍ମ ମାମଲାରେ ଗିରଫ ହୋଇ ଆଳିପିଙ୍ଗଳ ଜେଲ୍‌ରେ ଥିଲା।

୨୦୨୨ ଏପ୍ରିଲ୍ ମାସରୁ ଯୁବକ ଜଣଙ୍କ ଜେଲ୍‌ରୁ ଫେରାର ହୋଇଥିଲା। ଆଜି ହଠାତ୍ ମାମୁ ଘରକୁ ଆସି କଟୁରିରେ ହାଣି ଆଈକୁ ହତ୍ୟା କରିଥିଲା।ନାବାଳିକାର ମାଆ ଓ ସଂପର୍କୀୟ ଆଈକୁ ମଧ୍ୟ ଆକ୍ରମଣ ହୋଇଛି। ଆହତ ୨ଜଣଙ୍କୁ ବାଲିକୁଦା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖିଛି ପୁଲିସ।

ପାରାଦୀପ ଭୁତମୁଣ୍ଡାଇ ପୋଲରୁ ଡେଇଁଥିବା ମହିଳା ଉଦ୍ଧାର

ମହାନଦୀ ମୁହାଣରୁ ମତ୍ସ୍ୟଜୀବୀଙ୍କ ଦ୍ବାରା ଜୀବିତ ଉଦ୍ଧାର ହୋଇଛନ୍ତି।

ପ୍ରାୟ ୫ କିମି ପର୍ଯ୍ୟନ୍ତ ବଢ଼ି ପାଣିରେ ଭାସି ଯାଇଥିଲେ। ଉଦ୍ଧାର ମହିଳାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଡେଇଁବାର କାରଣ ଅସ୍ପଷ୍ଟ ରହିଛି।

ଭିଜିଲାନ୍ସ ଜାଲରେ ଏରସମା ସର୍କଲ ଗୋଡ଼ା ଆରଆଇ

ଜଗତସିଂହପୁର ଜିଲ୍ଲା ଏରସମା ସର୍କଲ ଗୋଡ଼ା ଆରଆଇ ନୃସିଂହ ରାଉତ ୬ ହଜାର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।

ସେ ଜମି ମ୍ୟୁଟେସନ ପାଇଁ ଲାଞ୍ଚ ନେବା ବେଳେ ଧରାପଡିଲେ।

ପୁଅକୁ ତେଣ୍ଟାରେ ଭୁସି ହତ୍ୟାକଲା ବାପା

ଜଗତସିଂହପୁର ଜିଲ୍ଲା ସଦର ଥାନା ରାଇବରେଇ ଗାଁ ଭୋଇ ସାହିରେ ଏହି ଘଟଣା ଘଟିଛି।

ମାଆକୁ ମାଡ଼ ମାରୁଥିବାରୁ ବାପାକୁ ଅଟକାଇଥିଲା ମଝିଆଁ ପୁଅ। ବାପା ରାଗରେ ଏକ ତେଣ୍ଟାରେ ମଝିଆଁ ପୁଅକୁ ଭୁସି ଦେଇଥିଲା। ବଡ଼ ପୁଅର ଅଭିଯୋଗ ଆଧାରରେ ବାପାକୁ ଥାନାରେ ଅଟକ ରଖିଛି ପୁଲିସ।

5-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ଗସ୍ତକୁ ବିରୋଧ

ଜଗତସିଂହପୁର ଜିଲ୍ଲା ଗସ୍ତ ବେଳେ ବିଜେପି କର୍ମୀମାନେ କଳା ଗଞ୍ଜି ପିନ୍ଧିବା ସହିତ କଳା ବେଲୁନ ଉଡାଇ ପ୍ରତିବାଦ କରିଛନ୍ତି।

ରାହାମାରେ ବିଜେପି ଯୁବମୋର୍ଚ୍ଚା କର୍ମୀମାନେ କଳା ବେଲୁନ ଆକାଶକୁ ଛାଡ଼ିଛନ୍ତି। ଏହା ସହ କୁଜଙ୍ଗରେ ବିଜେପି ମହିଳା ମୋର୍ଚ୍ଚା କର୍ମୀମାନେ କଳା ଶାଢୀ ପିନ୍ଧି କୁଜଙ୍ଗ ବଜାରରେ ଶୋଭାଯାତ୍ରା ଓ ବିକ୍ଷୋଭ କରିଛନ୍ତି ।

ଉଭଣୀ ହତ୍ୟାକାରୀ ସାବତ ଭାଇକୁ ଆଜୀବନ ଜେଲ

ଦୋଷୀ ସାବତ ଭାଇ ତପନ ନାଥକୁ ଦଣ୍ଡାଦେଶ ଦେଲେ ପକ୍ସୋ କୋର୍ଟ।

୨୦୧୩ରେ ଜଗତସିଂହପୁର ସଦର ଥାନା ମହାକାଳେଶ୍ୱର ଗାଁରେ ଘଟିଥିଲା ହତ୍ୟାକାଣ୍ଡ। ଉଣୀକୁ ବୁଲାଇବାକୁ ନେଇ ତଣ୍ଟି ଚିପି ହତ୍ୟା କରିଥିଲା ସାବତ ଭାଇ।

ଉନ୍ମତ୍ତ ଯୁବକର ଖଣ୍ଡା ଚୋଟରେ ୨ ମହିଳା ମୃତ

ଜଗତସିଂହପୁର ଜିଲ୍ଲା ଏକ୍ସପ୍ରେସ୍ ୱେ କଲୋନୀରେ ଏହି ଘଟଣା ଘଟିଛି।

ଜଣଙ୍କର ଘଟଣାସ୍ଥଳରେ, ଅନ୍ୟ ଜଣଙ୍କ ହସ୍ପିଟାଲରେ ମୃତ୍ୟୁ ଘଟିଛି।ନିଶାସକ୍ତ ଅବସ୍ଥାରେ ଦୁଇ ମହିଳାଙ୍କ ଘରେ ପଶି ଆକ୍ରମଣ କରିଥିଲେ।ଆକ୍ରମଣକାରୀ ଯୁବକ କୁଜଙ୍ଗ ଥାନାରେ ଅଟକ ଅଛି।

ଡ୍ରେଜର ମେସିନ ମରାମତି ବେଳେ ଅଘଟଣ; ଜଣେ ମୃତ

ପାରାଦୀପ ନିଷିଦ୍ଧାଞ୍ଚଳରେ ୨ ଟେକ୍ନିସିଆନ୍‌ ମରାମତି କରିବା ବେଳେ ବୁଡ଼ିଯାଇଥିଲେ।

ଜଣେ ଟେକ୍ନିସିଆନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟଜଣଙ୍କ ମୃତ୍ୟୁ ଘଟିଛି। ମୃତ ଟେକ୍ନିସିଆନ୍‌ ଆନ୍ଧ୍ରପ୍ରଦେଶ ବିଶାଖାପାଟଣାର ବୋଲି ସୂଚନା ମିଳିଛି।

Nuakhai wishes