ପିନାକ ମିଶ୍ର କଟକ ଡିସିପି ନିଯୁକ୍ତ

ବ୍ରହ୍ମପୁର ଏସପି ଭାବେ କାର୍ଯ୍ୟ କରୁଥିବା ୨୦୧୧ ବ୍ୟାଚର ଭାରତୀୟ ପୁଲିସ ସେବା ଅଧିକାରୀଙ୍କୁ ଆଜି ରାଜ୍ୟ ସରକାର କଟକର ଡିସିପି ଭାବେ ନିଯୁକ୍ତ କରିଛନ୍ତି।

ରାଜ୍ୟ ସରକାର ବରିଷ୍ଠ ଆଇପିଏସ ସ୍ତରରେ ଆଜି ଏକ ବଡ ଧରଣର ଅଦଳ ବଦଳ କରିଛନ୍ତି।

ଭିତ୍ତିଭୂମିର ବିକାଶରେ ଅର୍ଥ ବାଧକ ସାଜିବ ନାହିଁ:ମନ୍ତ୍ରୀ

କଟକ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର ପ୍ରଥମ ପ୍ରତିଷ୍ଠା ଦିବସ କୁଳପତି ପ୍ରଫେସର କମଳଜିତ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ମୁଖ୍ୟ ଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଯୋଗ ଦେଇ କହିଛନ୍ତି ଯେ ବିଶ୍ୱବିଦ୍ୟାଳୟ ଭିତ୍ତିଭୂମିର ବିକାଶରେ ଅର୍ଥ ବାଧକ ସାଜିବ ନାହିଁ ଏବଂ ନ୍ୟାୟିକ ବ୍ୟବସ୍ଥାରେ ଯେପରି ଜଣେ ଲୋକ ନିରପେକ୍ଷ ନ୍ୟାୟ ପାଇବ ଏହା ଉପରେ ଗୁରୁତ୍ୱ ଦେବାକୁ କହିଥିଲେ ।

ସତ୍ୟଭାମାପୁରରେ ମଧୁସୂଦନ ସଂଗ୍ରହାଳୟ ଲୋକାର୍ପିତ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପବିତ୍ର ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ମଧୁବାବୁଙ୍କ ଜନ୍ମ. ସ୍ଥାନ କଟକ ଜିଲ୍ଲାର ସତ୍ୟଭାମାପୁର ଠାରେ ଉତ୍କଳ ଗୌରବ ମଧୁସୂଦନ ସଂଗ୍ରହାଳୟ ଓ ବ୍ୟାଖ୍ୟାନ କେନ୍ଦ୍ରକୁ ଲୋକାର୍ପିତ କରିଛନ୍ତି l

ଜଗତପୁରସ୍ଥିତ ତୁଳା ଗୋଦାମରେ ଅଗ୍ନିକାଣ୍ଡ

କଟକ ଜିଲ୍ଲା ଜଗତପୁରସ୍ଥିତ ଏକ ତୁଳା ଗୋଦାମରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ତୁଳା ପୋଡ଼ି ଯାଇଛି।

ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି।

ଆସନ୍ତା ୨୯ ରୁ ମାଟ୍ରିକ ପରୀକ୍ଷା, ଖରା ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି

ଆସନ୍ତା 29 ତାରିଖରୁ ମେ 6 ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ହେବାର ଥିବାରୁ ଛାତ୍ରଛାତ୍ରୀଙ୍କ ପାଇଁ ଖରାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଥିବା ଆଜି ମାଧ୍ୟମିକ ବୋର୍ଡ ପକ୍ଷରୁ କୁହାଯାଇଛି l

5 ଲକ୍ଷ 85 ହଜାର 730 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବା ବେଳେ କପି ରୋକିବାକୁ 48 ଟି ସ୍ୱତନ୍ତ୍ର ସ୍କ୍ୱାଡ କରାଯାଇଛି l ପରୀକ୍ଷା କେନ୍ଦ୍ରକୁ ମୋବାଇଲ ଫୋନ ନେବାକୁ ବାରଣ କରାଯାଇଛି l 3403 ଟି ପରୀକ୍ଷା କେନ୍ଦ୍ର ହୋଇଥିବା ବେଳେ 315 ଟି ନୋଡାଲ ସେଣ୍ଟର ଓ 21ଟି ପୁଲିସ ଷ୍ଟେସନ ନୋଡାଲ ସେଣ୍ଟର କରାଯାଇଥିବା କର୍ତ୍ତୃପକ୍ଷ କହିଛନ୍ତି l

ପଠାଣି ସାମନ୍ତ ଗଣିତ ବୃତ୍ତି ପରୀକ୍ଷା ଫଳ ପ୍ରକାଶିତ

ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ପଠାଣି ସାମନ୍ତ ଗଣିତ ବୃତ୍ତି ପରୀକ୍ଷା -2021 ର ଫଳ ଆଜି ପ୍ରକାଶ ପାଇଛି ଏବଂ ଏହା ବୋର୍ଡ ୱେବସାଇଟରେ ଉପଲବ୍ଧ ହେଉଛି l

70 ହଜାର 381 ଛାତ୍ରଛାତ୍ରୀ 30% ରୁ ଅଧିକ ମାର୍କ ରଖି ବୃତ୍ତି ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି l

ରୋଗୀ ସଂପର୍କୀୟଙ୍କୁ ଡାକ୍ତରଙ୍କ ମାଡ଼ ଅଭିଯୋଗ ଘଟଣାରେ ଡାକ୍ତରଙ୍କ ପାଲଟା ଏତଲା

କଟକ ଏସସିବିରେ ରୋଗୀ ସଂପର୍କୀୟଙ୍କୁ ଡାକ୍ତର ମାଡ଼ ମାରିଥିବା ଅଭିଯୋଗ ଘଟଣାରେ ରୋଗୀ ସଂପର୍କୀୟଙ୍କ ନାଁରେ ଡାକ୍ତର ମଙ୍ଗଳାବାଗ ଥାନାରେ ପାଲଟା ଏତଲା ଦେଇଛନ୍ତି।

ରୋଗୀ ସଂପର୍କୀୟମାନେ ସେମାନଙ୍କୁ ଦୁବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି। ଉଭୟ ପକ୍ଷଙ୍କ ଏତଲା ଆଧାରରେ ୨ଟି ମାମଲା ହୋଇଥିବା ଡିସିପି କହିଛନ୍ତି।

Nuakhai wishes