କଲେଜ ଛକ ଠାରୁ ବକ୍ସିବଜାର ପର୍ଯ୍ୟନ୍ତ ଯାନବାହାନ ଚଳାଚଳ ମନା

କଟକରେ ଭସାଣି ପାଇଁ କମିଶନରେଟ ପୁଲିସ ଗାଇଡଲାଇନ୍ ଜାରି କରିବା ସହ ମୁଖ୍ୟ ରାସ୍ତାରେ ଯାନବାହାନ ଚଳାଚଳ କରିପାରିବ ନାହିଁ।

କଲେଜ ଛକ ଠାରୁ ବକ୍ସିବଜାର ପର୍ଯ୍ୟନ୍ତ ଯାନବାହାନ ଚଳାଚଳ ମନା କରାଯାଇଛି। ତିନିକୋଣିଆ ବଗିଚା ଦେଇ ଚାନ୍ଦିନୀ ଚୌକ ଛକ ପର୍ଯ୍ୟନ୍ତ ଗାଡ଼ି ମନା କରାଯାଇଛି। ଚୌଧୁରୀ ବଜାର ଛକ ଠାରୁ ପୂର୍ଣ୍ଣସାହି ଛକ ପର୍ଯ୍ୟନ୍ତ ବି କଟକଣା ଜାରି ହୋଇଛି।

ପୂଜା ଓ ଭସାଣ ପାଇଁ ୫୫ ପ୍ଲାଟୁନ ପୁଲିସ ମୁତୟନ

କଟକରେ ଦଶହରା ପାଇଁ ବ୍ୟାପକ ପୁଲିସ ବ୍ୟବସ୍ଥା ହୋଇଥିବା ନେଇ ସୂଚନା ଦେଲେ ସିପି ସୌମେନ୍ଦ୍ର ପ୍ରିୟଦର୍ଶୀ।

ପୂଜା ଓ ଭସାଣ ପାଇଁ ୫୫ ପ୍ଲାଟୁନ ପୁଲିସ ମୁତୟନ ହେବେ। ୮ ଏଡିସିପି, ୩୪ DSP, ୫୦ ଇନ୍ସପେକ୍ଟର ଦାୟିତ୍ୱରେ ରହିବେ। ବିଶେଷକରି ଶଦ୍ଦ ପ୍ରଦୂଷଣ ରୋକ୍‌ ଉପରେ ଗୁରୁତ୍ୱ ଦିଆଯିବ ବୋଲି ସିପି କହିଛନ୍ତି।

ହାଇକୋର୍ଟରେ ମିଛ ତଥ୍ୟ ଦେବା ଅଭିଯୋଗରେ ୨ ଗିରଫ

ଜାମିନରେ ଥିବା ଆଉ ୯ ଜଣଙ୍କୁ ତୁରନ୍ତ ଗିରଫ ପାଇଁ କୋଣାର୍କ ପୁଲିସକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ।

କୋଣାର୍କ ଜୁଡିସିଆଲ କମ୍ପଲେକ୍ସ ନିର୍ମାଣକୁ ବିରୋଧ କରି ମାମଲା ହୋଇଥିଲା। ହାଇକୋର୍ଟ ପରେ ସୁପ୍ରିମକୋର୍ଟରେ ବି ଖାରଜ ହୋଇଥିଲା ମାମଲା। ମାମଲା ଖାରଜ ସତ୍ତ୍ବେ ତଥ୍ୟ ଲୁଚାଇ ସାନି ମାମଲା ଦାୟର କରିଥିଲେ।

ନାବାଳିକା ଝିଅକୁ ପୋଡ଼ି ମାରିଦେଇଥିବା ଅଭିଯୋଗ

କଟକ ଜିଲ୍ଲା ନିଉଭରଣ ପଞ୍ଚାୟତ କୋଠମୂଳ ଗାଁରେ ଏହି ଘଟଣା ଘଟିଥିବା ବେଳେ ଅପହର୍ତ୍ତା ପରିବାର ମାରିଥିବା ଅଭିଯୋଗ କଲେ ନାବାଳିକାଙ୍କ ବାପା।

ଅଭିଯୁକ୍ତ ପରିବାର ଘରେ ତାଲା ପଡିଛି। ସମସ୍ତେ ଫେରାର ହୋଇଯାଇଛନ୍ତି। ୪ ମାସ ତଳେ ଝିଅକୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। କିଛି ଦିନ ହେବ ଉଭୟ ପୁଅ ଝିଅ ଆସି ଗାଁରେ ରହୁଥିଲେ।

ଓଡ଼ିଶା ସରକାର ଭୋଟ୍ ମାୟାରେ ବାୟା: ଧର୍ମେନ୍ଦ୍ର

ଆଠଗଡ଼ରେ ବିଜେପିର ସଂକଳ୍ପ ସମାବେଶରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି, ଓଡ଼ିଶା ସରକାର ଭୋଟ୍ ମାୟାରେ ବାୟା, କେନ୍ଦ୍ର ଯୋଜନାରେ ଫଟୋ ଛପାଇ ନା ନେବାକୁ ଉଦ୍ୟମ ଚାଲିଛି ବୋଲି ଧର୍ମେନ୍ଦ୍ର କହିଛନ୍ତି।

ଟ୍ରକ୍ ଧକ୍କାରେ ୨ ନାବାଳକ ଛାତ୍ର ମୃତ, ଜଣେ ଗୁରୁତର

ଟିଉସନ୍ ସାରି ବାଇକରେ ବାଙ୍କୀ ଚକୁଳେଶ୍ୱର ଗାଁରୁ ଫେରୁଥିବା ବେଳେ ରଣଶଙ୍ଖ ଠାରେ ଟ୍ରକ ଧକ୍କା ଦେଇଥିଲା।

ଏହି ଦୁର୍ଘଟଣାରେ ୨ ନାବାଳକ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଜଣଙ୍କୁ ଏସ୍‌ସିବି ସ୍ଥାନାନ୍ତର କରାଯାଇଛି।

କଟକରେ ରାସ୍ତାଘାଟ ସମସ୍ୟା ଦୂର ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନିର୍ମାଣ ଓ ମରାମତି କାମ ଆସନ୍ତା ୨୭ ତାରିଖ ସୁଦ୍ଧା ଶେଷ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ବ୍ୟକ୍ତିଗତ ହାଜର ହୋଇ ସିଏମ୍‌ସି, ପିଡବ୍ଲୁଡି, ଆର ଆଣ୍ଡ ବି, ଗେଲ୍‌ ବିଭାଗର ଅଧିକାରୀ ପକ୍ଷ ରଖିଛନ୍ତି। ବକ୍ସ ଡ୍ରେନ୍‌ କାମ ଆସନ୍ତା ମାର୍ଚ୍ଚ ସୁଦ୍ଧା ସରିବ କହିଲେ ଆମିକସ କ୍ୟୁରୀ। ଆସନ୍ତା ନଭେମ୍ବର ୨ରେ ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ ହୋଇଛି।

କଟକରେ ରାସ୍ତାଘାଟ ସମସ୍ୟା ଦୂର ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନିର୍ମାଣ ଓ ମରାମତି କାମ ଆସନ୍ତା ୨୭ ତାରିଖ ସୁଦ୍ଧା ଶେଷ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ବ୍ୟକ୍ତିଗତ ହାଜର ହୋଇ ସିଏମ୍‌ସି, ପିଡବ୍ଲୁଡି, ଆର ଆଣ୍ଡ ବି, ଗେଲ୍‌ ବିଭାଗର ଅଧିକାରୀ ପକ୍ଷ ରଖିଛନ୍ତି। ବକ୍ସ ଡ୍ରେନ୍‌ କାମ ଆସନ୍ତା ମାର୍ଚ୍ଚ ସୁଦ୍ଧା ସରିବ କହିଲେ ଆମିକସ କ୍ୟୁରୀ। ଆସନ୍ତା ନଭେମ୍ବର ୨ରେ ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ ହୋଇଛି।

ନଭେମ୍ବର ୨୫ରେ ଧବଳେଶ୍ୱରଙ୍କ ପୀଠରେ ପାଳନ ହେବ ବଡ଼ଓଷା

ପଞ୍ଚକ ବ୍ରତ ଓ ବଡ଼ ଓଷା ପାଇଁ ପ୍ରଶାସନର ପ୍ରସ୍ତୁତି ବୈଠକ ଧବଳେଶ୍ୱର ପୀଠରେ କଟକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।

୨୫ ମଧ୍ୟରାତ୍ରୀରେ ଲାଗିହେବ ଗଜଭୋଗ, ୨୬ ଭୋରରେ ବିତରଣ, ନଭେମ୍ବର ୨୭ ସକାଳେ ଡଙ୍ଗାଭସା ସହ ସଂପନ୍ନ ହେବ କାର୍ତ୍ତିକ ବ୍ରତ।

ଛତ୍ରବଜାରରେ ଏନ୍‌ଫୋର୍ସମେଣ୍ଟ ଟିମ୍‌

ପିଣ୍ଡି ଆବଣ୍ଟନ ବିବାଦକୁ ନେଇ କଟକ ଛତ୍ରବଜାରରେ ସିଏମ୍‌ସି ଏନ୍‌ଫୋର୍ସମେଣ୍ଟ ଟିମ୍‌ ପହଞ୍ଚି ଯାଞ୍ଚ କରୁଛି।

ପିଣ୍ଡି ଆବଣ୍ଟନକୁ ନେଇ ବ୍ୟବସାୟୀଙ୍କ କାଗଜପତ୍ର ଯାଞ୍ଚ କରୁଛି ଟିମ୍।

Nuakhai wishes