ସ୍ବର୍ଗତଃ ନିରଞ୍ଜନ ସାହୁଙ୍କୁ ବୁଦ୍ଧ ପାର୍କରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର ନୀଳାଦ୍ରିବିହାରସ୍ଥିତ ବୁଦ୍ଧ ଜୟନ୍ତୀ ପାର୍କରେ ସ୍ବର୍ଗତଃ ନିରଞ୍ଜନ ସାହୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରାତଃଭ୍ରମଣରେ ଆସିଥିବା ଲୋକମାନେ।

ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡର ଅବସରପ୍ରାପ୍ତ କର୍ମଚାରୀ ନିରଞ୍ଜନ ସାହୁ ଡେଙ୍ଗୁରେ ପ୍ରାଣ ହରାଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା।

ଜନଜାତି କଲ୍ୟାଣ ଓ ମହିଳା ସଶକ୍ତିକରଣ ପାଇଁ କିସ୍‍ ଓ ନୱା ମଧ୍ୟରେ ବୁଝାମଣା

କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ସୋସିଆଲ୍‍ ସାଇନ୍‍ସେସ୍‍ (କିସ୍‍) ଓ ନାଭି ୱେଲଫାୟାର ଓ ୱେଲ୍‍ନେସ୍‍ ଆସୋସିଏସନ (ନୱା) ମଧ୍ୟରେ ଏକ ବୁଝାମଣାପତ୍ର ଗୁରୁବାର ସ୍ୱାକ୍ଷରିତ ହୋଇଛି ।

ଏହି ବୁଝାମଣ ପତ୍ରରେ କିସ୍‍ ପକ୍ଷରୁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ୱାକ୍ଷର କରିଥିବା ବେଳେ ନୱା ପକ୍ଷରୁ ଏହାର ସଭାପତି କାଲା ହରି କୁମାର ଏଥିରେ ସ୍ୱାକ୍ଷର କରିଥିଲେ । ଏହି ବୁଝାମଣପତ୍ର ଅନୁଯାୟୀ ଉଭୟ କିସ୍‍ ଓ ନୱା ମିଳିତ ଭାବେ ଜନଜାତି କନ୍ୟାଶିଶୁଙ୍କ କଲ୍ୟାଣ, ଆତ୍ମନିର୍ଭରତା, ମହିଳା ସଶକ୍ତିକରଣ, ଶୈକ୍ଷିକ ବିନିମୟ କାର୍ଯ୍ୟକ୍ରମ ଆଦିର ପ୍ରୋତ୍ସାହନ ଦିଗରେ କାର୍ଯ୍ୟ କରିବେ ।

ବିଶ୍ୱ ସାଇକେଲ ଦିବସରେ ସାଇକେଲରେ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ର

ଆଜି ବିଶ୍ୱ ସାଇକେଲ ଦିବସ ଅବସରରେ ଭୁବନେଶ୍ୱର ନୀଳାଦ୍ରି ବିହାର ଅଞ୍ଚଳରେ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରମାନେ ସାଇକେଲ ଚଲାଇ ଯାଉଥିବା ଦେଖିବାକୁ ମିଳିଛି।

ସେମାନେ ଉତ୍ତମ ସ୍ୱାସ୍ଥ୍ୟ, ଫିଟନେସ୍ ଏବଂ ପରିବେଶ ସୁରକ୍ଷା ପାଇଁ ସାଇକେଲ ଚଲାଇବାକୁ ବାର୍ତ୍ତା ଦେଇଛନ୍ତି।

ଭଉଣୀ ଘରୁ ଚୋରି କରି ଭାଇ ଗିରଫ

ଭଉଣୀ ଘରୁ ସ୍କୁଟି ସହ ୩୦ ହଜାର ଟଙ୍କା ଚୋରି କରିଥିବା ଅଭିଯୋଗରେ ରଞ୍ଜିତ ବିଶ୍ବାଳକୁ ଗିରଫ କରିଛି ଭୁବନେଶ୍ବର ଚନ୍ଦ୍ରଶେଖରପୁର ପୁଲିସ ।

ପୁଲିସ ତିର୍ତ୍ତୋଲ ଅଞ୍ଚଳରୁ ରଞ୍ଜିତକୁ ଗିରଫ କରିଛି।

Nuakhai wishes