ସେବା ସମବାୟ ସମିତିର ପ୍ରଥମ ପର୍ଯ୍ୟାୟ ନିର୍ବାଚନ

ଆଜି ଭୋଗରାଇ ବ୍ଲକ ରେ ପ୍ରଥମ ପର୍ଯ୍ୟାୟରେ ଆରମ୍ଭ ହଇଛି ସେବା ସମବାୟ ସମିତିର ନିର୍ବାଚନରେ ଭୋଗରାଇର ୧୦ଟି ସମବାୟ ମଧ୍ୟରୁ ୭ଟିରେ ମତଦାନ ଚାଲିଛି । ଏଥିପାଇଁ ୧୩ଟି ବୁଥ ପ୍ରସ୍ତୁତ ହୋଇଛି ।

ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯନ୍ତ ମତଦାନ ହେବ ।ଅବଶିଷ୍ଟ ୩ଟି ସମବାୟ ସମିତି ଜୟରାମପୁର , ବାହୁଣଦା , ମହାଗବରେ ସମସ୍ତ ସଦସ୍ୟ ଅପ୍ରତିଦ୍ବନ୍ଦୀ ଭାବେ ନିର୍ବାଚିତ ହୋଇଛନ୍ତି ।ଶାନ୍ତି ଶୁଙ୍ଖଳା ଦୃଷ୍ଟିରୁ ସମସ୍ତ ବୁଥରେ ପୁଲିସ ନିୟୋଜିତ କରାଯାଇଛି ।

ପୋଖରୀରେ ବୁଡ଼ି ୩ ନାବାଳକ ଗୁରୁତର

ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ରେମୁ ଗାଁରେ ଏହି ଘଟଣା ଘଟିଛି।

ପୋଖରୀରେ ବୁଡ଼ି ୩ ନାବାଳକ ଗୁରୁତର ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଜଳେଶ୍ୱର ବିଡ଼ିଓଙ୍କର 5 କୋଟିର ସମ୍ପତ୍ତି ଠାବ

ଜଳେଶ୍ୱର ବିଡ଼ିଓ ଅଶ୍ୱିନୀ କୁମାର ଦାସଙ୍କ ବାସଭବନ ଏବଂ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉରେ 5.07 କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଥିବା ଜଣାପଡିଛି l
ଏହା ମଧ୍ୟରେ ଅଛି କଟକ ଓ କେନ୍ଦ୍ରାପଡ଼ାରେ 24 ଟି ପ୍ଲଟ, 2 କୋଟି ଟଙ୍କାର ଦୁଇଟି କୋଠା, 73.91 ଲକ୍ଷ ଟଙ୍କାର ବ୍ୟାଙ୍କ ଓ ବୀମା ଜମା, 1.7 ଲକ୍ଷ ଟଙ୍କା ନଗଦ, 1.028 କିଲୋ ସୁନା ଏବଂ 3.632 କିଲୋ ରୁପା ଅଛି l

ଜଳେଶ୍ୱର ବିଡ଼ିଓଙ୍କ ବିପୁଳ ସମ୍ପତ୍ତି ମଧ୍ୟରେ 24 ପ୍ଲଟ

ଜଳେଶ୍ୱର ବିଡ଼ିଓ ଅଶ୍ୱିନୀ ଦାସଙ୍କ ଘର ଓ କାର୍ଯ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ଆଜି ଭିଜିଲାନ୍ସ ଚଢ଼ାଉ ଜାରି ରଖିଥିବା ବେଳେ ଏ ପର୍ଯ୍ୟନ୍ତ 24 ଟି ପ୍ଲଟ, ଏକ ଇଟା ଫ୍ୟାକ୍ଟ୍ରି, ଦୁଇ କୋଟି 32 ଲକ୍ଷର ଦୁଇଟି କୋଠା, 330 ଗ୍ରାମ ସୁନା, ଏକ କିଲୋ ରୁପା ଚାରିଟି ଚାରି ଚକିଆ, ତିନୋଟି ଦୁଇ ଚକିଆ ଗାଡି ଏବଂ ନଗଦ 1.30 ଲକ୍ଷ ଟଙ୍କା ଠାବ ହୋଇଥିବା ଭିଜିଲାନ୍ସ କହିଛି l

ଭିଜିଲାନ୍ସ ଜାଲରେ ଜଳେଶ୍ୱର ବିଡିଓ

ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବିଡିଓ ଅଶ୍ୱିନୀ କୁମାର ଦାଶଙ୍କ ଘରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ କରାଯାଇଛି ।

ଅଶ୍ୱିନୀଙ୍କ ସରକାରୀ ବାସଭବନ,କଟକ ପୈତୃକ ଘର, ଜଳେଶ୍ୱର ଅଫିସ୍ ସମେତ ୬ଟି ସ୍ଥାନରେ ରେଡ୍ କରାଯାଇଛି ।

ଝାଂପୁରା ଗ୍ରାମରେ ଅଗ୍ନିକାଣ୍ଡ

ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ୍ ଝାମ୍ପୁରା ଗ୍ରାମରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି କଟିନ ସିଂ ନାମ୍ନୀ ଜନୈକ ବ୍ୟକ୍ତିଙ୍କ ସମ୍ପୂର୍ଣ୍ଣ ଘର ପୋଡି ଯାଇଛି।

ପରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ଦୋକାନୀଙ୍କ ଭୁଲ ଔଷଧ ଦେବାକୁ ନେଇ ଉତ୍ତେଜନା

ବାଲେଶ୍ୱର ମେଡିକାଲ ନିକଟରେ ଥିବା ଏକ ଔଷଧ ଦୋକାନରେ ଭୁଲ୍ ପରିମାଣର ଔଷଧ ଦେଇଥିବାରୁ ୪ ବର୍ଷର ଶିଶୁ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି।

ଘଟଣାସ୍ଥଳରେ ସହଦେବଖୁଣ୍ଟା ପୁଲିସ ପହଞ୍ଚି ତଦନ୍ତ କରିବା ସହ ଦୋକାନୀକୁ ଅଟକ ରଖିଛି। ଶିଶୁକୁ ଗୁରୁତର ଅବସ୍ଥାରେ ଶିଶୁ ଭବନରେ ଭର୍ତ୍ତି କରାଯାଇଛି।

ବାଲେଶ୍ୱରର ନୂଆ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ

ଗଞ୍ଜାମ ପିଡି ଡିଆରଡିଏ ଦତ୍ତାତ୍ରେୟା ଭାଉସାହେବ ସିନ୍ଦେଙ୍କୁ ଆଜି ବାଲେଶ୍ୱରର ନୂଆ ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି ଳ

ବାଲେଶ୍ୱର ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତୀଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି l

ରଜ ପାଳିଲେ ସ୍କୁଲ ପିଲା

ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ବାଗ ଗ୍ରାମରେ ନୂଆ କରି ଗଢି ଉଠିଥିବା ଅଗ୍ରଣୀ ଶିକ୍ଷାନୁଷ୍ଟାନ ଉତ୍କଳ ଭେନଚର ଇଣ୍ଟେରନେଶନାଲ ଇଂଗିଲିଶ ମିଡ଼ିଅମ ସ୍କୁଲରେ ଆଜି କୁନିକୁନି ପିଲାମାନେ ଗୋଡ଼ର ଅଳତା ହାତରେ ମେହେନ୍ଦି ପିନ୍ଧିବା ସହିତ ନୂଆ ପୋଷାକ ପିନ୍ଧି ବିଭିନ୍ନ ପ୍ରକାର ପିଠା ପଣା ଓ ମିଠା ପାନ ଖାଇ ରଜ ଗୀତ ଗାଇ ରଜ ଦୋଳି ଝୁଲିବା ସହିତ ପୁଚି ଖେଳି ଥିଲେ।

ବାଲେଶ୍ୱରରେ ବନ୍ଦର ପ୍ରଭାଵ

ବାଲେଶ୍ଵରରେ ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳା ପ୍ରତିବାଦରେ ଆଜି ବିଜେପି ଯୁବମୋର୍ଚା ଓ ଅନ୍ୟାନ୍ୟ ଗଣ ସଂଗଠନ ପକ୍ଷରୁ ବାଲେଶ୍ଵର ବନ୍ଦ ଡାକରା ଦିଆଯାଇଛି।

ଏହା ସନ୍ଧ୍ୟା ୬ପର୍ଯ୍ୟନ୍ତ ଜାରି ରହିବ। ଏହି ବନ୍ଦ ପ୍ରଭାବରେ ଆଜି ବାଲେଶ୍ଵରରେ ଗାଡି ଚଳାଚଳ ବାଧାପ୍ରାପ୍ତ ସହ ଦୋକାନ ବଜାର ବନ୍ଦ ରହିଛି।

Nuakhai wishes