ଏପ୍ରିଲ ୨୯ ଗଣଧାରଣାକୁ ସଫଳ କରିବାକୁ ଆହ୍ୱାନ

ତାଳଚେର ମେଡିକାଲ କଲେଜକୁ ସରକାରୀ ପରିଚାଳନାରେ କାର୍ଯ୍ୟକାରୀ କରିବା ଦାବୀ ନେଇ ଆଗାମୀ ୨୯ ତାରିଖରେ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଅନୁଷ୍ଠିତ ହେବ ।

ତାଳଚେର ସରକାରୀ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ନେତୃତ୍ୱରେ ହେବାକୁ ଥିବା ଏହି ଗଣଧାରଣାରେ ବହୁ ସଂଖ୍ୟାରେ ତାଳଚେରବାସୀ ସାମିଲ ହୋଇ ଏହାକୁ ସଫଳ କରିବାକୁ ଆହ୍ୱାନ ଦିଆଯାଇଛି l

ହାତୀ ଆକ୍ରମଣରେ ଦୁଇ ମହିଳା ଗୁରୁତର

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ଡଙ୍ଗାପାଳ‌ ଗ୍ରାମର ଚଞ୍ଚଳା ସାହୁ ଓ ମେଗି ସାହୁ ଆଜି କେନ୍ଦୁ ପତ୍ର ସଂଗ୍ରହ କରିବାକୁ ସ୍ଥାନୀୟ ଜଙ୍ଗଳକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇ ଗୁରୁତର ଆହତ ହୋଇଥିବା ଜଣାପଡିଛି ।

ମା ହିଙ୍ଗୁଳାଙ୍କ ହୁଣ୍ଡିରୁ ମିଳିଲା ଦଶ ଲକ୍ଷ ଟଙ୍କା

ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ଗୋପାଳପ୍ରସାଦସ୍ଥିତ ପୀଠ ପରିସରରେ ଥିବା ସମସ୍ତ ହୁଣ୍ଡିଗୁଡିକୁ ଖୋଲା ଯାଇଥିବା ବେଳେ ଟ୍ରଷ୍ଟବୋର୍ଡ ସଦସ୍ୟ ମୂରଲୀଧର ସାହୁ,ରାଜେନ୍ଦ୍ର କୁମାର ସିଂହ,ସନ୍ତୋଷ କୁମାର ପ୍ରଧାନ, ଗଗନ ବିହାରୀ ସାହୁଙ୍କ ସହ ରାଜସ୍ୱ ନିରୀକ୍ଷକ ସୁବୋଧ ଦାସ ଓ କନିଷ୍ଠ ରାଜସ୍ୱ ସହାୟକ ଧୂଳେଶ୍ୱର ବେହେରାଙ୍କ ଉପସ୍ଥିତ ରହିଥିଲେ।

ମନ୍ଦିର ପରିସରରେ ଥିବା ସମସ୍ତ ହୁଣ୍ଡି ଖୋଲା ଯାଇ ମୋଟ ଦଶ ଲକ୍ଷ ଚାରି ହଜାର ଦୁଇ ଶହ ଦଶ ଟଙ୍କା (୧୦,୦୪,୨୧୦ଟଙ୍କା ମାତ୍ର) ସଂଗୃହୀତ ହୋଇଥିଲା ।

ଅନନ୍ତ ଆମ୍ବୁଲାନ୍ସ ଡିଭିଜନ ପକ୍ଷରୁ ଜଳଛତ୍ର ଉଦଘାଟିତ

ତାଳଚେରରେ ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସେଣ୍ଟ ଜନ୍ ଅନନ୍ତ ଆମ୍ବୁଲାନ୍ସ ଡିଭିଜନ ପକ୍ଷରୁ ଆଜି ଏକ ଜଳଛତ୍ର ଉଦଘାଟିତ ହୋଇଥିବା ବେଳେ ଆଗାମୀ ୩ ମାସ ଯାଏଁ ଲୋକଙ୍କୁ ଲେମ୍ବୁ ପାଣି,ଦହି ପାଣି,ଥଣ୍ଡା ପାଣି ଯୋଗାଇବାକୁ ନିଷ୍ପତି ହୋଇଛି l

ଏମସିଏଲ ଜଗନ୍ନାଥ କ୍ଷେତ୍ରର ଜିଏମ୍ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠାନର ଡିଭିଜନାଲ କମାଣ୍ଡର ପ୍ରଦୀପ୍ତ କୁମାର ସ୍ୱାଇଁଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ତାଳଚେର ଉପଜିଲ୍ଲାପାଳ ବିଶ୍ୱରଞ୍ଜନ ରଥ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ଜଗନ୍ନାଥ ଜିଏମ ପି.ବି.ରେଡ୍ଡୀ ସମ୍ମାନିତ ଅତିଥିଭାବେ ଭାବେ ଯୋଗ ଦେଇଥିଲେ l

ବିପୁଳ ପରିମାଣରେ ଚୋରା ମଦ ଜବତ

ଅନୁଗୁଳ ବଅଁରପାଳ ବ୍ଲକ ଅନ୍ତର୍ଗତ ଫୁଲପଡା ଗ୍ରାମରେ ଆଜି କୌଣସି ସୁତ୍ରରୁ ବଅଁରପାଳ ପୁଲିସ ସୂଚନା ପାଇ ଚଢ଼ାଉ କରି ୧୧ ପେଟି ବିଦେଶୀ ମଦ ଓ ୧୯୭ ପାଉଚ ଜବତ କରିଛି।

ହେଲେ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡ଼ିଛି।

ପୋଖରୀରେ ବୁଡି ନାବାଳିକାଙ୍କ ମୃତ୍ୟୁ

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ଗୋଳାଗାଡିଆ‌ ଗ୍ରାମର ‌ପ୍ରତାପ‌ ଚନ୍ଦ୍ର ସାହୁଙ୍କ ଝିଅ ପୁଜା ସାହୁ (୮) ସାଙ୍ଗମାନଙ୍କ ସହ ଆଜି ପୋଖରୀକୁ ଗାଧୋଇବା ପାଇଁ‌ ଯାଇଥିବା ବେଳେ ପୋଖରୀରେ‌ ବୁଡି ପ୍ରାଣ ହରାଇଛନ୍ତି।

ଏନେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

ଗଞ୍ଜେଇ ଓ ବ୍ରାଉନ ସୁଗର ଜବତ, ଦୁଇ ଗିରଫ

ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ସଦର ରେଞ୍ଜ ପକ୍ଷରୁ ଆଜି ଚଢାଉ କରି ଜରପଡା ଉପର‌ ସାହିର ଆଦିତ୍ୟ ସାହୁଙ୍କ ଘରୁ ଦଶ କେଜିର ଗଞ୍ଜେଇ ଜବତ କରିଛି।

ସେହିପରି ନାଲକୋ ଥାନା ଅନ୍ତର୍ଗତ ଜିରାଙ୍ଗ ଗ୍ରାମର ବଟକୃଷ୍ଣ ବେହେରାଙ୍କ ଘରୁ ଶହେ ଗ୍ରାମ ବ୍ରାଉନ ସୁଗର ଜବତ କରିଛି। ଏନେଇ ଦୁଇ ଜଣଙ୍କୁ ଅବକାରୀ ପୁଲିସ ଗିରଫ କରିଛି।

ନିଯୁକ୍ତି ପ୍ରଦାନ ସକାଶେ ଟେଣ୍ତର ବିଜ୍ଞପ୍ତି ପ୍ରକାଶ

ଅନୁଗୁଳ ଜିଲ୍ଲା ବନ ବିଭାଗ କାର୍ଯ୍ଯାଳୟ ତରଫରୁ ସେବା ପ୍ରଦାନକାରୀ କ୍ଷେତ୍ର ନିମନ୍ତେ ନିଯୁକ୍ତି ସକାଶେ(manpower)ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।

ଆଶାୟୀ ଆସନ୍ତା ମଇ ୦୪ ଯାଏ ବିଡ ଆବେଦନ କରିପାରିବେ ବୋଲି ପ୍ରଶାସନ ଜଣେଇଛି।

Nuakhai wishes