ସରଣ୍ଡା ଚାଦ୍ରିଡେରା ଜଙ୍ଗଲରେ IED ବିସ୍ଫୋରଣ

ଶକ୍ତିଶାଳୀ ବିସ୍ଫୋରଣରେ ୨ କୋବ୍ରା ଯବାନ ଗୁରୁତର ହୋଇଛନ୍ତି। ନକ୍ସଲ ବିରୋଧୀ ସର୍ଚ୍ଚ ଅପରେସନ୍ ବେଳେ ଅଘଟଣ ଘଟିଛି। ରାଞ୍ଚିକୁ ଏୟାରଲିଫ୍ଟ ହେଲେ ଜଣେ ଗୁରୁତର ଯବାନ।

କ୍ରିକେଟ ବେଟିଂ; ୩୦ ଲକ୍ଷ ଜବତ

ରାଉରକେଲା ସହରରେ କ୍ରିକେଟ ବେଟିଂ ଘଟଣାରେ ୩୦ ଲକ୍ଷ ଟଙ୍କା ଜବତ କରାଯାଇଛି। ଟି-୨୦ ବିଶ୍ଵ କପ୍ ପାଇଁ ରାଉରକେଲା ସହରରେ ଚାଲିଥିଲା ବେଟିଂ। ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ବିଡ଼ା ବିଡ଼ା ନୋଟ୍‌ ଜବତ ହୋଇଛି।

ସୁନ୍ଦରଗଡ଼ ଏମସିଏଲରେ ସିବିଆଇ ଟିମ୍

ଚୋରା କୋଇଲା ଖଣି ମାମଲାରେ ସୁନ୍ଦରଗଡ଼ ଏମସିଏଲରେ ୩ ଜଣିଆ ସିବିଆଇ ଟିମ୍‌ ଚଢ଼ାଉ କରିଛନ୍ତି।

ନିକଟବର୍ତ୍ତୀ ଜଙ୍ଗଲରେ ଚୋରା ଖଣି ଚାଲିଥିବା ଖବର ପ୍ରସାରଣ ହୋଇଥିଲା।

ଭିଜିଲାନ୍ସ ଜାଲରେ ବଣାଇ ରୁକୁଡ଼ା ଜଳସେଚନ ପ୍ରକଳ୍ପ କିରାଣି

ସୁନ୍ଦରଗଡ଼ ଜିଲ୍ଲା ରୁକୁଡ଼ା ଜଳସେଚନ ପ୍ରକଳ୍ପ କିରାଣି ପୃଥ୍ବୀରାଜ କାମିଲା ଜମି ଅଧିଗ୍ରହଣ ଟଙ୍କା ରିଲିଜ ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଛନ୍ତି।

ବୀରମିତ୍ରପୁରର ପୂର୍ବତନ ବିଧାୟକ ଜର୍ଜ ତିର୍କିଙ୍କ ପରଲୋକ

ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ୬୭ ବର୍ଷ ବୟସରେ ଜର୍ଜ ତିର୍କିଙ୍କ ପରଲୋକ ଘଟିଛି। ସେ ଗତ କିଛି ମାସ ଧରି ଅସୁସ୍ଥ ଥିଲେ। ବିଶିଷ୍ଟ ଶ୍ରମିକ ଓ ଆଦିବାସୀ ନେତା ଭାବେ ପରିଚିତ ତିର୍କି ୧୯୯୫, ୨୦୦୦, ୨୦୦୯ ଓ ୨୦୧୪ରେ ବିଧାୟକ ନିର୍ବାଚିତ ହୋଇଥିଲେ। JMMରୁ ୨ ଥର, ଥରେ ସ୍ବାଧୀନ ଓ ଥରେ ସମତା କ୍ରାନ୍ତି ଦଳରୁ ନିର୍ବାଚିତ ହୋଇଥିଲେ।

ଅନ୍ଧାରରେ କୋଇଡ଼ା ସହର

ଯୋଡା ବିଛାକୁଣ୍ଡି ଜଙ୍ଗଲରେ ୩୩ କେଭି ତାର ଛିଣ୍ଡି ଯାଇଥିବାରୁ ୧୨ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଅନ୍ଧାରରେ ରହିଛି କୋଇଡ଼ା ସହର।ଜରୁରୀକାଳୀନ ସେବା, ମେଡିକାଲ୍‌, ତହସିଲ, ବ୍ଲକ୍‌ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।

ସ୍କୁଲ୍‌ ହଷ୍ଟେଲରେ ବାକ୍ସ ଭିତରୁ ଛାତ୍ର ଅଚେତ ଅବସ୍ଥାରେ ଉଦ୍ଧାର

ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକ୍‌ର ଜର୍ଦା ହାଇସ୍କୁଲ ହଷ୍ଟେଲ ଭିତରୁ ବାକ୍ସରୁ ଛାତ୍ରଙ୍କୁ ଉଦ୍ଧାର କରାଯାଇଛି।

ଜଣେ ତୃତୀୟ ଶ୍ରେଣୀ ଛାତ୍ରକୁ ଆଉ କିଛି ଛାତ୍ର ପୂରାଇଥିବା ଅଭିଯୋଗ ହୋଇଛି। ବାପା, ମାଆ ଆସି ଖୋଜାଖୋଜି କରିବା ପରେ ଉଦ୍ଧାର କଲେ ଶିକ୍ଷକ।

ନାବାଳିକା ଦୁଷ୍କର୍ମ ମାମଲାରେ ଜେଲ୍‌ ଦଣ୍ଡ

୨୦୨୪ ଦାରିଙ୍ଗବାଡ଼ି ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀ ହର୍ମି ମଲ୍ଲିକକୁ ୨୦ ବର୍ଷ ଜେଲ୍‌ ଦଣ୍ଡ ଶୁଣାଇଲେ ପୋକ୍ସୋ କୋର୍ଟ। ପୀଡ଼ିତାଙ୍କୁ ୬ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ DLSAକୁ ନିର୍ଦ୍ଦେଶ ଦେଇଛି।

ରେଲୱେ ଟ୍ରାକ୍ ପାର୍ ବେଳେ ଟ୍ରେନ୍ ଧକ୍କାରେ ହାତୀ ଗୁରୁତର

ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରେଞ୍ଜ ସୋନାଖାନ୍ ନିକଟ ରେଲୱେ ଟ୍ରାକ୍‌ରେ ଅଘଟଣ ଘଟିଛି। ହାତୀ ପଡ଼ି ରହିଥିବାରୁ ସଂପୃକ୍ତ ଟ୍ରାକ୍‌ରେ ଟ୍ରେନ୍ ଚଳାଚଳ ଠପ୍ ହୋଇଥିବା ସୂଚନା ମିଳିଛି।

ପଞ୍ଚାୟତ କାର୍ଯ୍ୟାଳୟରେ ୨୩ ଘଣ୍ଟା ହେଲା OSRTC ବସ୍‌ ଅଟକ

ସୁନ୍ଦରଗଡ଼ ଜିଲ୍ଲା ଭାଲୁପାଣି ପଞ୍ଚାୟତକୁ ଯାଉଥିବା ସରକାରୀ ବସ୍‌କୁ ଅଟକ ରଖିଛନ୍ତି ଗ୍ରାମବାସୀ। ଗୋବିନ୍ଦପୁର ପଞ୍ଚାୟତକୁ ସରକାରୀ ବସ୍‌ ସେବା ନ ଥିବାରୁ OSRTC ବସ୍‌ ଅଟକ କରାଯାଇଥିବା ସୂଚନା ମିଳିଛି।

Nuakhai wishes