ଖଜୁରପାଲିରେ ଶ୍ରୀରାମ ମନ୍ଦିର ନିର୍ମାଣ ନେଇ ବୈଠକ

ଆଜି ଜୁଯୋମୁରା ବ୍ଳକର ଖଜୁରପାଲି ଠାରେ ପ୍ରସ୍ତାବିତ ଶ୍ରୀରାମ ମନ୍ଦିର ନିର୍ମାଣ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏହି ବୈଠକରେ ମନ୍ଦିର ନିର୍ମାଣ କାମ ତୁରନ୍ତ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ଏଥିପାଇଁ ଏକ ମନ୍ଦିର ନିର୍ମାଣ କମିଟି ଗଠିତ ହୋଇଯାଇଛି ।ଟାମ୍ପରଗଡ ସରପଞ୍ଚ୍ କ୍ଷୀରୋଦ ରାଉଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଚିତ୍ରସେନ ରହଣା ପ୍ରାରମ୍ଭିକ ସୂଚନା ଦେଇଥିଲେ।

୨୨ରେ ସମ୍ୱଲପୁର ବିଶ୍ଵବିଦ୍ୟାଳୟର କନଭୋକେସନ

ଚଳିତ ମାସ ୨୨ ତାରିଖରେ ଜ୍ୟୋତି ବିହାର ବୁର୍ଲା ବିଜୁ ପଟ୍ଟନାୟକ ଅଡିଟୋରିଅମରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ୩୧ ତମ କନଭୋକେସନରେ ରାଜ୍ୟପାଳ ତଥା ବିଶ୍ଵ ବିଦ୍ୟାଳୟର କୁଳାଧିପତି ଶ୍ରୀ ଗଣେଶୀ ଲାଲ ଅଧ୍ୟକ୍ଷତା କରିବେ।

ଓଡ଼ିଶା ସ୍କିଲ ଡେଭଲପମେଣ୍ଟ ଅଥରିଟି ଅଧ୍ୟକ୍ଷ ସୁବ୍ରତୋ ବାଗଚୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ସୋମବାର ରୁ ଖୋଲିବ ଅଭିଯୋଗ ପ୍ରକୋଷ୍ଠ

ପୁଣି ଥିରେ ପୂର୍ବପରି ପ୍ରତି ସୋମବାର ସାଧାରଣ ଲୋକଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ ବୋଲି ସମ୍ବଲପୁର ଜିଲ୍ଲା ପ୍ରଶାସନ ସୂଚନା ଦେଇଛି।

ସୂଚନାଯୋଗ୍ୟ, ଆସନ୍ତା ସୋମବାର (୧୮/୦୪/୨୨ ତାରିଖ) ଦିନ ଜିଲ୍ଲାପାଳ ସମ୍ମିଳନୀ କକ୍ଷ ଠାରେ ପ୍ରଥମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ | ପରବର୍ତ୍ତୀ ସୋମବାର ଅର୍ଥାତ (୨୫/୦୪/୨୨ ତାରିଖ) ଦିନ ବ୍ଲକ ଅଫିସ ମାନେଶ୍ଵର ଠାରେ ଅଭିଯୋଗ ଶୁଣାଣି ନିମନ୍ତେ ଦିନ ଧାର୍ଯ୍ୟ ହୋଇଛି | ଏହି ଅଭିଯୋଗ ଶୁଣାଣି ସକାଳ ୮ ଘଣ୍ଟା ଠାରୁ ଆରମ୍ଭ ହେବ |

ହାତୀଦହଲା କଣ୍ଟାର ପୁନଃଉଦ୍ଧାର ପାଇଁ ଦାବିପତ୍ର

ସମ୍ବଲପୁର ଜିଲ୍ଲା ଜୁଯୋମୁରା ବ୍ଳକର ମେଘପାଳ ପଞ୍ଚାୟତର ପାନପୋଷୀ ଗ୍ରାମରେ ଥିବା ହାତିଦହଲା କଣ୍ଟାର ପୁନଃଉଦ୍ଧାର କରିବାକୁ ଆଜି ମେଘପାଳ ସରପଞ୍ଚ୍ ମମତା ପ୍ରଧାନଙ୍କ ନେତୃତ୍ୱରେ ଗ୍ରାମବାସୀ ସମ୍ବଲପୁରରେ ଥିବା କ୍ଷୁଦ୍ର ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ ସନ୍ତୋଷ କୁମାର ପଟ୍ଟନାୟକଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ।

କଣ୍ଟାର ପୁନଃଉଦ୍ଧାର ସହିତ ଏକ ଚ୍ୟାକ୍ ଡ୍ୟାମ ନିର୍ମାଣ କରିବାକୁ ଦାବି ପତ୍ରରେ ଉଲ୍ଲେଖ କରାଯାଇଛି ।

ଝୁଲନ୍ତା ଅବସ୍ଥାରେ ଯୁବତୀର ମୃତଦେହ ଉଦ୍ଧାର

ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା ତୁରେଇ ନିକ୍ତିମାଲ ଜଙ୍ଗଲରୁ ଆଜି ଝୁଲନ୍ତା ଅବସ୍ଥାରେ ଯୁବତୀର ମୃତଦେହ ଉଦ୍ଧାର ହୋଇଛି।

ସୂଚନା ଅନୁଯାୟୀ, ତୁରେଇ ନିକ୍ତିମାଲ ଗ୍ରାମର ମନ ମାଝୀ ନାମକ ଜଣେ ଯୁବତୀ ମହୁଲ ଗୋଟାଇବାକୁ ଯାଇ ନିଖୋଜ ହୋଇଥିଲେ। ଗ୍ରାମବାସୀ ଝୁଲନ୍ତା ଅବସ୍ଥାରେ ମୃତଦେହ ଦେଖି ପରିବାର ଲୋକ ଓ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ହୀରାଖଣ୍ଡ ସାମୁଖ୍ୟର ପ୍ରତିଷ୍ଠା ଦିବସ ପାଳିତ

ଆଜି ସଂଧ୍ୟାରେ ସମ୍ବଲପୁର ଓଡିଶା ସାଂସ୍କୃତିକ ସମାଜ ସମ୍ବିଳନି କକ୍ଷଠାରେ ହୀରାଖଣ୍ଡ ସାମୁଖ୍ୟ ର ପ୍ରତିଷ୍ଠା ଦିବସ ପାଳିତହୋଇଯାଇଛି ।

ସଭାପତି ପରେଶ ଚନ୍ଦ୍ର ଦାନି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାଯ୍ୟକ୍ରମରେ ବହୁ ବିଶିଷ୍ଟ ପ୍ରତିଭା ମାନଙ୍କୁ ସମ୍ମାନିତ କରାଯାଇଥିଲା ।ଏଥିରେ ହୀରାଖଣ୍ଡ ସାମୁଖ୍ୟ ର ବହୁ ସଭ୍ୟ ଉପସ୍ଥିତ ରହିଥିଲେ ।

ବଙ୍ଗିୟ ନବବର୍ଷ ପାଳିତ

ଆଜି ସଂଧ୍ୟାରେ ସମ୍ବଲପୁର ସହରର କରୋକେ କ୍ଲବ୍ ତରଫରୁ କାଳିବାଡି ଠାରେ ବଙ୍ଗିୟ ନବବର୍ଷ ପାଳନ କରାଯାଇଥିଲା ।

ଏହି ଅବସରରେ ବିଶେଷ ସାଂସ୍କୃତିକ ସଂଧ୍ୟା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା ।

ଓପେସା ତରଫରୁ ସମ୍ବଲପୁର ଠାରେ ଆଳୋଚନାଚକ୍ର

ଆଜି ଓପେସା ତରଫରୁ ସମ୍ବଲପୁର ଠାରେ ଡିପ୍ଲୋମା ଇଞ୍ଚିନିୟରିଙ୍ଗ ଶିକ୍ଷା ରେ ଥିବା ଆହ୍ନାନ ଓ ଅସୁବିଧା ଉପରେ ଏକଦିବସିୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ସମ୍ବଲପୁର ଭିଏସଏସୟୁଟି ର କୂଳପତି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ।

Nuakhai wishes