ଶିକ୍ଷକଙ୍କ ବଦଳି ବାତିଲ ଦାବିରେ ଗ୍ରାମବାସୀଙ୍କ ଦାବିପତ୍ର ପ୍ରଦାନ

ସମ୍ବଲପୁର ଜିଲ୍ଲା ଜୁଯୋମୁରା ବ୍ଳକର ବାଣ୍ଡିଝରଣ ୟୁପି ସ୍କୁଲର ଶିକ୍ଷକଙ୍କ ବଦଳି ବାତିଲ ଦାବିରେ ଆଜି ଗ୍ରାମବାସୀଙ୍କ ସମ୍ବଲପୁର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଦାବିପତ୍ର ପ୍ରଦାନ କରିଛନ୍ତି ।

ଏନେଇ ଗ୍ରାମବାସୀମାନେ ଆଜି ଶିକ୍ଷା ଅଧିକାରୀଙ୍କୁ ସାକ୍ଷାତ କରି ଆଲୋଚନା ମଧ୍ୟ କରିଛନ୍ତି ।

ଏକକାଳୀନ ତୈଲଦର ଦର ହ୍ରାସକୁ ବିରୋଧ

ଏକକାଳୀନ ପେଟ୍ରୋଲ ଡିଜେଲ ଦର ବୃଦ୍ଧିର ଆର୍ଥିକ କ୍ଷତିପୂରଣ ଡିଲରମାନଙ୍କୁ ପ୍ରଦାନ ପାଇଁ ଦାବି କରିଛି ସମ୍ବଲପୁର ପେଟ୍ରୋଲିୟମ ଡିଲରସ ଏସୋସିଏସନ ।

ଏନେଇ ସମ୍ବଲପୁର ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ଏକକାଳୀନ ପେଟ୍ରୋଲରେ ୯ ଟଙ୍କା ୫୦ ପଇସା ଏବଂ ଡିଜେଲରେ ୭ ଟଙ୍କା ୫୦ ପଇସା ଦର ହ୍ରାସକୁ ସମ୍ବଲପୁର ପେଟ୍ରୋଲିଅମ ସଙ୍ଘ ତରଫରୁ ବିରୋଧ କରାଯାଇଛି। ଏଥିସହ ଡିଲରମାନଙ୍କ କମିସନ ବୄଦ୍ଧି ପାଇଁ ସଂଘ ଦାବି କରିଛି ।

ଫୁଲ ଚାଷ କରି ଆତ୍ମନିର୍ଭରଶୀଳ କିଶୋର

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅର୍ଡ।ବାହାଲ ଗ୍ରାମର କିଶୋର ସାହୁ ଫୁଲ ଚାଷ କରି ଆତ୍ମନିର୍ଭରଶୀଳ ହେବା ସହ ଲୋକଙ୍କ ପାଇଁ ଉଦାହରଣ ସାଜିଛନ୍ତି ।

ସେ କରୋନା ସମୟରେ କ୍ଷତି ସହି ମଧ୍ୟ ଫୁଲ ଚାଷକୁ ବଞ୍ଚାଇ ରଖିଥିଲେ ।ଘର ବାଡ଼ିରେ କିଶୋର ବିଭିନ୍ନ ଫୁଲ ଚାଷ କରି କୁଚିଣ୍ଡା ବଜାର ହନୁମାନ ମନ୍ଦିର ନିକଟରେ ଏକ କେବିନ କରି ଫୁଲ ବିକ୍ରି କରୁଛନ୍ତି ।

ବିବାହ ସୁବର୍ଣ୍ଣ ଜୟନ୍ତୀ ବାର୍ଷିକରେ ଶରୀର ଦାନ ପାଇଁ କଲେ ସଂଙ୍କଳ୍ପ

ନିଜ ବିବାହର ସୁବର୍ଣ୍ଣ ଜୟନ୍ତୀ ବାର୍ଷିକ ପାଳନକୁ ନିଆରା ଭାବରେ ପାଳନ କରି ସମାଜ ପାଇଁ ଉଦାହରଣ ସୄଷ୍ଠି କରିଛନ୍ତି ରାଧାମାଧବ ବହିଦାର ।

ସମ୍ବଲପୁର ସହରରେ ଶରୀର ଦାନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସାମାଜିକ ସଂଗଠନ ଉତ୍ସର୍ଗକୁ ନିଜେ ରାଧାମାଧବ ଯୋଗାଯୋଗ କରି ମୄତ୍ୟୁ ପରେ ନିଜ ଶରୀରକୁ ବୁର୍ଲା ଭିମସାର ମେଡ଼ିକାଲ ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ପାଇଁ ଦାନ କରିବା ନେଇ ସଂଙ୍କଳ୍ପ କରିବା ସହ ଏଥିପାଇଁ ଉଦ୍ଧିଷ୍ଟ ଆଇନଗତ ଇଚ୍ଛାପତ୍ରରେ ଆଜି ସାକ୍ଷର କରି ଉତ୍ସର୍ଗ ସଂଗଠନକୁ ପ୍ରଦାନ କରିଛନ୍ତି ।

ଓଡିଶା ସରକାର କେବେ ହ୍ରାସ କରିବେ ତେଲ ଓ ଗ୍ୟାସ ଦର : ବିଜେପି

କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଓ ଗ୍ୟାସ ସିଲିଣ୍ତର ଦର ହ୍ରାସ କଲେ ହେଲେ ରାଜ୍ୟ ସରକାର କେବେ । ସମ୍ବଲପୁରରେ ବିଜେପି ପକ୍ଷରୁ ବିଧାୟକ ନାଉରି ନାୟକ ଓ ରାଜ୍ୟ ଯୁବ ମୋର୍ଚା ସଭାପତି ଇରାଶିଶ ଆଚାର୍ଯ୍ୟଙ୍କ ସାମ୍ବାଦିକ ସମ୍ମିଳନୀ ହୋଇଛି।

ଗତକାଲି କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତେଲ ଦର ଓ ଗ୍ୟାସ ଦର ହ୍ରାସ କରିଛନ୍ତି । ଯାହାକୁ ନେଇ କେନ୍ଦ୍ର ସରକାରଙ୍କ ବିଜେପି ପକ୍ଷରୁ କୃତଜ୍ଞତା ଜଣାଇଛନ୍ତି ।

ଟ୍ରେନ ଭିତରେ ବିବାହ ଏନିଭରସେର୍ରି

ଚଳନ୍ତା ଟ୍ରେନ ବଗି ଭିତରେ ବିବାହ ବାର୍ଷିକି ଉତ୍ସବକୁ ନିଆର ଢଙ୍ଗରେ ପାଳନ କରିଛନ୍ତି ସମ୍ବଲପୁରରେ ବିବାହ କରିଥିବା ସୁନିଲ ପଟ୍ଟନାୟକ ଓ ପତ୍ନୀ ରଞ୍ଜିତା ପଟ୍ଟନାୟକ ।

ସୁନ୍ଦରଗଡ ସୁନିଲ ପଟ୍ଟନାୟକ ଭୁବନେଶ୍ୱର ରହୁଥିବା ବେଳେ ପ୍ରତିବର୍ଷ ନିଜ ବାର୍ଷିକ ଉତ୍ସବକୁ ଭିନ୍ନ ଡଙ୍ଗରେ ପାଳନ କରନ୍ତି। ଏଥର ସେ ଭୁବନେଶ୍ୱର – ବଲାଙ୍ଗୀର ଇଣ୍ଟରସିଟି ଟ୍ରେନ ଭିତରେ ଯାତ୍ରୀ ଙ୍କ ଗହଣରେ ୩୬ ତମ ବିବାହ ବାର୍ଷିକ ସେଲିବ୍ରେସନ କରିଛନ୍ରି ।

କେଜ ଫିସ କଲଚର ବୁଲି ଦେଖିଲେ ମୁଖ୍ୟ ଶାସନ ସଚିବ

ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଆଜି ହୀରାକୁଦ ଜଳଭଣ୍ଡାରରେ ଚାଲିଥିବା କେଜ ଫିସ କଲଚର ବୁଲି ଦେଖିବା ସହ ଏହା କେତେଦୂର ଅଗ୍ରଗତି କରିଛି ତାହାର ସମୀକ୍ଷା କରିଛନ୍ତି l

Nuakhai wishes