ୱାର୍ଡେନଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ଘଟଣାରେ ଜିଲ୍ଲା ବନ୍ଦ ଚେତାବନୀ

ମା’ ଗୃହ ୱାର୍ଡେନଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ଘଟଣାରେ ହତ୍ୟାକାରୀକୁ ତୁରନ୍ତ ଗିରଫ ଦାବି କଲା ଜିଲ୍ଲା ଆଦିବାସୀ ମହାସଂଘ।

ହତ୍ୟାକାରୀକୁ ଗିରଫ କରାନଗଲେ ଜିଲ୍ଲା ବନ୍ଦ ଚେତାବନୀ ଦେଇଛି।ଆସନ୍ତା ୫ ତାରିଖରେ ରାୟଗଡ଼ା ବନ୍ଦ ଚେତାବନୀ ଦେଲା ସଂଘ।

ସ୍କୁଲରେ ପଶି ଜଣେ ଶିକ୍ଷକଙ୍କୁ ପିଟିଲେ ଅଭିଭାବକ

ରାୟଗଡ଼ା ସହରର ଇନ୍ଦିରା ନଗର ପ୍ରାଥମିକ ବିଦ୍ୟାଳୟରେ ପଶି ପିଟିଲେ।

ସଂପୃକ୍ତ ଶିକ୍ଷକଙ୍କ ନାଁରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ଥିଲା। ପୁଲିସ୍‌ ପହଞ୍ଚି ଶିକ୍ଷକଙ୍କୁ ଉଦ୍ଧାର କରି ଥାନାକୁ ନେଲେ।

ତୀର୍ଥଯାତ୍ରା ପୂର୍ବରୁ ଗାଇଡ୍‌ଙ୍କ ସନ୍ଦେହଜନକ ମୃତ୍ୟୁ

ରାୟଗଡ଼ା ମ୍ୟୁନିସପାଲିଟି କଲ୍ୟାଣ ମଣ୍ଡପ ଛାତରୁ ପଡ଼ି ଗାଇଡ୍‌ଙ୍କ ମୃତ୍ୟୁ ଘଟିଛି। ମୃତକ ନବରଙ୍ଗପୁର ଜିଲ୍ଲା ସାନମୁଷି ଗାଁର ଅଟଳ ବିହାରୀ ହୋତା।

ପିଇଟି ଶିକ୍ଷକ ଥିଲେ, ଗାଇଡ୍ ଦାୟିତ୍ବ ଦିଆଯାଇଥିଲା। ରାତ୍ରୀଯାପନ ପାଇଁ ତୀର୍ଥଯାତ୍ରୀଙ୍କ ସହ କଲ୍ୟାଣ ମଣ୍ଡପରେ ଥିଲେ। ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଆଜି ନାସିକ ଯାଇଥାଆନ୍ତେ। ୧୪୬ ତୀର୍ଥଯାତ୍ରୀଙ୍କ ସହ ୬ ଜଣ ଗାଇଡ୍‌ ଯିବାର କାର୍ଯ୍ୟକ୍ରମ ଥିଲା।

ଟ୍ରେନ୍ ଲାଇନରୁ ହୋମଗାର୍ଡଙ୍କ ମୃତଦେହ ଉଦ୍ଧାର

ରାୟଗଡ଼ା ଷ୍ଟେସନର ୫୦ ମିଟର ପୂର୍ବରୁ ଟ୍ରାକରୁ ମୃତଦେହ ଉଦ୍ଧାର ହୋଇଛି।

ହୋମଗାର୍ଡଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣାସ୍ଥଳରେ ପହଞ୍ଚିଛି ଜିଆରପି।

ବିଚ୍‌ ରାସ୍ତାରେ ଯୁବକଙ୍କୁ ଛୁରାମାଡ଼ କଲେ ୩ ଦୁର୍ବୃତ୍ତ

ରାୟଗଡ଼ା ଜିଲ୍ଲା ଗୌତମନଗର ମହିଳା ମହାବିଦ୍ୟାଳୟ ନିକଟରେ ଛୁରାମାଡ଼ ହୋଇଛି।

ମାମୁ ଝିଅକୁ ସ୍କୁଲ ଛାଡ଼ିବାକୁ ଆସିଥିବା ବେଳେ ଛୁରାମାଡ଼ କରିଛନ୍ତି।ଛୁରାମାଡ଼ର କାରଣ ଅସ୍ପଷ୍ଟ ଥିବାବେଳେ ଟାଉନ ଥାନା ପୁଲିସ ଘଟଣାର ତଦନ୍ତ କରୁଛି।

ଦାଦନ ଖଟିବାକୁ ଯାଇଥିବା ୨ ନାବାଳକ ଭାଇ ମୃତ

ବିଶାଖାପାଟଣାକୁ ଦାଦନ ଖଟିବାକୁ ଯାଇ ନିର୍ଯାତନାର ଶିକାର ହୋଇଥିଲେ, କୌଶଳ କ୍ରମେ ଖସି ଆସିଥିଲେ ବି ଘରେ ପହଞ୍ଚି ପାରିଲେନି।

ଟ୍ରେନ୍‌ରେ ଫେରି ରାୟଗଡ଼ା ପହଞ୍ଚିଲା ବେଳକୁ ଚାଲି ପାରୁ ନ ଥିଲେ, ଆରପିଏଫ୍‌ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ ବି ଜୀବନ ବଞ୍ଚିଲା ନାହିଁ। କାଲି ଜଣେ ଭାଇର ମୃତ୍ୟୁ ଘଟିଥିଲା ବେଳେ ରାତିରେ ଆଉ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଟିକିରି ଥାନା ମକାପଦର ଗାଁର, ୩ ମାସ ତଳେ ଆନ୍ଧ୍ର ଯାଇଥିଲେ।

ରାୟଗଡ଼ା ଜିଲ୍ଲାପାଳଙ୍କ ଅଫିସକୁ ଚାଲିଚାଲି ଆସିଲେ ୧୪ ଛାତ୍ର

ବଡ଼ରାଇସିଂ ଆଦିବାସୀ ସମନ୍ବିତ ବିଦ୍ୟାଳୟର ପିଲା ୨୫ କିମି ଚାଲିଚାଲି ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିଲେ।

ସ୍କୁଲର ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିଲେ। ଭୋର ସମୟରେ ସ୍କୁଲ ପାଚେରୀ ଡେଇଁ ଚାଲିଚାଲି ଆସିଥିବା ସୂଚନା ମିଳିଛି। ଅଭିଯୋଗର ତଦନ୍ତ ହେବ କହିଲେ ଅତିରିକ୍ତ ଜନମଙ୍ଗଳ ଅଧିକାରୀ।

ଓଡ଼ିଆ ଚାଷୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

‘ଆମ ସଂକଳ୍ପ ବିକଶିତ ଭାରତ’ କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲାର ଚାଷୀ ପୂର୍ଣ୍ଣଚନ୍ଦ୍ର ବେନିଆଙ୍କ ସହ ଭିସିରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ।

ଓଡ଼ିଆ ଚାଷୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

‘ଆମ ସଂକଳ୍ପ ବିକଶିତ ଭାରତ’ କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲାର ଚାଷୀ ପୂର୍ଣ୍ଣଚନ୍ଦ୍ର ବେନିଆଙ୍କ ସହ ଭିସିରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ।

Nuakhai wishes