ଲିଙ୍ଗିପୁର ଏଟିଏମ ଲୁଟ ଘଟଣାରେ ବାଂଲାଦେଶୀ ଗିରଫ

ଭୁବନେଶ୍ୱରର ଲିଙ୍ଗିପୁର ଛକରେ କିଛି ଦିନ ତଳେ ଏଟିଏମ ଉପାଡି ନେଇ ଟଙ୍କା ଲୁଟିବା ଘଟଣାରେ ଦୁଇ ଜଣ ଲୁଟେରାଙ୍କୁ ଗିରଫ କରାଯାଇଥିବା କମିସନରେଟ ପୁଲିସ ଆଜି କହିଛି l

ଗିରଫ ଦୁଇ ଜଣଙ୍କ ମଧ୍ୟରେ ଜଣେ ବାଂଲାଦେଶୀ ଏବଂ ଅନ୍ୟ ଜଣେ କୋଲକାତାର ଥିବା ଜଣାପଡିଛି l

ରାଜ୍ୟରୁ ଆଉ ୧୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଗତ ୨୪ ଘଣ୍ଟାରେ ରାଜ୍ୟର ୬ ଟି ଜିଲ୍ଲାରୁ ୧୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୬ ଜଣ କାରେଣ୍ଟାଇନ୍ ସେଣ୍ଟରରେ ଥିଲେ ଏବଂ ଅନ୍ୟ ୪ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି ।

ଏ ପର୍ଯ୍ୟନ୍ତ ରାଜ୍ୟରେ ୧୨,୮୭, ୯୧୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୨,୭୮,୬୨୨ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ୧୧୪ ଜଣ ଚିକିତ୍ସାଧୀନ ଅଛନ୍ତି ।

୧୩ ନମ୍ବର୍ ୱାର୍ଡରେ ଚାଲିଛି ଆବର୍ଜନା ସଫେଇ କାର୍ଯ୍ୟ

ଭୁବନେଶ୍ବରର ୧୩ ନମ୍ବର ୱାର୍ଡରେ ବିଭିନ୍ନ ସ୍ଥାନରେ ଜମା ହୋଇରହିଥିବା ଅଳିଆ ଆବର୍ଜନା ସଫା କରିବା କାର୍ଯ୍ୟ ମହାନଗର ନିଗମ ଆରମ୍ଭ କରିଛି।

ନବ ନିର୍ବାଚିତ କର୍ପୋରେଟର ମାନଙ୍କ ପ୍ରଥମ ବୈଠକରେ ଏହି ୱାର୍ଡରେ ଡେଙ୍ଗୁ ମାମଲା ଘଟିଥିବା ନଜରକୁ ଆସିବା ପରେ ୱାର୍ଡରେ ପ୍ରତିଷେଧକ ମୁଳକ ପଦକ୍ଷେପ ନିଆଯାଇଥିବା ମେୟର ସୁଲୋଚନା ଦାସ ଟୁଇଟ କରି ସୁଚନା ଦେଇଛନ୍ତି।

ବିଏମସି କେଶରୀ ମଲରେ ଅଗ୍ନିକାଣ୍ଡ ସୂଚନା

ଭୁବନେଶ୍ୱରର ୨ ନମ୍ବର ମାର୍କେଟରେ ଥିବା ବିଏମସି କେଶରୀ ମଲରେ ଶୁକ୍ରବାର ରାତି ପ୍ରାୟ ୧୦ଟା ସମୟରେ କୌଣସି କାରଣରୁ ଅଗ୍ନିକାଣ୍ଡ ହୋଇଥିବା ଖବର ମିଳିଛି l

ତେବେ ନିଆଁ ଲିଭାଇବାକୁ ଦୁଇଟି ଦମକଳ ପଠାଯାଇଥିବା ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି l

ଭୁବନେଶ୍ୱରରେ ଆଉ 5 ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଗତ 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ 5 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 6 ଜଣ ସୁସ୍ଥ ହୋଇଛନ୍ତି l ଏବେ ରାଜଧାନୀରେ ମୋଟ 127 ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି l

୧୬ ସହରରେ ଆଜି ତାପମାତ୍ରା ୪୦ ଡିଗ୍ରୀ ଉପରେ

ଆଜି ବାରିପଦାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା 43.4 ଡିଗ୍ରୀ ଥିବା ବେଳେ ସୋନପୁରରେ 43.2, ବଲାଙ୍ଗୀରରେ 43, ଭଦ୍ରକରେ 40, ପାରଳାଖେମୁଣ୍ଡିରେ 41, ବୌଦ୍ଧରେ 42.5, ମାଲକାନଗିରିରେ 40, ଟିଟିଲାଗଡ଼ରେ 41.8, ଭବାନୀପାଟଣାରେ 40.8, ତାଳଚେରରେ 41.6, ହୀରାକୁଦରେ 40, ସୁନ୍ଦରଗଡ଼ରେ 42, ସମ୍ବଲପୁରରେ 41.8, କେନ୍ଦୁଝରରେ 40.3, ଝାରସୁଗୁଡାରେ 42.7, ଅନୁଗୁଳରେ 42.9 ଡିଗ୍ରୀ ରହିଛି l

ଜାଣନ୍ତୁ ଅଂଶୁଘାତର ଲକ୍ଷଣ

ରାଜ୍ୟରେ ତାପମାତ୍ରା ବଢିବଢି ଚାଲିଥିବା ବେଳେ ସରକାର ବିଭିନ୍ନ ସମୟରେ ଜରୁରୀ କାମ ନପଡିଲେ ଖରାକୁ ନବାହାରିବାକୁ ପରାମର୍ଶ ଦେଉଛନ୍ତି ଏବଂ ଅଂଶୁଘାତର ଲକ୍ଷଣ ଦେଖାଦେଲେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ଚିକିତ୍ସା କରିବାକୁ ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି କହିଛନ୍ତି।

ଶରୀରର ତାପମାତ୍ର ବଢ଼ିଯିବା, ଝାଳ ବାହାରିବା ବନ୍ଦ ହୋଇଯିବା, ବାଉଳି ଚାଉଳି ହେବା, ମୂର୍ଚ୍ଛା ଯିବା ଓ ଘନଘନ ନିଶ୍ୱାସ ବାହାରିବା ଆଦି ଲକ୍ଷଣ ଦେଖାଦେଲେ ତୁରନ୍ତ ତାଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାନ୍ତୁ।

ଅପରାଜିତାଙ୍କ କାର୍ଯ୍ୟକର୍ତ୍ତା ସମ୍ମିଳନୀ

ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ଆଜି ଖୋର୍ଦ୍ଧା ଠାରେ ଦଳୀୟ କାର୍ଯ୍ୟକର୍ତ୍ତାମାନଙ୍କ ସହ ବିଭିନ୍ନ ବିଷୟ ନେଇ ଆଲୋଚନା କରିଛନ୍ତି l

ଏହି ଅବସରରେ ବିଧାୟକ ପ୍ରାର୍ଥୀ ଶ୍ରୀ କାଳୁ ଖଣ୍ଡାୟତ ରାୟ ଜିଲ୍ଲା ସଭାପତି ରଶ୍ମି ରଞ୍ଜନ ମହାପାତ୍ର, ବହୁ ନେତୃତ୍ୱ ଏବଂ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ l

Nuakhai wishes