ପୁଲିସ କମିଶନର ପାଇବେ ରାଷ୍ଟ୍ରପତି ପୁଲିସ ପଦକ

ଭୁବନେଶ୍ୱର -କଟକ ପୁଲିସ କମିଶନର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ଏବଂ ଭୁବନେଶ୍ୱର ସିକ୍ୟୁରିଟି ଉଇଙ୍ଗ ଇନଚାର୍ଜ ଏସପି ସରୋଜ କୁମାର ମହାପାତ୍ର ଉଲ୍ଲେଖନୀୟ ସେବା ପାଇଁ ଚଳିତ ବର୍ଷ ରାଷ୍ଟ୍ରପତି ପୁଲିସ ପଦକ ପାଇବାକୁ ମନୋନୀତ ହୋଇଥିବା କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରାଳୟ ଆଜି ଘୋଷଣା କରିଛି l

ରାଷ୍ଟ୍ରପତି, ପୁଲିସ ଓ ସାହସିକତା ପଦକ ତାଲିକାରେ ରାଜ୍ୟର 15 ପୁଲିସ ଅଧିକାରୀ

2022 ସ୍ୱାଧୀନତା ଦିବସ ଅବସରରେ ରାଜ୍ୟରେ ଦୁଇ ପୁଲିସ ଅଧିକାରୀଙ୍କୁ ସାହାସିକତା ପାଇଁ ପୁଲିସ ପଦକ, ଦୁଇ ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପୁଲିସ ପଦକ ଏବଂ 11 ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ପୁଲିସ ପଦକ ପ୍ରଦାନ ପାଇଁ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି l

ରାୟଗଡାରେ ଜଣେ କୋଭିଡ ଆକ୍ରାନ୍ତଙ୍କ ମୃତ୍ୟୁ

ରାୟଗଡା ଜିଲ୍ଲାରେ ଜଣେ 24 ବର୍ଷୀୟା ମହିଳା କୋଭିଡ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି l

ଜଗତସିଂହପୁର ଜିଲ୍ଲାରେ ସର୍ବାଧିକ ବର୍ଷା

ଗତ 24 ଘଣ୍ଟା ମଧ୍ୟରେ ଜଗତସିଂହପୁର ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଥିବା ବେଳେ ଅନେକ ସ୍ଥାନରେ ଗତ 24 ଘଣ୍ଟା ମଧ୍ୟରେ 100 ମିଲିମିଟରରୁ ଅଧିକ ବର୍ଷା ହୋଇଛି l
ଏରସମାରେ 215, ରଘୁନାଥପୁରରେ 111, ବାଲିକୁଦାରେ 154 ଏବଂ ତିର୍ତ୍ତୋଲରେ 135 ମିଲିମିଟର ବର୍ଷା ରେକର୍ଡ ହୋଇଛି l

ରାଜ୍ୟରୁ ଆଉ ୪୮୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଗତ ୨୪ ଘଣ୍ଟାରେ ରାଜ୍ୟର ୨୯ଟି ଜିଲ୍ଲା ଓ ଷ୍ଟେଟ ପୁଲରୁ ୪୮୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୨୮୬ ଜଣ ସଙ୍ଗରୋଧ କେନ୍ଦ୍ରରେ ଥିଲେ ଏବଂ ଅନ୍ୟ ୨୦୨ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍‌ ବର୍ଗର ୧୧୪ ଆକ୍ରାନ୍ତ ଥିବା ସ୍ବାସ୍ଥ୍ୟ ବିଭାଗ କହିଛି ।

ଏ ପର୍ଯ୍ୟନ୍ତ ରାଜ୍ୟରେ ୧୩,୨୨,୬୭୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୩,୦୯,୬୭୭ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ୩୭୮୬ ଜଣ ଚିକିତ୍ସାଧୀନ ଅଛନ୍ତି ।

ବଙ୍ଗୋପସାଗରରେ ବଳ ଗୋଟାଉଛି ଲଘୁଚାପ

ଆଜି ଅବପାତ ରୂପ ନେବା ପରେ ୨ ଦିନ ଯାଏଁ ବର୍ଷା ସମ୍ଭାବନା ରହିଛି।

ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ
ଉପକୂଳ ଜିଲ୍ଲାମାନଙ୍କରେ ୫୫ କିମି ବେଗରେ ପବନ ସମ୍ଭାବନା ରହିଛି। ଏ ନେଇ ୭ଟି ଜିଲ୍ଲାକୁ ରେଡ୍, ୧୬ ଜିଲ୍ଲାକୁ ଅରେଞ୍ଜ୍ ଓ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ଅଙ୍ଗଦାନ ଦିବସରେ ସୁରଜ ପୁରସ୍କାର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଶନିବାର ବିଶ୍ୱ ଅଙ୍ଗଦାନ ଦିବସ ଅବସରରେ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଆଲାଡି ଗ୍ରାମର ସ୍ବର୍ଗତ ସୁଶୀଲ ସାହୁ ଓ ଗୋପାଳପୁର ନିକଟ ନୀଳାଚଳ ନଗରର ସିଦ୍ଧି ସମୃଦ୍ଧିଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 2022 ମସିହା ପାଇଁ ସୁରଜ ପୁରସ୍କାର ପ୍ରଦାନ କରିଛନ୍ତି l

ଅଗଷ୍ଟ 15ରେ ଖୋଲା ରହିବ ନନ୍ଦନକାନନ

ଆସନ୍ତା 15 ତାରିଖ ସୋମବାର ଥିଲେ ମଧ୍ୟ ନନ୍ଦନକାନନ ଖୋଲା ରହିବ ବୋଲି ଆଜି କର୍ତ୍ତୃପକ୍ଷ କହିଛନ୍ତି l ତେବେ 16 ତାରିଖ ଦିନ ନନ୍ଦନକାନନ ବନ୍ଦ ରହିବ ବୋଲି କୁହାଯାଇଛି l

ଭୁବନେଶ୍ୱରରେ ଆଜି 75 କରୋନା ପଜିଟିଭ ଚିହ୍ନଟ

ଗତ 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ 75 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 96 ଜଣ ସୁସ୍ଥ ହୋଇଛନ୍ତି l ଏବେ ରାଜଧାନୀରେ ମୋଟ 1027 ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି l

Nuakhai wishes