ଶିଆଳପଲଙ୍କ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଆଟୁ ଗାଁରେ ବୃଦ୍ଧଙ୍କୁ କାମୁଡ଼ି ମାରିଦେଲେ ଶିଆଳପଲ। ଆଜି ଭୋର୍ ସମୟରେ ଏହି ଘଟଣା ଘଟିଛି। ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଅଘଟଣ ଘଟିଥିଲା।

ସରକାରୀ ଜାଗାରୁ ଦୋକାନ ଉଚ୍ଛେଦ ବେଳେ ଉତ୍ତେଜନା

ଭଦ୍ରକରେ ବାଇପାସ୍ ଠାରୁ ନଗର ପର୍ଯ୍ୟନ୍ତ ଉଚ୍ଛେଦ ବେଳେ ପୋଲିସ ଓ ଦୋକାନୀ ଧସ୍ତାଧସ୍ତି ହୋଇଛନ୍ତି।ଉଚ୍ଛେଦକୁ ବିରୋଧ କରି ଦୋକାନୀମାନେ ପ୍ଲାକାର୍ଡ ଧରି ନାରାବାଜି କରିଛନ୍ତି।

ଘଟଣାସ୍ଥଳରେ ତହସିଲଦାର, ଉପଜିଲ୍ଲାପାଳଙ୍କ ସହ ବ୍ୟାପକ ଫୋର୍ସ ମୁତୟନ ଅଛନ୍ତି।

ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି

ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟରେ ବ୍ୟାନର୍ ମରାକୁ କେନ୍ଦ୍ରକରି ଦୁଇଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। କଲେଜ୍ ଗେଟ୍‌ ଆଗରେ ଗୋଟିଏ ଗୋଷ୍ଠୀ ପକ୍ଷରୁ ଧାରଣା ଦିଆଯାଇ ଥିବାବେଳେ ଅନ୍ୟ ଗୋଷ୍ଠୀ ଟାୟାର୍ ଜାଳି ବିକ୍ଷୋଭ କରିଛନ୍ତି। ଉତ୍ତେଜନା ଦୃଷ୍ଟିରୁ ଘଟଣାସ୍ଥଳରେ ଟାଉନ୍ ଥାନା ପୋଲିସ ପହଞ୍ଚିଛି।

ସ୍କୁଲ୍ ଛାତରୁ ପ୍ଲାଷ୍ଟର ଖସି ୩ ଛାତ୍ରଛାତ୍ରୀ ଆହତ

ବାସୁଦେବପୁର ବୋହୂମାଘେରି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏହି ଘଟଣା ଘଟିଛି। ଆହତ ୩ ଛାତ୍ରଛାତ୍ରୀଙ୍କୁ ବାସୁଦେବପୁର ମେଡିକାଲରେ ଭର୍ତ୍ତି କରାଯାଇଛି।

ବନ୍ତ ବ୍ଲକର ଆଗରପଡ଼ାକୁ ଏନଏସି ମାନ୍ୟତା ଦାବି

ଏନଏସି ମାନ୍ୟତା ଦାବିରେ ଆଗରପଡ଼ା ବନ୍ଦ ପାଳନ କରାଯାଉଛି। ବିଜେଡି ଓ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ୮ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଆଗରପଡ଼ା ତିନି ଛକିରେ ରାସ୍ତା ଅବରୋଧ ହୋଇଛି।

ସପ୍ତାହେ ପରେ ସମୁଦ୍ରରୁ ଫେରିଲେ ୪ ମତ୍ସ୍ୟଜୀବୀ

୨୧ ତାରିଖରେ ମାଛ ଧରିବାକୁ ଯାଇ ସମୁଦ୍ରରେ ଫସି ରହିଥିଲେ। ପ୍ରଥମେ ଯାନ୍ତ୍ରିକ ତ୍ରୁଟି ଓ ପରେ ଡଙ୍ଗା ଭାଙ୍ଗିଯିବାରୁ ଫସି ରହିଥିଲେ।

ଡଙ୍ଗା ଭଗ୍ନାବଶେଷ ସହାୟତାରେ କୂଳକୁ ଫେରିଥିବା ସୂଚନା ମିଳିଛି।ବାସୁଦେବପୁର ହସ୍ପିଟାଲରେ ଚିକିତ୍ସା ପରେ ଘରକୁ ଫେରିଲେ। ୪ ମତ୍ସ୍ୟଜୀବୀ ଚୂଡ଼ାମଣି ଅଞ୍ଚଳର, ସମସ୍ତେ ସୁସ୍ଥ ଥିବା ସୂଚନା ମିଳିଛି।

ଛାତ୍ରୀ ଅପହରଣ ଘଟଣାରେ ଏଏସଆଇ ନିଲମ୍ବିତ

ଭଦ୍ରକ ଜିଲ୍ଲା ଧାମନଗର ନାବାଳିକା ଛାତ୍ରୀ ଅପହରଣ ଘଟଣାରେ ଏଏସଆଇ ନେପାଳ ଶାହାଙ୍କୁ ନିଲମ୍ବନ କଲେ ଏସ୍‌ପି।

ଜୁନ ୧୭ରେ ୨ ସାଙ୍ଗଙ୍କ ସହ ଅପହରଣ କରିଥିଲେ ତାଳପଦା ଗାଁର ଯୁବକ। ସୋମବାର କେନ୍ଦୁଝର ଜିଲ୍ଲାରୁ ନାବାଳିକା ଛାତ୍ରୀକୁ ଉଦ୍ଧାର କରାଯାଇଥିଲା।

ଲଗାଣ ବର୍ଷା; ଦିନକ ପାଇଁ ସ୍କୁଲ୍ ଛୁଟି ଘୋଷଣା

ଲଗାଣ ବର୍ଷା ପାଇଁ ଭଦ୍ରକ ଜିଲ୍ଲାର ୪ଟି ବ୍ଲକ୍‌ରେ ଦିନକ ପାଇଁ ସ୍କୁଲ୍‌ ଛୁଟି ଘୋଷଣା କଲା ଜିଲ୍ଲା ପ୍ରଶାସନ।

ତିହିଡ଼ି, ଧାମନଗର,ବାସୁଦେବପୁର, ଚାନ୍ଦବାଲି ବ୍ଲକରେ ସ୍କୁଲ୍ ଛୁଟି ରହିଛି।

ବିଡ଼ି ମାଗିବାକୁ ନେଇ ଇଚ୍ଛାପୁର ଛକରେ ହତ୍ୟା

ଏହି ଘଟଣାରେ ସାବରଙ୍ଗ ଥାନା ପୋଲିସ୍ ୨ ଜଣଙ୍କୁ ଗିରଫ କରିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଭଦ୍ରକ ସଦର SDPO।

ଗତ ୯ ତାରିଖରେ ବିଡ଼ି ମଗାକୁ ନେଇ ମାରପିଟ ହୋଇଥିଲା। ୨୦ ତାରିଖରେ ଗୁରୁତର ଗୋଲକ ମଣ୍ଡଳଙ୍କ ମୃତ୍ୟୁ ହୋଇଥିଲା। ସାବରଙ୍ଗ ଥାନାରେ ଅଭିଯୋଗ ପରେ କାରଣ ଖୋଜୁଥିଲା ପୋଲିସ୍।

ଚାଷ କରିବା ବେଳେ ବଜ୍ରାଘାତ; ୨ ଭଇ ମୃତ, ଜଣେ ଗୁରୁତର

ମୃତ ଦୁଇ ଭାଇ ଭଦ୍ରକ ଜିଲ୍ଲା ତିହିଡିର ହରସିଂହପୁର ପଞ୍ଚାୟତର ଚଣ୍ଡିସାହି ଗ୍ରାମର।

୩ ଜଣଙ୍କୁ ତିହିଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ୨ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ଅଛି।

Nuakhai wishes