ଆଦର୍ଶ ଶିକ୍ଷକ ସୁଧାଂଶୁ କୁମାର ତ୍ରିପାଠୀଙ୍କୁ ବିଦାୟ ସମ୍ବର୍ଦ୍ଧନା

ଆଜି ବରଗଡ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ବିଶାଖା ଦାଶ କଟାପାଲି ହାଇସ୍କୁଲରେ ଆଦର୍ଶ ଶିକ୍ଷକ ସୁଧାଂଶୁ କୁମାର ତ୍ରିପାଠୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି ।

ମଧ୍ୟାହ୍ନ ଭୋଜନ ଖାଇ ୨୪ ଛାତ୍ରଛାତ୍ରୀ ଅସୁସ୍ଥ

ବରଗଡ଼ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଖଲିଆପାଲି ଆଶ୍ରମ ସ୍କୁଲର ୨୪ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଇ ଅସୁସ୍ଥ ହୋଇଛନ୍ତି।

ସମସ୍ତଙ୍କୁ ବରଗଡ଼ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ବରପାଳିରେ ନାଗରିକ ସମ୍ବର୍ଦ୍ଧନା ଉତ୍ସବ

ଆଜି ସନ୍ଧ୍ୟାରେ ମାରୱାଡି ଧର୍ମଶଳା ଠାରେ ବରପାଲି ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ମନ୍ତ୍ରୀ ରୀତା ସାହୁ,ବ୍ଲକ ଅଧକ୍ଷ୍ୟା ଶ୍ରୀମତୀ ରୀନା ଥଇତ ଓ ବରପାଲି ନଗରପାଳ ଦିନେଶ ଗହୀରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

ଔଷଧ ଓ ଅନ୍ଯାନ୍ଯ ସାମଗ୍ରୀ ଯୋଗାଣକୁ ନେଇ ଟେଣ୍ତର

ବରଗଡ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ଔଷଧ,ମେଡିକାଲ ଉପକରଣଓ ଅନ୍ଯାନ୍ଯ ସାମଗ୍ରୀ ଯୋଗାଣ ସକାଶେ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।

ଆଶାୟୀ ଚଳିତ ମାସ ୨୪ ଭିତରେ ବିଡ ଦାଖଲ କରିପାରିବେ।

ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ ବିଭାଗକୁ ଯାନ ଯୋଗାଣ ସକାଶେ ଟେଣ୍ତର

ବରଗଡ ଜିଲ୍ଲା ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ଯକ୍ରମ ବିଭାଗକୁ ଗୋଟିଏ ଯାନ ଯୋଗାଣ ସକାଶେ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।

ଆଶାୟୀ ଚଳିତ ମାସ ୨୭ ଭିତରେ ବିଡ ଦାଖଲ କରିପାରିବେ।

ମାନସିକ ସ୍ୱାସ୍ଥ୍ଯ ବିଭାଗକୁ ଯାନ ଭଡା ସକାଶେ ଟେଣ୍ତର

ବରଗଡ ଜିଲ୍ଲା ସି.ଡି.ଏମ.ଓ କାର୍ଯ୍ଯାଳୟ ତରଫରୁ ଭ୍ରାମ୍ୟମାଣ ମାନସିକ ସ୍ୱାସ୍ଥ୍ଯ ବିଭାଗକୁ ଗୋଟିଏ ଯାନ ଭଡା ସକାଶେ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।

ଆଶାୟୀ ଚଳିତ ମାସ ୨୭ ଭିତରେ ବିଡ ଦାଖଲ କରିପାରିବେ।

Nuakhai wishes