ବରଗଡ଼ରେ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ

ବରଗଡ଼ର ମେଣ୍ଢାପାଲି ନିକଟରେ ୫ଟି ବଗି ଲାଇନଚ୍ୟୁତ୍‌ ହୋଇଛି।

ଡୁଙ୍ଗୁରି ଚୂନପଥର ଖଣିରୁ ଆସିବା ବେଳେ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ କେହି ଆହତ ହୋଇ ନଥିବା ସୂଚନା ମିଳିଛି।

ବରଗଡ଼ରେ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ

ବରଗଡ଼ର ମେଣ୍ଢାପାଲି ନିକଟରେ ୫ଟି ବଗି ଲାଇନଚ୍ୟୁତ୍‌ ହୋଇଛି।

ଡୁଙ୍ଗୁରି ଚୂନପଥର ଖଣିରୁ ଆସିବା ବେଳେ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ କେହି ଆହତ ହୋଇ ନଥିବା ସୂଚନା ମିଳିଛି।

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଦହିତା ଆରଆଇ

ବରଗଡ ଜିଲ୍ଲା ପଦ୍ମପୁର ଦହିତା ଆରଆଇ ଦାମୋଦର ସୁନାଙ୍କୁ ଗିରଫ କରିଛି ଭିଜିଲାନ୍ସ।

୩୩୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିବା ପରେ ଆରଆଇକୁ ଗିରଫ କରିଛି ପୁଲିସ। ସେ ଜମି ନକ୍ସା ଇସ୍ୟୁ ପାଇଁ ଲାଞ୍ଚ ନେଉଥିଲା ବେଳେ ଧରିଲା ଭିଜିଲାନ୍ସ।

ଅତାବିରାରେ ନାମ ଯଜ୍ଞ ଅନୁଷ୍ଠିତ

ଅତାବିରାରେ ୨୫.୫.୨୩ରୁ ୨୭.୫.୨୩ ପର୍ଯ୍ୟନ୍ତ ନାମ ଯଜ୍ଞ ଅନୁଷ୍ଠିତ ହେଉଛି।

ଏଥିରେ ଆଖପାଖର ୨୧ଟି କିର୍ତ୍ତନ ଦଳ ନିମନ୍ତ୍ରୀତ ହୋଇଛନ୍ତି ଏବଂ ପୂର୍ଣା ହ୍ଵତି ଦିନ ୬ ଟି ଦଳ ସାମିଲ ହେବେ ବୋଲି ଆୟୋଜକ କହିଛନ୍ତି।

ପରିବାରର ୪ ଜଣଙ୍କୁ ହତ୍ୟା ଘଟଣାରେ ଆଉ ୨ ଗିରଫ

ବରଗଡ ଜିଲ୍ଲା ଭଟଲି ଥାନା ଝିକିଝିକିରେ ପରିବାରର ୪ ଜଣଙ୍କୁ ହତ୍ୟା ଘଟଣାରେ ପୁଲିସ ଗତକାଲି ଅଭିଯୁକ୍ତ କକାକୁ ଗିରଫ କରିଥିବା ବେଳେ ଆଜି ପତ୍ନୀ ଓ ପୁଅକୁ ଗିରଫ କରିଛି।

ପତ୍ନୀକୁ ପ୍ରମାଣ ନଷ୍ଟ ଓ ପୁଅ ହତ୍ୟାରେ ସହଯୋଗ ପାଇଁ ଗିରଫ କରିଛି।

ଶିକ୍ଷାବିତ୍ ପ୍ରୀତିଶ ଆଚାର୍ଯ୍ୟଙ୍କ ସହ ଗ୍ରାମବାସୀଙ୍କ ଚାଏ ପେ ଚର୍ଚ୍ଚା

ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଧୂସର ବାହାଲ ଗ୍ରାମରେ ଜିଲ୍ଲାର ବିଶିଷ୍ଟ ଶିକ୍ଷାବିତ୍ ତଥା ରାଜସ୍ଥାନର ଅଜମେରରେ ସ୍ଥିତ ଆରଆଇଇରେ ପ୍ରଫେସର ଭାବେ କାର୍ଯ୍ୟରତ ପ୍ରୀତିଶ ଆଚାର୍ଯ୍ୟ ଏକ ଚାଏ ପେ ଚର୍ଚ୍ଚାରେ ଯୋଗଦେଇ ଗ୍ରାମବାସୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ।

ଅମାତ୍ୟ ପ୍ରଧାନ ଓ ଅନ୍ୟଙ୍କ ଉଦ୍ୟମରେ ଗତ ସଂଧ୍ୟାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀଙ୍କ ସମେତ ବହୁତ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ଶ୍ରୀ ଆଚାର୍ଯ୍ୟଙ୍କୁ ନେଇ ଜିଲ୍ଲା ଓ ରାଜ୍ୟ ଗର୍ବିତ ବୋଲି କହିଥିଲେ।

ଗୋଟିଏ ପରିବାରର ୪ ଜଣଙ୍କୁ ବୀଭତ୍ସ ହତ୍ୟା

ବରଗଡ଼ ଜିଲ୍ଲା ଭଟଲି ଥାନା ଝିକିଝିକି ଗାଁରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟଣା ଘଟିଛି।

ବାପା, ମା’ ସହ ପୁଅ ଓ ଝିଅଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର ହୋଇଛି।ଜମିଜମା ବିବାଦରୁ କକା ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ କକାକୁ ଅଟକ ରଖି ପୁଲିସ ପଚରାଉଚରା କରୁଛି।

ଗାଇସିଲେଟ୍‌ ଆଇଆଇସିଙ୍କର ୬ଟି ପ୍ଲଟ ଠାବ (ଅପଡେଟ)

ବରଗଡ଼ ଗାଇସିଲେଟ୍‌ ଆଇଆଇସି ବୀରବର ଭଗତଙ୍କର ସମ୍ବଲପୁରରେ ୩ ଓ ସୁନ୍ଦରଗଡ଼ ବଣାଇରେ ୩ଟି ପ୍ଲଟ୍‌ ରହିଛି।

ଅଇଁଠାପାଲିରେ ୨ ମହଲା ଘର, କବରପାଲିରେ ଫାର୍ମ ହାଉସ, ୨ଟି କାର୍‌, ୨ଟି ବାଇକ୍‌, ୧୬୫ ଗ୍ରାମ ସୁନା ଓ ୭୯ ହଜାର ଟଙ୍କା ଠାବ ହୋଇଛି। ସର୍ଚ୍ଚ ଜାରି ରହିଥିବାରୁ ଅଧିକ ସମ୍ପତ୍ତି ମିଳିବା ସମ୍ଭାବନା ରହିଛି।

Nuakhai wishes