ଖଡ଼ିଆଳ ବିଡିଓ ନାରାୟଣ ସାହୁଙ୍କ ବିପୁଳ ସଂପତ୍ତି ଠାବ

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଡିଓ ନାରାୟଣ ସାହୁଙ୍କ ଠାରୁ ଏଯାବତ ନଗଦ ୩.୮୪ ଲକ୍ଷ ଟଙ୍କା, ବଲାଙ୍ଗିରରେ ୨ ମହଲା କୋଠା, ବଲାଙ୍ଗିର ସହରରେ ଗୋଟିଏ ପ୍ଲଟ, କୁସମେଲ ଗାଁରେ ୨୧ଟି ପ୍ଲଟ, ୪୦୦ ଗ୍ରାମ ସୁନାଗହଣା, ଗୋଟିଏ ହ୍ୟୁଣ୍ଡାଇ କ୍ରେଟା କାର୍, ୨ଟି ବାଇକ ଠାବ କରିଛି ଭିଜିଲାନ୍ସ।

ବ୍ୟାଙ୍କ ଓ ବୀମା ସଂପର୍କରେ ଖୋଳତାଡ଼ ଚାଲିଥିବାରୁ ସଂପତ୍ତି ବଢ଼ିବା ସମ୍ଭାବନା ରହିଛି।

ଖଡିଆଳ ବିଡିଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୂଆପଡା ଜିଲ୍ଲା ଖଡିଆଳ ବିଡିଓ ନାରାୟଣ ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି।

ନୂଆପଡା ଏବଂ ବଲାଙ୍ଗିର ସମେତ ଏକାକାଳୀନ ୫ଟି ସ୍ଥାନରେ ଚଢାଉ ଜାରି ରହିଛି।

ପୁଲିସକୁ ଆକ୍ରମଣ ଅଭିଯୋଗରେ ୨୬ ଗିରଫ

ନୂଆପଡା ଜିଲ୍ଲା ଖରିଆର ରୋଡ୍ ଇରାମିପଡାର ୨୬ ଜଣଙ୍କୁ ଗିରଫ କରିଛି ଜୋଙ୍କ୍ ପୁଲିସ।

ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୪ ଜଣ ପୁରୁଷ ଓ ୨୨ ମହିଳା ଅଛନ୍ତି। ୨ ଓ୍ବାରେଣ୍ଟିଙ୍କୁ ଧରିବାକୁ ଯାଇଥିବାବେଳେ ପୁଲିସ ଟିମ୍‌କୁ ଆକ୍ରମଣ କରିଥିଲେ।

ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ଆଜୀବନ ସଜା

୨୦୧୯ରେ ଖଡିଆଳ ଥାନା ଅଞ୍ଚଳରେ ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀ ଟଙ୍କଧର ଭୋଇକୁ ଆଜୀବନ ସଜା ଶୁଣାଇଛନ୍ତି ନୂଆପଡ଼ା ଏଡିଜେ।

ଏହା ସହ ୨୦ ହଜାର ଜରିମାନା କରିଛନ୍ତି। ପୀଡ଼ିତାକୁ ୬ ଲକ୍ଷ କ୍ଷତିପୂରଣ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

୨ ଛାତ୍ରଙ୍କୁ ଧକ୍କା ଦେଇ ମନ୍ତ୍ରୀଙ୍କ ଏସ୍କର୍ଟ ଗାଡ଼ି ପଳାଇବା ଅଭିଯୋଗ

ନୂଆପଡ଼ାରୁ ଖଡ଼ିଆଳ ରୋଡ୍ ଯିବା ବେଳେ ଗୋଟମା ଛକରେ ମନ୍ତ୍ରୀଙ୍କ ଏସ୍କର୍ଟ ଗାଡ଼ି ୨ ଛାତ୍ରଙ୍କୁ ଧକ୍କା ଦେଇ ପଳାଇଥିବା ଅଭିଯୋଗ ହୋଇଛି।

ଏସ୍କର୍ଟ ଗାଡ଼ି ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କୁ ଆଣିବାକୁ ଯାଉଥିଲା ବୋଲି ସୂଚନା ମିଳିଛି। ରାସ୍ତାରୁ ୨ ଛାତ୍ରଙ୍କୁ ଉଦ୍ଧାର କରି ମେଡିକାଲ ନେଇଛି ନୂଆପଡ଼ା ପୁଲିସ।

ନୂଆପଡ଼ାରେ ପୁଲିସ-ମାଓବାଦୀ ଗୁଳିବିନିମୟ

ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକ ପାଟଦରା ଜଙ୍ଗଲରେ ପୁଲିସ-ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି।

ପୁଲିସ ଗୁଳିରେ ଛତ୍ରଭଙ୍ଗ ଦେଇଛନ୍ତି ମାଓବାଦୀ। ପୁଲିସ ବିପୁଳ ମାଓ ସାମଗ୍ରୀ ଜବତ କରିବା ସହ ସର୍ଚ୍ଚ ଅପରେସନ ଜାରି ରଖିଛି।

୧୬ ଦାଦନ ଉଦ୍ଧାର, ଦଲାଲ ଅଟକ

ନୂଆପଡ଼ା ଜିଲ୍ଲା ଖରିଆରରୋଡ୍ ରେଳ ଷ୍ଟେସନ୍ ନିକଟରୁ ଜୋଙ୍କ ପୁଲିସ୍ ୧୬ ଦାଦନ ଶ୍ରମିକଙ୍କ ମଧ୍ୟରେ ୧୫ ଜଣ ନାବାଳିକା ଓ ଜଣେ ଯୁବତୀଙ୍କୁ ଉଦ୍ଧାର କରିଛି।

ନାଗପୁର ସୂତାକଳକୁ ଚାଲାଣ ଲାଗି ଉଦ୍ୟମ ବେଳେ ଉଦ୍ଧାର କରିଛି ପୁଲିସ।

ଗୋଷ୍ଠୀ ସଂଘର୍ଷରେ ତିନି ଆହତ

ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକର ପୁଟୁପୁଡ଼ା ଠାରେ ଗୋଷ୍ଠୀ ସଂଘର୍ଷରେ ତିନି ଜଣ ଆହତ ହୋଇଥିବା ସ୍ଥାନୀୟ ପୁଲିସ ଆଜି କହିଛି l
ପୁଲିସ ଆହତ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରି ଘଟଣାର ତଦନ୍ତ କରୁଛି l

Nuakhai wishes