୧୨ ଘଣ୍ଟିଆ ଦେବଗଡ଼ ବନ୍ଦ ପାଳନ

ପୁରୁଣା ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ଜିଲ୍ଲା ଯୁବ ଏକତା ମଞ୍ଚ ପକ୍ଷରୁ ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ ପାଳନ କରାଯାଉଛି।

ସକାଳ ୬ରୁ ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ ପାଳନ ଯୋଗୁଁ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି।

ଦେବଗଡ଼ ଜିଲ୍ଲାକୁ ୨୦୫ କୋଟିର ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ

୧୧ ସ୍ବାସ୍ଥ୍ୟ ପ୍ରକଳ୍ପ, ୪ ଶିକ୍ଷା ଭିତ୍ତିଭୂମି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ସହ ଜିଲ୍ଲା ମୁଖ୍ୟାଳୟରେ ୩ ଶହ ଶଯ୍ୟା ବିଶିଷ୍ଟ ମେଡିକାଲ୍‌ ଉଦ୍‌ଘାଟିତ କରିଛନ୍ତି ମୁଖ୍ୟମନ୍ତ୍ରୀ।

କେନ୍ଦୁପତ୍ର ତୋଳାଳି ଓ ବନ୍ଧାଳୀଙ୍କ ପାଇଁ ୪୧ କୋଟି ୧୭ ଲକ୍ଷର ସହାୟତା ରାଶି ପ୍ରଦାନ କରିଛନ୍ତି।

ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ମଦ୍ୟପ ସ୍ୱାମୀ

ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଝରାଡିହି ଗାଁରେ ଏହି ଘଟଣା ଘଟିଛି।

ଘଟଣାସ୍ଥଳରୁ ସ୍ୱାମୀ ଫେରାର ଥିବାବେଳେ ପୁଲିସ ଘଟଣାର ତଦନ୍ତ କରୁଛି।

ଗାଁ ରାସ୍ତାରୁ ଦନ୍ତା ହାତୀର ମୃତଦେହ ଠାବ

ଦେବଗଡ଼ ଜିଲ୍ଲା ରିଆମାଳ ରେଂଜ କୁଣ୍ଢେଇଗୋଳା ସେକ୍ସନ୍ ଗରିଆପାଲୀ ଗାଁରେ ହାତୀ ମୃତ୍ୟୁ ଘଟିଛି।

ବିଦ୍ୟୁତ ସଂସ୍ପର୍ଶରେ ଆସି ଦନ୍ତା ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଗାଁ ରାସ୍ତାରୁ ଦନ୍ତା ହାତୀର ମୃତଦେହ ଠାବ

ଦେବଗଡ଼ ଜିଲ୍ଲା ରିଆମାଳ ରେଂଜ କୁଣ୍ଢେଇଗୋଳା ସେକ୍ସନ୍ ଗରିଆପାଲୀ ଗାଁରେ ହାତୀ ମୃତ୍ୟୁ ଘଟିଛି।

ବିଦ୍ୟୁତ ସଂସ୍ପର୍ଶରେ ଆସି ଦନ୍ତା ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ବିଦା ହେଲେ ଦେବଗଡ଼ ପୌରାଧ୍ୟକ୍ଷା ଶାନ୍ତିମଞ୍ଜରୀ ଦେଈ

ଜିଲ୍ଲାପାଳଙ୍କ ତଦନ୍ତ ରିପୋର୍ଟ ଆଧାରରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ପୌରାଧ୍ୟକ୍ଷାଙ୍କ ବିରୋଧରେ ଅନିୟମିତତା ଅଭିଯୋଗ ଥିଲା।

ଯୌତୁକ ପାଇଁ ନବବଧୂକୁ ହତ୍ୟା ଅଭିଯୋଗ

ଦେବଗଡ଼ କୁଣ୍ଢେଇଗୋଳା ଥାନା ସେଣ୍ଢା ଗାଁରେ ଏହି ଘଟଣା ଘଟିଛି। ନବବଧୂଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିଲେ। ମୃତକଙ୍କ ବେକ ଓ ହାତରେ ଆଘାତ ଲାଗିଥିବାରୁ ହତ୍ୟା ସନ୍ଦେହ କରିଛନ୍ତି ପରିବାର।

ମୃତ ମହିଳାଙ୍କ ସ୍ୱାମୀ ଘନଶ୍ୟାମ ସାହୁଙ୍କୁ ଥାନାରେ ଅଟକ ରଖିଛି ପୁଲିସ।କିଛିମାସ ତଳେ କ୍ଷୀରୋଦ ସାହୁଙ୍କୁ ବିବାହ କରିଥିଲେ ରୋଜାଲିନ।

ସୁନା ଦୋକାନୀଠୁ ଝାମ୍ପି ନେଲେ ଅଳଙ୍କାର ବ୍ୟାଗ

ଦେବଗଡ଼ ଅମ୍ବାଦୋଳା ଥାନା ନିକଟ ରାସ୍ତାକଡ଼ରେ ଦୋକାନ ଖୋଲୁଥିବା ବେଳେ ଝାମ୍ପି ନେଲେ ବ୍ୟାଗ୍।

ଝାମ୍ପି ନେଇ ଚମ୍ପଟ ମାରିଲେ ୨ ଦୁର୍ବୃତ୍ତ। ଅଧ କେଜିରୁ ଅଧିକ ସୁନା ଅଳଙ୍କାର ଲୁଟ୍‌ ହୋଇଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି।

ହାତୀ ପାଇଁ ଫରେଷ୍ଟରଙ୍କୁ ବାନ୍ଧିଲେ ଗ୍ରାମବାସୀ

ଦେବଗଡ଼ କୁଣ୍ଢେଇଗୋଳା ଭେଜିକୁଦର ଗାଁରେ ଏହି ଘଟଣା ଘଟିଛି।ହାତୀ ଉପଦ୍ରବ ଯୋଗୁଁ ଉତ୍ତେଜନା ଦେଖାଦେବାରୁ ଫରେଷ୍ଟର ଛବିଳ ବେହେରାଙ୍କୁ ଗଛରେ ବାନ୍ଧିଲେ ଲୋକେ। ବରିଷ୍ଠ ଅଧିକାରୀ ବୁଝାସୁଝା କରିବା ପରେ ଛାଡ଼ିଥିଲେ।

୧ ଟନ୍ ଗଂଜେଇ ଜବତ, ୪ ଗିରଫ

ଦେବଗଡ଼ ଜିଲ୍ଲା ରିଆମାଳ ଥାନା ବଞ୍ଜାରୀ ଗାଁର ଏକ ଷ୍ଟକ ୟାର୍ଡରେ ଏକ ଟ୍ରକରୁ ୮୭ଟି ଗଂଜେଇ ଭର୍ତ୍ତି ଅଖା ଜବତ କରିଛି ପୁଲିସ। ଜବତ ଗଂଜେଇର ଆନୁମାନିକ ମୂଲ୍ୟ ଏକ କୋଟିରୁ ଅଧିକ ଟଙ୍କା ହେବ।

Nuakhai wishes