ପଥରଖଣି ନିକଟରୁ ହାତୀ ଛୁଆର ମୃତଦେହ ଠାବ

ଖୋର୍ଦ୍ଧା ଟାଙ୍ଗୀ ରେଞ୍ଜ ନିଧିପୁର ପଥର ଖଣି ନିକଟରେ ପଡ଼ିଛି ମୃତଦେହ। ହାତୀପଲ ଗାଧୋଇଲା ବେଳେ ଦଳାଚକଟାରେ ମୃତ୍ୟୁ ହୋଇଥିବା ଅନୁମାନ କରିଛି ପ୍ରଶାସନ।

ଜଙ୍କିଆ ଛଣଗିରି ଗହଣା ଦୋକାନ ଲୁଟ୍‌ ଘଟଣାରେ ଆଉ ୨ ଗିରଫ

ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଛଣଗିରି ଗହଣା ଦୋକାନ ଲୁଟ୍‌ ଘଟଣାରେ ୨ ଗିରଫ ସହ ୧ କିଲୋ ୧୩ ଗ୍ରାମ୍‌ ସୁନା ଓ ୨୨୩୧ ଗ୍ରାମ୍ ରୁପା ଜବତ କରାଯାଇଛି। ଗିରଫ ୨ ଜଣଙ୍କ ମଧ୍ୟରୁ ଜଣେ କଟକର ଓ ଅନ୍ୟ ଜଣେ ପୁରୀ କଣାସର। ପୂର୍ବରୁ ୪ ଜଣଙ୍କୁ ଗିରଫ କରିଥିଲା ପୁଲିସ।

ଗିରଫଦାରୀ ସଂଖ୍ୟା ୬କୁ ବୃଦ୍ଧି ହୋଇଛି। ପୂର୍ବରୁ ପ୍ରାୟ କିଲେ ସୁନା ଓ ୨୪୦୦ ଗ୍ରାମ ରୁପା ସହ ୧୦ ଲକ୍ଷ ଟଙ୍କା ଜବତ ହୋଇଥିଲା। ମୋଟ୍ ୨ କିଲୋ ସୁନା ଓ ୪୫୦୦ ଗ୍ରାମ୍ ରୁପା ଜବତ କରିଛି ପୁଲିସ। ଅଗଷ୍ଟ ୨୪ ତାରିଖରେ ଦିନ ଦ୍ବିପ୍ରହରରେ ସୁନା ଦୋକାନ ଲୁଟିଥିଲେ ଦୁର୍ବୃତ୍ତ।

ଭ୍ୟାନ୍‌ରେ ଚାଲାଣ ବେଳେ ୧୦ କ୍ବିଣ୍ଟାଲ ଗଞ୍ଜେଇ ଜବତ

ଖୋର୍ଦ୍ଧା ଏନ୍ଏଚ୍ ୧୬ ଚଣ୍ଡେଶ୍ବର ନିକଟରୁ ଅବକାରୀ ବିଭାଗ ଜବତ କରିଛି।ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ କୋଟି ୫ ଲକ୍ଷ ଟଙ୍କା ହେବ। ଗଞ୍ଜେଇ ଗଜପତିରୁ ପୁରୀ ଚାଲାଣ ହେଉଥିଲା। ଘଟଣାରେ ଜଣକୁ ଅଟକ ରଖାଯାଇଛି।

ହୋମ୍‌ଗାର୍ଡ ପରୀକ୍ଷା ପାଇଁ ଆସିଥିବା ପରୀକ୍ଷାର୍ଥୀଙ୍କ ମୃତ୍ୟୁ

ଖୋର୍ଦ୍ଧା ଜିଲ୍ଲା ତରତୁଆ ରିଜର୍ଭ ପଡ଼ିଆରେ ଶାରୀରିକ ପରୀକ୍ଷା ବେଳେ ଦୌଡୁଥିବା ବେଳେ ଅସୁସ୍ଥ ହୋଇ ତଳେ ପଡ଼ିଗଲେ ପରୀକ୍ଷାର୍ଥୀ।

ଭୁବନେଶ୍ବର ଘରୋଇ ହସ୍ପିଟାଲରେ ମୃତ୍ୟୁ ଘୋଷଣା କଲେ ଡାକ୍ତର।

୪ ହଜାର ଟଙ୍କା ପାଇଁ ଯୁବକଙ୍କୁ ହତ୍ୟା

ଖୋର୍ଦ୍ଧା ବଧାପୋଖରୀ ନିକଟରେ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ୍ ହୋଇଛି। ୪ ହଜାର ଟଙ୍କା ପାଇଁ ଯୁବକଙ୍କୁ ହତ୍ୟା କରାଯାଇଥିବା ଏସ୍‌ପି ସୂଚନା ଦେଇଛନ୍ତି। ହତ୍ୟା ଘଟଣାରେ ୩ ଅଭିଯୁକ୍ତ ଗିରଫ ସହ ୩ଟି ଗାଡ଼ି ଜବତ କରାଯାଇଛି। ମୃତକ ଜଟଣୀର, ୨ ଅଭିଯୁକ୍ତଙ୍କ ଠାରୁ ୪ ହଜାର ଟଙ୍କା ଉଧାର ନେଇଥିଲେ। ବାରମ୍ବାର ମାଗିବା ସତ୍ତ୍ବେ ଟଙ୍କା ନ ଦେବାରୁ ଘରୁ ଉଠାଇ ଆଣି ଠେଙ୍ଗାରେ ପିଟିପିଟି ହତ୍ୟା ପରେ ବଧାପୋଖରୀ ନିକଟରେ ଫିଙ୍ଗି ଦେଇଥିଲେ।

ଭୁଶୁଡ଼ିଲା ଖୋର୍ଦ୍ଧା-ବଲାଙ୍ଗିର ନିର୍ମାଣାଧୀନ ରେଳ ଟନେଲ୍‌

ବୌଦ୍ଧ ଅଡେଣିଗଡ଼ ନିକଟରେ କୌଣସି କାରଣରୁ ନିର୍ମାଣାଧୀନ ରେଳ ଟନେଲ୍‌ ଭୁଶୁଡି ୩୦ ମିଟର ଦୀର୍ଘ ଗର୍ତ୍ତ ସୃଷ୍ଟି ହୋଇଥିବା ସୂଚନା ମିଳିଛି।

ଟନେଲ୍‌ ଭିତରେ ଶ୍ରମିକ ଫସିଛନ୍ତି ନା ନାହିଁ ସ୍ପଷ୍ଟ ହୋଇନି।

ଭୁଶୁଡ଼ିଲା ଖୋର୍ଦ୍ଧା-ବଲାଙ୍ଗିର ନିର୍ମାଣାଧୀନ ରେଳ ଟନେଲ୍‌

ବୌଦ୍ଧ ଅଡେଣିଗଡ଼ ନିକଟରେ କୌଣସି କାରଣରୁ ନିର୍ମାଣାଧୀନ ରେଳ ଟନେଲ୍‌ ଭୁଶୁଡି ୩୦ ମିଟର ଦୀର୍ଘ ଗର୍ତ୍ତ ସୃଷ୍ଟି ହୋଇଥିବା ସୂଚନା ମିଳିଛି।

ଟନେଲ୍‌ ଭିତରେ ଶ୍ରମିକ ଫସିଛନ୍ତି ନା ନାହିଁ ସ୍ପଷ୍ଟ ହୋଇନି।

ଭିଜିଲାନ୍ସ ଜାଲରେ ପୁଲିସ ଏଏସଆଇ ଓ ହୋମ୍‌ଗାର୍ଡ

ଖୋର୍ଦ୍ଧା ବାଙ୍କୋଇ ଫାଣ୍ଡି ଏଏସଆଇ ତୁଷାର ନାୟକ ଓ ହୋମ୍‌ଗାର୍ଡ ପି.କେ ସୁନ୍ଦରାୟଙ୍କୁ ଗିରଫ କରିଛି ଭିଜିଲାନ୍ସ।

୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡ଼ିବସିଲା ଭିଜିଲାନ୍ସ। କେସ୍ ଡାଏରୀରୁ ନାଁ ହଟାଇବାକୁ ଲାଞ୍ଚ ନେବାବେଳେ ଧରାପଡ଼ିଲେ।

ପୁଣି ‘ଆମ ବସ୍‌’ ଦୁର୍ଘଟଣା; ଶିଶୁ ମୃତ, ବାପାମା ଗୁରୁତର

ଖୋର୍ଦ୍ଧା ପୁବୁସାହି ନିକଟ ବଡ଼ସାହି ରାସ୍ତାରେ ଦୁର୍ଘଟଣା ଘଟିଛି। ବାଇକ୍‌ରେ ଶିଶୁକୁ ନେଇ ବାପାମାଆ ଯିବା ବେଳେ ‘ଆମ ବସ୍‌’ ଧକ୍କା ଦେଇଥିବା ଅଭିଯୋଗ ହୋଇଛି।

ବାଲୁଗାଁରେ ସୁନା ବ୍ୟବସାୟୀଙ୍କୁ ୨ ରାଉଣ୍ଡ ଗୁଳିମାଡ଼

ନିମିଖେତା ରାସ୍ତାରେ ଗୁଳିମାଡ଼ କରି ୧୫ କେଜି ରୁପା ଲୁଟିନେଇଥିବା ବେଳେ ବ୍ୟବସାୟୀଙ୍କ ଛାତି ଓ ହାତରେ ବାଜିଛି ଗୁଳି।

୨ଟି ପଲସରରେ ୫ ଜଣ ଆସି ଗୁଳିମାଡ଼ କରି ଲୁଟ୍‌ କରିଥିବା ଅଭିଯୋଗ ହୋଇଛି। ବ୍ୟବସାୟୀ ଜଣଙ୍କ ଉମାକାନ୍ତପୁରର, ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

Nuakhai wishes