କଳାହାଣ୍ଡି ଜିଲ୍ଲା ହସ୍ପିଟାଲରେ ଶଯ୍ୟା ସଂଖ୍ୟା ବୃଦ୍ଧି

କଳାହାଣ୍ଡି ଜିଲ୍ଲା ହସ୍ପିଟାଲରେ ଶଯ୍ୟା ସଂଖ୍ୟା 275 ରୁ 330 କୁ ବୃଦ୍ଧି କରିବାକୁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି l

ଅଭିମନ୍ୟୁ ବେହେରା କଳାହାଣ୍ଡିର ନୂଆ ପିଡି ଡିଆରଡିଏ

ସୁନ୍ଦରଗଡ଼ର ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରାଙ୍କୁ କଳାହାଣ୍ଡି ଜିଲ୍ଲାର ନୂଆ ପିଡି ଡିଆରଡିଏ ଭାବେ ନିଯୁକ୍ତ କରାଯାଇଛି l

ନର୍ଲାରେ 24 ଘଣ୍ଟାରେ 109 ମିମି ବର୍ଷା

ଗତ 24 ଘଣ୍ଟା ମଧ୍ୟରେ କଳାହାଣ୍ଡି ଜିଲ୍ଲାର ନର୍ଲାରେ 109, ଭବାନୀପାଟଣାରେ 98.8, ମଦନପୁର -ରାମପୁରରେ 98, ଲାଞ୍ଜିଗଡ଼ରେ 81.2, ଧର୍ମଗଡ଼ରେ 76 ମିଲିମିଟର ବର୍ଷା ହୋଇଛି l

ଭବାନୀପାଟଣାରେ ପତାକା ଉତ୍ତୋଳନ କରିବେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ

ଆସନ୍ତା 15 ତାରିଖରେ ଭବାନୀପାଟଣାରେ ଜାତୀୟ ପତାକା ଉତ୍ତୋଳନ କରିବେ ଯୋଜନା ଓ ସମନ୍ୱୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ l

ଜୁନାଗଡ଼ରେ 24 ଘଣ୍ଟାରେ 144 ମିମି ବର୍ଷା

ଗତ 24 ଘଣ୍ଟା ମଧ୍ୟରେ କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ରେ 144, କଲମପୁରରେ 110, ନର୍ଲାରେ 97.5, ଜୟପାଟଣାରେ 82, ଭବାନୀପାଟଣାରେ 81.2, ଲାଞ୍ଜିଗଡ଼ରେ 74.8, ଧର୍ମଗଡ଼ରେ 73 ଏବଂ କୋକସରାରେ 71 ମିଲିମିଟର ବର୍ଷା ହୋଇଛି l

କଳାହାଣ୍ଡି ଓ ରାୟଗଡା ଜିଲ୍ଲାରେ ଅତି ପ୍ରବଳ ବର୍ଷା ଚେତାବନୀ

ଲଘୁଚାପ ପ୍ରଭାବରେ ଆସନ୍ତା 24 ଘଣ୍ଟାରେ କଳାହାଣ୍ଡି ଓ ରାୟଗଡା ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱରସ୍ଥିତ ପାଣିପାଗ ବିଭାଗ ପକ୍ଷରୁ ରେଡ ୱାର୍ଣ୍ଣିଙ୍ଗ ଜରିଆରେ ଚେତାବନୀ ଦିଆଯାଇଛି l

Nuakhai wishes