କନ୍ଧମାଳ ପୋଲିସ ନିକଟରେ ୪ ମାଓବାଦୀଙ୍କ ଆତ୍ମସମର୍ପଣ

KKBN ଡିଭିଜନର ୪ ମାଓବାଦୀ ବନ୍ଧୁକ, ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି। ଏ ନେଇ ସାମ୍ବାଦିକ ସମ୍ବିଳନୀରେ ଦକ୍ଷିଣାଞ୍ଚଳ DIG ନୀତି ଶେଖର ସୂଚନା ଦେଇଛନ୍ତି।

ଏସିଏଫ୍ ସୂର୍ଯ୍ୟକାନ୍ତ ବେହେରା ସସ୍‌ପେଣ୍ଡ୍‌

ବାଲିଗୁଡ଼ାର ମୃତ ହାତୀକୁ କାଟି କେସିଙ୍ଗା ନିକଟରେ ପୋତିବା ଘଟଣାରେ ନିଲମ୍ବିତ ହେଲେ ACF ସୂର୍ଯ୍ୟକାନ୍ତ ବେହେରା।

RCCF ବ୍ରହ୍ମପୁର ସର୍କଲଙ୍କ ତଦନ୍ତ ରିପୋର୍ଟ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ACF ସୂର୍ଯ୍ୟକାନ୍ତଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି।

ପିଲାଙ୍କ ଆଖିରେ ଅଠା ପକାଇଦେବା ଘଟଣାରେ ପ୍ରଧାନ ଶିକ୍ଷକ ନିଲମ୍ବିତ

ପିଲାଙ୍କ ଆଖିରେ ଅଠା ପକାଇଦେବା ଘଟଣାରେ ଫିରିଙ୍ଗିଆ ସଲାଗୁଡ଼ା ସେବାଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ମନୋରଞ୍ଜନ ସାହୁଙ୍କୁ ନିଲମ୍ବନ କଲେ କନ୍ଧମାଳ ଜିଲ୍ଲାପାଳ।

ଘଟଣା ଦିନ ପ୍ରଧାନ ଶିକ୍ଷକ ଅନୁପସ୍ଥିତ ଥିବାରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।କିଏ ଓ କାହିଁକି ଅଠା ପକାଇଥିଲା ତଦନ୍ତ ଜାରି ରହିବ କହିଲେ ଜିଲ୍ଲାପାଳ।ହଷ୍ଚେଲରେ ଶୋଇଥିବା ବେଳେ ପିଲାଙ୍କ ଆଖିରେ ଅଠା ପକାଯାଇଥିଲା।ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ୭ ଛାତ୍ର ଚିକିତ୍ସାଧୀନ ଥିବାବେଳେ ଜଣେ ଡିସ୍‌ଚାର୍ଜ ହୋଇଛନ୍ତି।

ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ୨୦ ବର୍ଷ ସଜା

୨୦୨୩ରେ ସଦର ଥାନା ଅଞ୍ଚଳରେ ଦୁଷ୍କର୍ମ ପାଇଁ ପୋକ୍ସୋ କୋର୍ଟ ଦୋଷୀ ଗଣେଶ କହଁରକୁ ୨୦ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି।

ପୀଡ଼ିତାକୁ ୬ ଲକ୍ଷ କ୍ଷତିପୂରଣ ପାଇଁ DLSAକୁ ନିର୍ଦ୍ଦେଶ ଦେଇଛନ୍ତି।

ମେଡିକାଲ୍‌ କଲେଜ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ତିଲକପଡ଼ାରେ କନ୍ଧମାଳ ମେଡିକାଲ୍‌ କଲେଜ ଓ ହସ୍ପିଟାଲ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

୧୦୦ ସିଟ୍‌ ବିଶିଷ୍ଟ କଲେଜ ଓ ୬୫୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ ଉଦ୍‌ଘାଟିତ ହୋଇଛି।ମୁଖ୍ୟମନ୍ତ୍ରୀଙ୍କ ସହ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଉପସ୍ଥିତ ଅଛନ୍ତି।

ନାବାଳିକା ଦୁଷ୍କର୍ମ ମାମଲାରେ ୨୦ ବର୍ଷ ଜେଲଦଣ୍ଡ

କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଥାନା ଅଞ୍ଚଳରେ ୨୦୧୮ ମସିହାରେ ଘଟିଥିବା ଘଟଣାରେ ସଜା ଦେଇଛନ୍ତି କୋର୍ଟ।

୨୦ ବର୍ଷ ଜେଲଦଣ୍ଡ ସହ ୨୫ ହଜାର ଟଙ୍କା ଜରିମାନା କରିଛନ୍ତି କୋର୍ଟ।ପୀଡ଼ିତାଙ୍କୁ ୭ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ DLSAକୁ ନିର୍ଦ୍ଦେଶ ଦିଆଯାଇଛି।

ସିରିଜ୍‌ ଦୁର୍ଘଟଣା ଘଟାଇଲା ଯାତ୍ରାପାର୍ଟି ଟ୍ରକ୍‌

କେନ୍ଦ୍ରାପଡ଼ା ସଦର ଥାନା ଦୁହୁରିଆ ଛକରେ ୨ଟି ଦୋକାନକୁ ପିଟିବା ସହ ବାଇକ୍‌କୁ ଘୋଷାଡି ନେଲା ଯାତ୍ରାପାର୍ଟି ଟ୍ରକ୍‌।

ଭାରସାମ୍ୟ ହରାଇ ଦୁର୍ଘଟଣା ଘଟାଇଥିବା ବେଳେ କୌଣସି ମୃତାହତ ହୋଇନଥିବା ସୂଚନା ମିଳିଛି।

ଛାତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲା ମହୁମାଛି

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବାଡ଼ାବାଙ୍ଗା ସେବାଶ୍ରମ ଛାତ୍ରୀନିବାସରେ ମହୁମାଛି କାମୁଡ଼ାରେ ୪୦ ଛାତ୍ରୀ ଆହତ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି।

ଗୁରୁତର ଛାତ୍ରୀଙ୍କୁ ଦାରିଙ୍ଗବାଡ଼ି ହସ୍ପିଟାଲ ନିଆଗଲା।

Nuakhai wishes