କଟକରେ ପ୍ରବଳ ବର୍ଷା, ବହୁ ଅଞ୍ଚଳ ଜଳବନ୍ଦୀ

କଟକ ସହରରେ ଆଜି ମଧ୍ୟାହ୍ନରେ ପ୍ରବଳ ବର୍ଷା ହେବାରୁ ଗାଡିମୋଟର ଯାତାୟାତ ବାଧାପ୍ରାପ୍ତ ହୋଇଥିବା ବେଳେ ବହୁ ଅଞ୍ଚଳ ଜଳବନ୍ଦୀ ହୋଇଥିବା ଦେଖିବାକୁ ମିଳିଛି l

ଲାଞ୍ଚ ମାମଲାରେ ଜେରା ପାଇଁ ଆଜି ପୁଣି ହାଜର ହେବେ ମହିମା ମିଶ୍ର

ପାରାଦୀପ ବନ୍ଦରରେ 25 ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ଗତକାଲି ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ର ଓ ପୁଅ ଚନ୍ଦନଙ୍କୁ 20 ଘଣ୍ଟା ସିବିଆଇ ଜେରା କରିଥିବା ବେଳେ ଆଜି ପୁଣି ତାଙ୍କୁ ହାଜର ହେବାକୁ ତଲବ କରାଯାଇଥିବା ମହିମା ନିଜେ କହିଛନ୍ତି l ଓଡିଶା ଷ୍ଟିଭେଡର୍ସ ଲିମିଟେଡ଼ ସହ ସମ୍ପୃକ୍ତ ନ ଥିଲେ ମଧ୍ୟ ତାଙ୍କୁ ସିବିଆଇ ଡାକୁଥିବାରୁ ସେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି l
ଏହି ମାମଲାରେ ମହିମାଙ୍କର ଅନ୍ୟ ଜଣେ ପୁତ୍ର ଚର୍ଚ୍ଚିତଙ୍କ ସମେତ ପାଞ୍ଚ ଜଣ ଗିରଫ ହୋଇ ସାରିଛନ୍ତି l

ବନ୍ଦର ଲାଞ୍ଚ କାରବାରରେ ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ଗିରଫ (ଅପଡେଟ)

ପାରାଦୀପ ବନ୍ଦର ଲାଞ୍ଚ କାରବାର ମାମଲାରେ ଆଜି ସକାଳୁ ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ଭୁବନେଶ୍ୱର ସିବିଆଇ ଅଫିସରେ ହାଜର ହେବା ପରେ ତାଙ୍କୁ ଗିରଫ କରାଯାଇଛି l
ପୂର୍ବରୁ ଏହି ମାମଲାରେ ଚାରି ଜଣ ଗିରଫ ହୋଇଛନ୍ତି l

ସିବିଆଇ ଅଫିସରେ ହାଜର ହେଲେ ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ

ପାରାଦୀପ ବନ୍ଦର ଲାଞ୍ଚ କାରବାର ଘଟଣାରେ ଗତକାଲି ଚାରିଜଣଙ୍କୁ ସିବିଆଇ ଗିରଫ କରିଥିବା ବେଳେ ଆଜି ସକାଳେ ଅନ୍ୟତମ ଅଭିଯୁକ୍ତ ଚର୍ଚ୍ଚିତ ମିଶ୍ର ଭୁବନେଶ୍ୱରସ୍ଥିତ ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି l
ଚର୍ଚ୍ଚିତ ଓଏସଏଲ କମ୍ପାନୀର ମୁଖ୍ୟ ତଥା ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ l

ହାତୀ ଶିକାର ଘଟଣାରେ ବଡ଼ ମାଫିଆ ସମେତ ପାଞ୍ଚ ଗିରଫ

କଟକ ଜିଲ୍ଲା ଆଠଗଡ଼ରେ ହାତୀ ଶିକାର ଘଟଣାରେ କୁଖ୍ୟାତ ମାଫିଆ ଧନିଆ ବେହେରା ଓ ଅନ୍ୟ ଚାରି ଜଣଙ୍କୁ ଆଜି ଗିରଫ କରାଯାଇଥିବା ପୁଲିସ କହିଛି l

ପାରାଦୀପ ବନ୍ଦର ଲାଞ୍ଚ ଘଟଣାରେ ଚାରି ଗିରଫ, 84 ଲକ୍ଷ ଜବତ (ଅପଡେଟ)

ପାରାଦୀପ ବନ୍ଦର ଲାଞ୍ଚ କାରବାରର ଖୋଳତାଡ଼ ଘଟଣାରେ ସିବିଆଇ ଚାରି ଜଣଙ୍କୁ ଗିରଫ କରିଥିବା ବେଳେ 84ଲକ୍ଷ ଟଙ୍କା ଜବତ କରିଛି l
ଗିରଫଙ୍କ ମଧ୍ୟରେ ଅଛନ୍ତି ଓଏସଏଲ ଅପରେସନ ଡିଜିଏମ ସୂର୍ଯ୍ୟନାରାୟଣ ସାହୁ, ପାରାଦୀପ ବନ୍ଦର ଚିଫ ମେକାନିକାଲ ଇଞ୍ଜିନିଅର ସରୋଜ ଦାଶ, ଠିକାଦାର ସୁମନ୍ତ ରାଉତ, କେସିଟି ଗ୍ରୁପ ପୋର୍ଟ ଅପରେସନ ମ୍ୟାନେଜର ଶଙ୍ଖଶୁଭ୍ର ମିତ୍ର l
ଏହି ଘଟଣାରେ ଓଏସଏଲ କମ୍ପାନୀର ମାଲିକ ତଥା ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ର ଓ ତାଙ୍କ ପୁତ୍ରଙ୍କୁ ମଧ୍ୟ ଜେରା କରାଯାଇଛି l

କୁକୁଡ଼ାଫାର୍ମ ନିକଟରୁ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର

କଟକ ଜିଲ୍ଲା ଆଠଗଡ଼ ଥାନା କନ୍ଦରପୁର ଗାଁର ଏକ କୁକୁଡ଼ା ଫାର୍ମ ନିକଟରୁ ମୃତଦେହ ଉଦ୍ଧାର ହୋଇଛି।

ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଗାଁ ଲୋକ ଓ ପରିବାର ଲୋକ ଅଭିଯୋଗ କରିଛନ୍ତି। ଏହା ସହ ଉତ୍ତ୍ୟକ୍ତ ଲୋକ କୁକୁଡ଼ା ଫାର୍ମ ଭଙ୍ଗାରୁଜା କରିଛନ୍ତି

Nuakhai wishes