OUSSSC ପାଇଁ ୭୨ଟି ନୂତନ ପଦବୀ ସୃଷ୍ଟି କରିବାକୁ ସରକାର ଅନୁମୋଦନ କରିଛନ୍ତି। ସଚିବ, ଅତିରିକ୍ତ ସଚିବ, ଯୁଗ୍ମ ସଚିବ, ଉପ-ସଚିବ, ଅନୁ-ସଚିବ ଅନ୍ତର୍ଭୁକ୍ତ ଥିବାବେଳେ ସେକ୍ସନ ଅଫିସର, ପ୍ରୋଗ୍ରାମର ଓ ଅନ୍ୟାନ୍ୟ ସହାୟକ କର୍ମଚାରୀ ଅନ୍ତର୍ଭୁକ୍ତ ଅଛନ୍ତି। ସଚିବ ପଦବୀରେ ଜଣେ ଓଏଏସ୍ ସ୍ତରୀୟ ଅଧିକାରୀ ରହିବେ। ସମସ୍ତ ସମ୍ପୃକ୍ତ ବିଭାଗକୁ ପଦବୀଗୁଡ଼ିକୁ କ୍ୟାଡରଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର।