ପୁଣି ହଂସିତା ଓ ଅନୀଲଙ୍କୁ ଆୟକର ବିଭାଗର ଜେରା

ଝାରପଡ଼ା ଜେଲ୍‌ରେ ଉଭୟଙ୍କୁ ଜେରା କରୁଛି ଆୟକର ଟିମ୍। ପୂର୍ବରୁ ୧୬ ସ୍ଥାନରେ ରେଡ୍ କରି ଅନେକ ତଥ୍ୟ ପାଇଛି ଆଇଟି ଟିମ୍।

୫୮ କୋଟିର ବେନାମୀ ସମ୍ପତ୍ତିର ପ୍ରମାଣ ମଧ୍ୟ IT ହାତରେ ଲାଗିଥିବା ସୂଚନା ମିଳିଛି।

ପୁଣି ହଂସିତା ଓ ଅନୀଲଙ୍କୁ ଆୟକର ବିଭାଗର ଜେରା

ଝାରପଡ଼ା ଜେଲ୍‌ରେ ଉଭୟଙ୍କୁ ଜେରା କରୁଛି ଆୟକର ଟିମ୍। ପୂର୍ବରୁ ୧୬ ସ୍ଥାନରେ ରେଡ୍ କରି ଅନେକ ତଥ୍ୟ ପାଇଛି ଆଇଟି ଟିମ୍।

୫୮ କୋଟିର ବେନାମୀ ସମ୍ପତ୍ତିର ପ୍ରମାଣ ମଧ୍ୟ IT ହାତରେ ଲାଗିଥିବା ସୂଚନା ମିଳିଛି।

ରାଜ୍ୟରେ ଦୁଇ ଶହ ଗୋଶାଳା କରିବେ ସରକାର

ଗୋମାତାଙ୍କ ସୁରକ୍ଷା ପାଇଁ ୨ ଶହ ଗୋଶାଳା ହେବ। ଗୃହରେ ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି ଘୋଷଣା କରିଛନ୍ତି।

ଗୋଶାଳା କରିବାକୁ ସବୁ ବିଧାୟକଙ୍କୁ ଅପିଲ୍ କଲେ ମନ୍ତ୍ରୀ। ଗୋଶାଳାକୁ ପ୍ରୋତ୍ସାହନ ପାଇଁ ସରକାର ଋଣ ଦେଉଛନ୍ତି, ୯୦% ଋଣ ଛାଡ଼ ବ୍ୟବସ୍ଥା ରହିଛି, ଗୋଖାଦ୍ୟ ପାଇଁ ଦୈନିକ ମିଳିବ ୫୪ ଟଙ୍କା ବୋଲି ମନ୍ତ୍ରୀ କହିଛନ୍ତି।

ସୁନୀତି ମୁଣ୍ଡଙ୍କୁ ଘଉଡ଼ାଇ ଦେଲେ ମହିଳା ବିଜେପି କର୍ମୀ

ନିଲମ୍ବନ ସତ୍ତ୍ୱେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସିଥିବା ବେଳେ ଘଉଡ଼ାଇ ଦେଲେ। ଗଣମାଧ୍ୟମରେ ଦଳ ବିରୋଧୀ ମନ୍ତବ୍ୟ ଦେବା ଅଭିଯୋଗରେ ଘଉଡ଼ାଇଲେ।

ନିକଟରେ ସୁନୀତିଙ୍କୁ ବିଜେପିରୁ ନିଲମ୍ବନ କରାଯାଇଥିଲା। ଭୁବନେଶ୍ୱର ମହାନଗର ବିଜେପି ମେୟର ପ୍ରାର୍ଥୀ ଥିଲେ ସୁନୀତି। ଏ ନେଇ ସେ ପ୍ରତିକ୍ରିୟାରେ କହିଛନ୍ତି, ମୁଁ ସେମିତି କିଛି ଭୁଲ୍‌ କରିନାହିଁ, ମୁଁ ଦଳରେ ଅଛି, ଏହା ମୋ ଘର।

ଗ୍ୟାସ ଫାଟି କ୍ଷୟକ୍ଷତି ହେଲେ ମିଳିବ କ୍ଷତିପୂରଣ: ହାଇକୋର୍ଟ

କ୍ଷତିପୂରଣ ଦେବାକୁ ଗ୍ୟାସ କମ୍ପାନିଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।ଆହତଙ୍କୁ ୨, ମୃତକଙ୍କୁ ୪ଲକ୍ଷ ଦେବାକୁ ପଲିସି ଅଛି ଏବଂ ଘର ପୋଡ଼ି ଗଲେ ୨ଲକ୍ଷ ଟଙ୍କା ଦେବାକୁ ପଲିସି ଅଛି କହିଛନ୍ତି ହାଇକୋର୍ଟ।

ଉପଭୋକ୍ତାଙ୍କୁ ଅଧିକାର ବାବଦରେ ଅବଗତ କରାଯାଉ, ନିୟମିତ ଭାବେ ଗ୍ରାହକଙ୍କୁ ସଚେତନ କରିବାକୁ ନିର୍ଦେଶ ଦେଇଛନ୍ତି। ନୟାଗଡ଼ ସିଲିଣ୍ଡର ବିସ୍ଫୋରଣ ମାମଲାରେ ଶୁଣାଣି କରି ଏହି ରାୟ ଦେଇଛନ୍ତି।

କଟର ମେସିନରେ ଏଟିଏମ କାଟି ଟଙ୍କା ଲୁଟ୍‌

କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ବନେଇକଳାରେ ବିଳମ୍ବିତ ରାତିରେ ଲୁଟ୍‌ ହୋଇଥିବା ସୂଚନା ମିଳିଛି।

କେତେ ଟଙ୍କା ଲୁଟ୍ ହୋଇଛି ଅସ୍ପଷ୍ଟ ଥିବାବେଳେ ପୁଲିସ ଘଟଣାର ତଦନ୍ତ କରୁଛି।

୨ଯୁବତୀଙ୍କ ସନ୍ଦେହ ଜନକ ମୃତ୍ୟୁ

କେନ୍ଦୁଝର ଜିଲ୍ଲା ପାଟଣା ଥାନା ତେଣ୍ଡେରା ଗ୍ରାମ ଜଣେ ଜଲେଜ୍ ପଢୁଆ ୧୭ବର୍ଷର ନାବାଳିକା ଛାତ୍ରୀ ଘରଭିତର ସଂଘାରେ ବେକରେ ଗାମୁଛା ଲଗାଇ ଆତ୍ମାହତ୍ୟ କରିଛନ୍ତି। ମୃତ ଛାତ୍ରୀ ଜଣକ ହେଉଛନ୍ତି ଲିଟିଲ ମହାନ୍ତ। ସେ ପାଟଣା କଲେଜରେ ପାଠ ପଢ଼ୁଥିଲେ।

ଅନୁରୂପ ଭାବେ ଏହି ଥାନା ଅନ୍ତର୍ଗତ ଅଙ୍କୁରା ଗ୍ରାମର ବିଲ ଭିତରେ ଥିବା ଏକ ନାଳରୁ ମଙ୍ଗଳବାର ସକାଳୁ ଜଣେ ୨୯ ବର୍ଷୀୟା ଯୁବତୀ ମୁହଁ ମାଡ଼ି ପାଣି ଭିତରେ ପଡିଥିବା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଉଛନ୍ତି ଅଙ୍କୁରା ଗ୍ରାମର ସରସ୍ୱତୀ ମୁଣ୍ଡା।

Nuakhai wishes