ତହସିଲ ଅଫିସ୍ ଆଗରେ ଦେହରେ ନିଆଁ ଲଗାଇଥିବା ଦିବ୍ୟାଙ୍ଗ ଯୁବକଙ୍କ ମୃତ୍ୟୁ

ନୂଆପଡ଼ା ସଦର ତହସିଲ ଅଫିସ୍ ଆଗରେ କାଲିଦେହରେ ନିଆଁ ଲଗାଇଥିବା ଦିବ୍ୟାଙ୍ଗ ଯୁବକଙ୍କ ମୃତ୍ୟୁ ଘଟିଛି।

ସମ୍ବଲପୁର ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଯୁବକ। ଜମି ବିକ୍ରି ପାଇଁ ଅନୁମତି ନ ମିଳିବାରୁ ଦେହରେ ନିଆଁ ଲଗାଇଥିଲେ। ପରିବାରର ଅଭିଯୋଗ ପରେ ତହସିଲଦାର ଓ ଅତିରିକ୍ତ ତହସିଲଦାର ନାଁରେ ମାମଲା ରୁଜୁ ହୋଇଛି।

ପ୍ରତିଶ୍ରୁତି ନୁହେଁ, ନବୀନଙ୍କ ଘୋଷଣା ଦରକାର : ଡ୍ରାଇଭର ମହାସଂଘ

ତିନି ମାସ ମଧ୍ୟରେ ସମସ୍ତ ଦାବି ପୂରଣ କରାଯିବ ବୋଲି ଗତକାଲି ମୁଖ୍ୟ ଶାସନ ସଚିବ ଲିଖିତ ପ୍ରତିଶ୍ରୁତି ଦେବା ସତ୍ତ୍ୱେ ଡ୍ରାଇଭର ମହାସଂଘ ପକ୍ଷରୁ ଆଜି ମଧ୍ୟ ଆନ୍ଦୋଳନ ଜାରି ରହିଛି l
ପ୍ରତିଶ୍ରୁତି ନୁହେଁ ବରଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି ପୂରଣ ସମ୍ପର୍କରେ ଘୋଷଣା କଲେ ସେମାନେ ଆନ୍ଦୋଳନରୁ ଓହରିବେ ବୋଲି ଡ୍ରାଇଭର ମହାସଂଘ ପକ୍ଷରୁ ଆଜି କୁହାଯାଇଛି l

ଆନ୍ଦୋଳନରୁ ଓହରିବାକୁ ଡ୍ରାଇଭରଙ୍କୁ ମୁଖ୍ୟ ସଚିବଙ୍କ ନିବେଦନ

ଗତକାଲି ଆଲୋଚନା ଅବସରରେ ସମସ୍ତ ଦାବି ତିନି ମାସ ମଧ୍ୟରେ ପୂରଣ କରାଯିବ ବୋଲି ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିବାରୁ ଡ୍ରାଇଭର ମାନେ ଆନ୍ଦୋଳନରୁ ଓହରିଯିବାକୁ ମୁଖ୍ୟ ଶାସନ ସଚିବ ଆଜି ନିବେଦନ କରିଛନ୍ତି l

୪୮ ଲକ୍ଷ ୭୬ ହଜାର ୬୫୯ ଜଣ ହିତାଧିକାରୀ ପାଉଛନ୍ତି ମଧୁବାବୁ ପେନସନ

ରାଜ୍ୟରେ ୪୮ ଲକ୍ଷ ୭୬ ହଜାର ୬୫୯ ଜଣ ହିତାଧିକାରୀ ମଧୁବାବୁ ପେନସନ ଓ ବାର୍ଦ୍ଧକ୍ୟ ପେନସନ ପାଉଛନ୍ତି ।

ବିଧାନସଭାରେ ଏ ନେଇ ସୂଚନା ଦେଲେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ।

ଡ୍ରାଇଭରମାନେ ଆନ୍ଦୋଳନରୁ ଓହରିବାକୁ ସହମତି ଦେଇଛନ୍ତି: ମନ୍ତ୍ରୀ

କାଲି ମୁଖ୍ୟ ସଚିବ ଡ୍ରାଇଭର ସଂଘକୁ ଡାକି ଆଲୋଚନା କରିଛନ୍ତି, ସେମାନେ ଆନ୍ଦୋଳନରୁ ଓହରିବା ଲାଗି ସହମତି ପ୍ରକାଶ କରିଛନ୍ତି ବୋଲି ଗୃହରେ ବିବୃତି ବେଳେ କହିଛନ୍ତି ବିଭାଗୀୟ ମନ୍ତ୍ରୀ।

୩ ମାସରେ ଡ୍ରାଇଭରଙ୍କ ଦାବି ପୂରଣ କରିବାକୁ ନିଷ୍ପତ୍ତି ହୋଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ରାଜ୍ୟରେ ଜାରି ରହିବ ଡ୍ରାଇଭର ସଂଘର ଆନ୍ଦୋଳନ: ସଭାପତି

ଆନ୍ଦୋଳନ ଜାରି ରହିଛି, ଆଗକୁ ବି ଜାରି ରହିବ, ମୁଖ୍ୟ ସଚିବଙ୍କ ଲିଖିତ ପ୍ରତିଶ୍ରୁତିରେ ଖୁସି ନାହାନ୍ତି ସଂଘ ସଦସ୍ୟ, ସରକାର ଘୋଷଣା ନକରିବା ଯାଏ ଆନ୍ଦୋଳନ ଚାଲୁ ରଖିବୁ ବୋଲି ଭିଡିଓ ରିଲିଜ୍ ଜରିଆରେ ସ୍ପଷ୍ଟ କରିଛନ୍ତି ଡ୍ରାଇଭର ସଂଘ ସଭାପତି ପ୍ରଶାନ୍ତ ମେନ୍ଦୁଲି।

ଆନ୍ଦୋଳନରତ ଡ୍ରାଇଭରଙ୍କ ସହ ପୁଲିସର ଧସ୍ତାଧସ୍ତି

ବୌଦ୍ଧ ଜିଲ୍ଲା ହରଭଙ୍ଗା ଚାରିଛକରେ ଉତ୍ତେଜନା ଦେଖାଦେବା ସହ ବ୍ୟାପକ ପୁଲିସ ମୁତୟନ ଅଛନ୍ତି।

ଡ୍ରାଇଭରଙ୍କୁ ରାସ୍ତାରୁ ଗାଡ଼ି ହଟାଇବାକୁ ପୁଲିସ କହିବାରୁ ଧସ୍ତାଧସ୍ତି ହୋଇଛି। ସରକାରଙ୍କ ୩ ମାସର ସମୟକୁ ବିରୋଧ କରି ଧାରଣାରେ ବସିଛନ୍ତି ଡ୍ରାଇଭର।

୬ ମେଣ୍ଢାକୁ ମାରିଲା ଅଜଣା ଜନ୍ତୁ

ଜଗତସିଂହପୁର ଜିଲ୍ଲା ବିରିଡ଼ି ଥାନା ଶଙ୍ଖାରୀ ସାହିରେ ୬ ମେଣ୍ଢାକୁ ଅଜଣା ଜନ୍ତୁ ମାରିଛି।

ମେଣ୍ଢା ମୃତ୍ୟୁ ଖବର ପାଇ ଗାଁରେ ପହଞ୍ଚିଛନ୍ତି ଭେଟେନାରୀ ଟିମ୍।

ପ୍ରାଥମିକ ଶିକ୍ଷକ ସଂଘର ଡାକରାରେ ଡ୍ରେସ୍ କୋଡ ବର୍ଜନ

ସୁନ୍ଦରଗଡ ପ୍ରାଥମିକ ଶିକ୍ଷକ ମାନେ ସରକାର ଦାବୀ ନ ମାନିବା ତଥା ଯେପରି ରାତି ଅଧିଆ ରାଲିକୁ ଭଣ୍ଡୁର କରିବା ପ୍ରତିବାଦରେ ଆଜିଠୁ ଡ୍ରେସ୍ କୋର୍ଡ ବର୍ଜନ କରିଛନ୍ତି।

ନୟାପଲ୍ଲୀରେ ଏକ ମଲକୁ ସିଲ କଲା ବିଏମସି

ବାରମ୍ବାର ଚେତାବନୀ ସତ୍ତ୍ୱେ ଭୁବନେଶ୍ୱର ନୟାପଲ୍ଲୀର ଏକ ମଲ ପରିମଳ ପ୍ରତି ସଚେତନ ନ ହୋଇ ପରିସରକୁ ଅପରିଷ୍କାର ରଖୁ ଥିବାରୁ ଆଜି ବିଏମସି ଅଧିକାରୀ ମାନେ ଚଢ଼ାଉ କରି ମଲକୁ ଏକ ସପ୍ତାହ ପାଇଁ ସିଲ କରିଛନ୍ତି l

Nuakhai wishes