ହାଇୱାକୁ ଧକ୍କା ଦେଲା ବସ୍; ୨ ମୃତ, ୮ ଆହତ

ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ନିକଟ ଏନ୍ଏଚରେ ଛିଡ଼ା ହୋଇଥିବା ହାଇୱାକୁ ଧକ୍କା ଦେଇଛି ବସ୍।

ଆହତଙ୍କୁ ଆରଜିଏଚ ଓ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ବସ୍‌ଟି ଭୁବନେଶ୍ୱରରୁ ରାଉରକେଲା ଯାଉଥିଲା ବେଳେ ଦୁର୍ଘଟଣା ଘଟିଛି।

ଆଲବମ ଅଭିନେତ୍ରୀଙ୍କ ଆତ୍ମହତ୍ୟା !

ବଲାଙ୍ଗୀର ସହର ସୁଦପଡା ମାମୁଁ ଘରେ ଆଲବମ ଅଭିନେତ୍ରୀ ରୁଚିସ୍ମିତା ଗୁରୁଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ସୂଚନା, ଆତ୍ମହତ୍ୟାର କାରଣ ଅସ୍ପଷ୍ଟ, ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଓ ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ରୁଚିସ୍ମିତା କାହିଁକି ଏଭଳି ଚରମ ନିଷ୍ପତ୍ତି ଗ୍ରହଣ କଲେ ତାହା ଜଣାପଡ଼ିନାହିଁ।

ଗାଈର ଶବ ସତ୍କାର କଲେ ସ୍ବେଚ୍ଛାସେବୀ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ହିଲୁଙ୍ଗ ଗାଁରେ ଏକ ଗାଈର ମୃତ୍ୟୁ ହୋଇଥିବା ଖବର ପାଇ ଆଜି ଟ୍ରଷ୍ଟର ସଭାପତି ସୁରେଶ କଲତା ଏବଂ ସଦସ୍ୟ ଶିବାଶିଷ କଲତା, କୃଷ୍ଣଚନ୍ଦ୍ର ନାଏକ, ମୋହିତ କଲତା, ଆଲୋକ କଲତା ପ୍ରମୁଖ ଗାଁ ଲୋକଙ୍କ ସହିତ ଏକ ଶଗଡ଼ ଗାଡ଼ିରେ ଗାଈର ଶବକୁ ଦୂରସ୍ଥାନକୁ ନେଇ ଶବ ସତ୍କାର କରିଥିଲେ ।

ମୃତ ବୃଦ୍ଧଙ୍କ ଶବ ସତ୍କାରରେ ସହଯୋଗ କଲେ ଶ୍ରୀକ୍ଷେତ୍ର କରସେବା ଟ୍ରଷ୍ଟ କମିଟି

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ଶ୍ରୀକ୍ଷେତ୍ର କରସେବା ଟ୍ରଷ୍ଟ ତରଫରୁ ଏକ ଗରିବ ଶ୍ରେଣୀର ବୃଦ୍ଧ କୁନୁ ରାଜହଂସଙ୍କ ମୃତ୍ୟୁ ହୋଇଥିବାର ଖବର ପାଇ ତାଙ୍କର ଶବ ସତ୍କାରରେ ସହଯୋଗ କରାଯାଇଥିଲା । ସେ ଜଣେ ଅଲେଖ ଧର୍ମାବଲମ୍ବୀ ହୋଇଥିବାରୁ ତାଙ୍କୁ ସମାଧି ଦିଆଯାଇଥିଲା ।

ରବିବାର ଟ୍ରଷ୍ଟ ସଭାପତି ସୁରେଶ କଲତା, ଘନଶ୍ୟାମ ଭୋଇ, ଯୁଗଳ ତାଣ୍ଡିଆ ପ୍ରମୁଖ ଶୋକସନ୍ତପ ପରିବାରଙ୍କୁ ସମବେଦନା ଜଣେଇବା ସହ ଟ୍ରଷ୍ଟ ପକ୍ଷରୁ ଲୁଣ, ଘିଅ, ଧୁପକାଠି ଯୋଗେଇ ଦେଇଥିଲେ ।

ଉଲୁଣ୍ଡା ତହସିଲ ପତଞ୍ଜଳି ପରିବାରର ଜରୁରୀ ବୈଠକ

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ଶିଶୁ ମନ୍ଦିର ପରିସରରେ ଉଲୁଣ୍ଡା ତହସିଲ ପତଞ୍ଜଳି ପରିବାରର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉଲୁଣ୍ଡା ବ୍ଲକ ଭାରତ ସ୍ୱାଭିମାନର ତହସିଲ ପ୍ରଭାରୀ ଦୁର୍ଗାଚରଣ ସାହୁଙ୍କ ଅଧ୍ୟକ୍ଷତାରେ ରାଜ୍ୟ ପତଞ୍ଜଳୀ ଯୋଗ ସମିତି ପ୍ରଭାରୀ ରାଧାମାଧବ ବହିଦାର, ରାଜ୍ୟ ମହିଳା ପ୍ରଭାରୀ ଜେ. ଗିରିଜା ଦେବୀ ଓ ରାଜ୍ୟ ଯୁବ କାର୍ଯ୍ୟକାରିଣୀ ସଦସ୍ୟ ମନୋଜ ପଣ୍ଡା, ବେଦ ପ୍ରଚାର ସମିତି ସୁବର୍ଣ୍ଣପୁର ସଂଯୋଜକ ପଙ୍କଜ ମେହେର ପ୍ରମୁଖ ଯୋଗଦେଇ ତହସିଲର ପ୍ରତି ଗ୍ରାମରେ ଯୋଗର ପ୍ରଚାର, ରୋଗ ଅନୁସାରେ ଯୋଗ ଓ ଯୋଗ ଯଜ୍ଞକୁ ପ୍ରତି ଲୋକଂକ ପାଖରେ ପହଞ୍ଚାଇବା ସମ୍ପର୍କରେ ଆଲୋଚନା କରିଥିଲେ ।

ସିଦ୍ଧପୂର ଗ୍ରାମରେ ଶୀଧେଶ୍ୱର ଦଣ୍ଡ ଯାତ୍ରା ଅନୁଷ୍ଠିତ

ଆଜି ଅପରାହ୍ନରେ ବୌଦ୍ଧ ଜିଲ୍ଲା ସିଦ୍ଧପୂର ଗ୍ରାମରେ, ଶୀଧେଶ୍ଵର ଦଣ୍ଡ ପାର୍ଟିର ପାଣିଦଣ୍ଡ ଅନୁଷ୍ଠିତ ହୋଇ ଯାଇଛି l ତେବେ ଗ୍ରାମରେ ଦଣ୍ଡ ପାର୍ଟି ପହଁଚିଲା ପରେ, ଗ୍ରାମବାସୀଙ୍କୁ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଭଗରାଗ, ପ୍ରଭୁଙ୍କ ପୂଜର୍ଚନା ପାଇଁ ପ୍ରଦାନ କରା ଯାଇଥିଲା l

ପୂଜାର୍ଚନା ପରେ ଦଣ୍ଡୁଆଙ୍କ ଦ୍ୱାରା ଗ୍ରାମବାସୀଙ୍କୁ ମନରଞ୍ଜନ ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବା ଦେଖିବାକୁ ମିଳିଛି l

ଧୋଡ୍ରା ବଡଭରଣ୍ଡୀ ମଝିରେ ଟ୍ରାକ୍ଟର ଅଟୋ ବାଇକ ଧକ୍କାରେଜଣେ ମୃତ

ଆଜି ଧୋଡ୍ରା ବଡ ଭରଣ୍ଡୀ ମଝିରେ ଅଟୋ ବାଇକକୁ ଧକ୍କା ଦେବା ଫଳରେ ବାଇକ ଚାଳକଙ୍କ ସେହିଠାରେ ହିଁ ମୃତୁ ଘଟିଛି।

ସେଣ୍ଟ ଜାଭିୟର ପବ୍ଲିକ ସ୍କୁଲର।ବାର୍ଷିକ ଉତ୍ସବ ଅନୁଷ୍ଠିତ

କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ସେଣ୍ଟ ଜାଭିୟର ପବ୍ଲିକ ସ୍କୁଲ ର ରବିବାର ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି। ଆୟୋଜିତ ସଭା ପବ୍ଲିକ ସ୍କୁଲର ପ୍ରତିଷ୍ଠାତା ଅଜୟ ଦାଶଙ୍କ ଅଧ୍ୟକ୍ଷତାରେ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଜଗନ୍ନାଥ ନାଏକ, ବକ୍ତା ଭାବେ ଶିକ୍ଷାବିତ ଅରୁଣ କୁମାର ମିଶ୍ର, ସମ୍ମାନିତ ଅତିଥିଭାବେ ପାଟଣା ବ୍ଲକ ଅଧକ୍ଷା ଶୁକାନ୍ତି ନାଏକ, ସ୍ଥାନୀୟ ସରପଞ୍ଚ ବିନତି ବାନରା, ଏ ବିଓ ବିଜୟ କୁମାର ଓଝା,ଶିକ୍ଷକ ପାର୍ଥ ସାରଥୀ ବେଜ, କ୍ରୀଡା ବିତ ପ୍ରମୋଦ କୁମାର ଭଞ୍ଜ, ଲିଙ୍ଗରାଜ ଦାଶ, ଅବିନାଶ ଦାଶ , ସ୍କୁଲ ର ପ୍ରିନ୍ସି ପାଲ ଗଣେଷ ଚନ୍ଦ୍ର ଦାସ ପ୍ରମୁଖ ଯୋଗ ଦେଇଥିଲେ।

ଗାଁ ରାସ୍ତାରୁ ବୃଦ୍ଧଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର

ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରିକେଲା ଥାନା କୁଲବା ଗାଁ ରାସ୍ତାରେ ପଡ଼ିଛି ମୃତଦେହ।

ମୃତକ କୁଲବା ଗାଁର ବୋଲି ସୂଚନା ମିଳିଛି।vଗୁଣିଗାରେଡି ସନ୍ଦେହରେ ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରୁଛି।

ଆସନ୍ତା ତିନି ଘଣ୍ଟା ମଧ୍ୟରେ ଟ୍ୱିନ ସିଟିରେ ବର୍ଷା, ପବନ ସମ୍ଭାବନା

ଆସନ୍ତା ତିନି ଘଣ୍ଟା ମଧ୍ୟରେ କଟକ ଓ ଭୁବନେଶ୍ୱରରେ ଘଡ଼ଘଡ଼ି ସହ ବର୍ଷା ହେବ ଏବଂ ଘଣ୍ଟା ପ୍ରତି 40 ରୁ 50 କିମି ବେଗରେ ପବନ ବହିବା ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି l

Nuakhai wishes