70 ବର୍ଷ ପରେ ସମ୍ବଲପୁରକୁ ମିଳିଲା ବିରୋଧୀଦଳ ନେତା ପଦ

ସମ୍ବଲପୁର ଜିଲ୍ଲା ଏବେ ଉଭୟ ବିଜେପି ଓ ବିଜେଡିର ଫୋକସରେ ଥିବା ବେଳେ ଅସୁସ୍ଥତା କାରଣରୁ ବିଧାନସଭାରେ ବିଜେପି ବିଧାୟକ ଦଳର ନେତା ପ୍ରଦୀପ୍ତ ନାଏକଙ୍କ ଅନୁପସ୍ଥିତି ଯୋଗୁଁ ଗତକାଲି ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ବିରୋଧୀଦଳ ନେତା ଭାବେ ଚୟନ କରାଯାଇଛି l

ଦୀର୍ଘ 70ବର୍ଷ ପରେ ସମ୍ବଲପୁରକୁ ମିଳିଛି ବିରୋଧୀ ଦଳ ନେତା ପଦ l 1952ମସିହାରେ ନବକୃଷ୍ଣ ଚୌଧୁରୀଙ୍କ କଂଗ୍ରେସ ସରକାରଙ୍କ ସମୟରେ ଶ୍ରଦ୍ଧାକର ସୁପକାର ବିରୋଧୀ ଦଳ ନେତା ହୋଇଥିଲେ l ଏଥିପାଇଁ ଅଞ୍ଚଳରେ ଉତ୍ସାହ ଦେଖିବାକୁ ମିଳିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes