ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ଡୁଙ୍ଗୁରୁଆ ମାର୍କେଟରେ ଆଜି ଜଣେ ବ୍ୟକ୍ତି ବ୍ୟାଙ୍କରେ ଜମା କରିବାକୁ ଦଶ ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ ଚାରି ଜଣ ଲୁଟେରା ଦୁଇଟି ବାଇକରେ ଆସି ତାଙ୍କଠାରୁ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି l
ସ୍ଥାନୀୟ ଲୋକେ ଲୁଟେରାଙ୍କ ପିଛା କରିବାରୁ ସେମାନେ ବାଇକ ଛାଡି ଚମ୍ପଟ ମାରିଛନ୍ତି l ପୁଲିସ ବାଇକ ଜବତ କରି ଘଟଣାର ତଦନ୍ତ କରୁଛି l