୭୫ ଲିଟର ମଦ ଓ ଏକ ହଜାର କେ.ଜି ପଚ ଜବତ

ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଅବକାରୀ ବିଭାଗ ପକ୍ଷରୁ ଆଜି ଚଢ଼ାଉ କରାଯାଇ ବିଭିନ୍ନ ଗ୍ରାମରୁ ୨ ମହିଳା ମଦ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି ।

ସେମାନଙ୍କ ନିକଟରୁ ୨୫ ଲିଟର ଚୋରା ମହୁଲି ମଦ ଜବତ ହୋଇଛି ।ସେହିପରି ତାଡକି ଗ୍ରାମର ଏକ ନିର୍ଜନ ସ୍ଥାନରେ ମଦ ପ୍ରସ୍ତୁତ କାରଖାନା ଠାବ କରାଯାଇଛି । ଏହି ସ୍ଥାନରୁ ପ୍ରସ୍ତୁତ ହୋଇ ରହିଥିବା ୫୦ ଲିଟର ମହୁଲିମଦ ସହ ୧୦୦ କେଜି ପଚ ସହ ୨୦ଟି ପ୍ଲାଷ୍ଟିକ ଡ୍ରମ ଜବତ କରାଯାଇଥିବା ବେଳେ କାହାରିକୁ ଗିରଫ କରାଯାଇ ନ ଥିବା ଜଣାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes