୩ ଘର ଭାଙ୍ଗିଲା ଗୋଠ ଛଡା ଦନ୍ତା

କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ ଉଦୟପୁର ବିଟ ମୟୁରଭଞ୍ଜ ଜିଲ୍ଲାରୁ ଗୋଠ ଛଡା ଦନ୍ତା ରବିବାର ରାତ୍ରି ସାହାରପଡା ସେକ୍ସନ ଉଦୟପୁର ବିଟରେ ଉତ୍ପାତ କରି ଘର ଭାଙ୍ଗି ଦେଇଛନ୍ତି।

ଗୋଠଛଡା ଦନ୍ତା ବାଇକଳା, ଲୁଙ୍ଗା, ଓ ନିଶ୍ଚିନ୍ତପୁର ଗାଁରେ ପଶି ୩ ଜଣଙ୍କ ଘର ଭାଙ୍ଗିଦେଇଛି। ତେବେ ଘର ଭିତରେ ଶୋଇଥିବା ଲୋକେ ଆସନ୍ନ ବିପତ୍ତିରୁ ଅଳ୍ପକେ ଉଦ୍ଧାର ପାଇଯାଇଛନ୍ତି। ଏବେ ହାତୀଟି ପାଟଣା ରେଞ୍ଜର ମାଧପୁର ଅଞ୍ଚଳ ଘୁରି ବୁଲୁଥିବା ଦେଖିବାକୁ ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes