୨ ପୃଥକ ଘଟଣାରେ ୨ ମୃତ ଦେହ ଉଦ୍ଧାର

କେନ୍ଦୁଝର ଜିଲ୍ଲା ପାଟଣା ଥାନା ଓ ତୁରୁମୁଙ୍ଗା ଥାନା ଅଞ୍ଚଳରେ ସୋମବାର ୨ ପୃଥକ ଘଟଣାରେ ୨ଜଣଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି।

ପାଟଣା ଥାନା ମାଛଗଡ଼ ପଞ୍ଚାୟତ ବାଉଁଶନାଳି ଗ୍ରାମରୁ ସୋମବାର ଜଣେ୨୦ ବର୍ଷ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଉଛନ୍ତି ଲକ୍ଷ୍ମଣ ବାନ୍ଦ୍ରା। ଅନୁରୁପ ଭାବେ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ବାଉଁଶୁଳି ପଞ୍ଚାୟତ ଭୁଲୁଦା ଗ୍ରାମର ଭାଲୁପାହାଡ଼ି ସାହିରେ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଉଛନ୍ତି ଉକ୍ତ ଗ୍ରାମର ଦୁର୍ଯୋଧନ ନାଏକ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes