୨୭ରେ ପୁରୀରେ ଅପରାଜିତାଙ୍କ ପଦଯାତ୍ରା

ସାଂସଦ ଅପରାଜିତା ଷଡ଼ଙ୍ଗୀ ଆସନ୍ତା ୨୭ରେ ବହୁ ଜଗନ୍ନାଥ ପ୍ରେମୀ ସାମାଜିକ ସଂଗଠନ ଏବଂ ଜନସାଧାରଣଙ୍କ ଆଗ୍ରହ କ୍ରମେ ପୁରୀ ଯାଉଛନ୍ତିl

ଏହି ଅବସରରେ ଶରଧାବାଲିଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ପଦଯାତ୍ରା କରିବା ପରେ କୋଟି ଓଡ଼ିଆର ମଉଡମଣୀ ମହାପ୍ରଭୁ କାଳିଆ ସାଆନ୍ତଙ୍କୁ ଦର୍ଶନ କରି ସମସ୍ତଙ୍କ ପାଇଁ ଆଶୀର୍ବାଦ ଲୋଡିବେ l ଶ୍ରୀମନ୍ଦିର ସୁରକ୍ଷା, ପ୍ରତି ଓଡ଼ିଆଙ୍କ ଅସ୍ମିତାର ପ୍ରତୀକ ମହାପ୍ରଭୁ ଜଗନ୍ନାଥ, ଏବଂ ମହାନ ଜଗନ୍ନାଥ ସଂସ୍କୃତିର ରକ୍ଷା ଆମ ସମସ୍ତଙ୍କ ପାଇଁ ସର୍ବୋଚ୍ଚ ପ୍ରାଥମିକତା ବୋଲି ଅପରାଜିତା କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes