ୟୁପିଏସସିରେ ୨୪୮ ରାଙ୍କ ରଖିଥିବା ଶୁଭାଙ୍ଗି ଖୁଣ୍ଟିଆଙ୍କୁ ସମ୍ବର୍ଦ୍ଧନା

ୟୁପିଏସସି ସର୍ବଭାରତୀୟ ପରୀକ୍ଷାରେ ୨୪୮ ରାଙ୍କ ସହ ଆଇଏଏସ ପାଇଁ କୃତକାର୍ଯ୍ୟ ହୋଇଥିବା ପାଟକୁରା, କେନ୍ଦ୍ରାପଡ଼ା ମାଟିର ଭାଣିଜୀ ସୁଶ୍ରୀ ଶୁଭାଙ୍ଗି ଖୁଣ୍ଟିଆଙ୍କୁ ନିଜ ମାମୁଁ ଘର ଗାଁ ବଛରାଇରେ ଆଜି ଅପରାହ୍ନରେ ସମ୍ବର୍ଦ୍ଧନା କରିଛନ୍ତି ଭାରତୀୟ ଜନତା ପାର୍ଟି ରାଜ୍ୟ ମୁଖପାତ୍ର ତଥା ରାଜ୍ୟ ଖଦି ଓ ଗ୍ରମୋଦ୍ୟୋଗ ବୋର୍ଡ଼ର ପୂର୍ବତନ ସଭାପତି ତେଜେଶ୍ୱର ପରିଡ଼ା ।

ତାଙ୍କ ସହ ବିଜେପି ଯୁବ ନେତା ବିଘ୍ନେଶ୍ୱର ନାୟକ, ଗୁରୁଚରଣ ଜେନା, ଚନ୍ଦନ ରାଉତରାୟ, ପ୍ରଶାନ୍ତ ପରିଡ଼ା ଉପସ୍ଥିତ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes