ହାତୀ ମୃତ୍ୟୁ ସଂଖ୍ୟା ତିନରେ ପହଞ୍ଚିଲା (ଅପଡେଟ)

କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ଯୋଡ଼ା ସେକ୍ସନ ବାଂଶପାଣି ବେହେରା ସାହି ନିକଟରେ ଗତକାଲି ମାଲବାହୀ ରେଳ ଧକ୍କାରେ ୩ଟି ଯାକ ହାତୀର ମୃତ୍ୟୁ ହୋଇଛି।

ଦୁଇଟି ଶିଶୁ ହାତୀ ସମେତ ଏକ ମାଈ ହାତୀ ପ୍ରାଣ ହରାଇଥିବା ବେଳେ ବନ ବିଭାଗ ପକ୍ଷରୁ ମୃତ ଦେହ ବ୍ୟବଚ୍ଛେଦ କରି ପୋତି ଦିଆଯାଇଥିବା ଡିଏଫଓ ସୂଚନା ଦେଇଛନ୍ତି। ଏହି ଘଟଣା ପରେ ଉକ୍ତ ଅଂଚଳରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ହାତୀମାନଙ୍କୁ ସୁରକ୍ଷା ଦେବାରେ ଅବହେଳା କରାଯାଇଥିବାରୁ ଅସନ୍ତୋଷ ଦେଖାଦେବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଆଜି ବନ ବିଭାଗର ବରିଷ୍ଠ ଅଧିକାରୀ କେନ୍ଦୁଝର ଗସ୍ତରେ ଆସୁଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes